Posted inଫୁରସତ

କରୋନା ରୋଗୀଙ୍କ ହାତ ଉପରେ ଭଗବାନଙ୍କ ହାତ, ଭାଇରାଲ ହେଉଛି ଫଟୋ

କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ଷେ ହେଲାଣି ଲୋକେ ଏହି ଭୂତାଣୁକୁ ଡରି ମରି ବଞ୍ଚୁଛନ୍ତି। ବର୍ତ୍ତମାନ ଜଣେ ରୋଗୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏମିତି ଘଟଣା ବ୍ରାଜିଲର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି। ଫଟୋରେ ଜଣେ କରୋନା ଆକ୍ରାନ୍ତଙ୍କ ହାତ ଉପରେ ଆଉ ଗୋଟିଏ ହାତ ଥିବା ଦେଖିବାକୁ ମିଳିଛି। ଲୋକେ ଏହା ଦେଖି ଭଗବାନଙ୍କ ହାତ ବୋଲି କହୁଛନ୍ତି।

ଜର୍ନାଲିଷ୍ଟ ସାଦିକ୍‌ ସମୀର ଭଟ୍ଟ ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛନ୍ତି, ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଭଗବାନଙ୍କ ହାତ’ । ନର୍ସ କରୋନା ରୋଗୀଙ୍କ ଆଇସୋଲେଶନ ଓ୍ବାର୍ଡରେ ରୋଗୀଙ୍କ ଦେଖାଶୁଣା କରୁଛନ୍ତି। ଦୁଇଟି ଡିସ୍‌ପୋଜାଲ ଗ୍ଲୋଭ୍‌ସ ଗରମ ପାଣିରେ ଭରା ହୋଇ ରୋଗୀଙ୍କ ହାତରେ ବନ୍ଧା ଯାଇଛି। ସାମ୍ନାରେ ଥିବା କର୍ମଚାରୀମାନଙ୍କୁ ନମସ୍କାର ବୋଲି ଲେଖାଯାଇଛି।

ଏହି ଫଟୋ ଖୁବ ତୀବ୍ର ବେଗରେ ଭାଇରାଲ ହେଉଛି। ବ୍ରାଜିଲର ଏହି ନର୍ସ ଆଇସୋଲେଶନରେ ଥିବା ରୋଗୀଙ୍କ ପାଇଁ ଏମିତି ନୂଆ ଉପାୟ ବାହାର କରିଛନ୍ତି। ଆଇସୋଲେଶନ ସମୟରେ କୌଣସି ପଜିଟିଭ୍‌ ବ୍ୟକ୍ତିଙ୍କ ନିକଟରେ ରହିବାକୁ ଚାହାନ୍ତି ତେବେ ଦୁଇଟି ଗ୍ଲୋଭସରେ ଗରମ ପାଣି ପୂରାଇ ରୋଗୀଙ୍କ ହାତ ଉପରେ ରଖିଛନ୍ତି। ଏପରି କରିବା ଦ୍ୱାରା ରୋଗୀ ଅନୁଭବ କରିବେ ଯେ ତାଙ୍କ ହାତକୁ କେହି ଜଣେ ଛୁଉଁଛି। ଫଳରେ ସେ ଆଉ ନିଜକୁ ଏକାକୀ ମନେ କରିବେ ନାହିଁ।

ଏହି ଫଟୋ ସାଓ ପାଉଲର ଏକ ହସ୍ପିଟାଲର। ବିଲା ପ୍ରେଡୋର ଜରୁରିକାଳୀନ କେୟାର ୟୁନିଟ୍‌ର ଅଟେ। କରୋନା ରୋଗୀଙ୍କ ପୀଡ଼ା ଦୂର କରିବା ପାଇଁ ନର୍ସ ଏପରି କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବା ସହ ଲକ୍ଷଲକ୍ଷ ଲୋକଙ୍କ ହୃଦୟ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?