Posted inଫୁରସତ

କରୋନା ରୋଗୀଙ୍କ ହାତ ଉପରେ ଭଗବାନଙ୍କ ହାତ, ଭାଇରାଲ ହେଉଛି ଫଟୋ

କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ଷେ ହେଲାଣି ଲୋକେ ଏହି ଭୂତାଣୁକୁ ଡରି ମରି ବଞ୍ଚୁଛନ୍ତି। ବର୍ତ୍ତମାନ ଜଣେ ରୋଗୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏମିତି ଘଟଣା ବ୍ରାଜିଲର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି। ଫଟୋରେ ଜଣେ କରୋନା ଆକ୍ରାନ୍ତଙ୍କ ହାତ ଉପରେ ଆଉ ଗୋଟିଏ ହାତ ଥିବା ଦେଖିବାକୁ ମିଳିଛି। ଲୋକେ ଏହା ଦେଖି ଭଗବାନଙ୍କ ହାତ ବୋଲି କହୁଛନ୍ତି।

ଜର୍ନାଲିଷ୍ଟ ସାଦିକ୍‌ ସମୀର ଭଟ୍ଟ ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛନ୍ତି, ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଭଗବାନଙ୍କ ହାତ’ । ନର୍ସ କରୋନା ରୋଗୀଙ୍କ ଆଇସୋଲେଶନ ଓ୍ବାର୍ଡରେ ରୋଗୀଙ୍କ ଦେଖାଶୁଣା କରୁଛନ୍ତି। ଦୁଇଟି ଡିସ୍‌ପୋଜାଲ ଗ୍ଲୋଭ୍‌ସ ଗରମ ପାଣିରେ ଭରା ହୋଇ ରୋଗୀଙ୍କ ହାତରେ ବନ୍ଧା ଯାଇଛି। ସାମ୍ନାରେ ଥିବା କର୍ମଚାରୀମାନଙ୍କୁ ନମସ୍କାର ବୋଲି ଲେଖାଯାଇଛି।

ଏହି ଫଟୋ ଖୁବ ତୀବ୍ର ବେଗରେ ଭାଇରାଲ ହେଉଛି। ବ୍ରାଜିଲର ଏହି ନର୍ସ ଆଇସୋଲେଶନରେ ଥିବା ରୋଗୀଙ୍କ ପାଇଁ ଏମିତି ନୂଆ ଉପାୟ ବାହାର କରିଛନ୍ତି। ଆଇସୋଲେଶନ ସମୟରେ କୌଣସି ପଜିଟିଭ୍‌ ବ୍ୟକ୍ତିଙ୍କ ନିକଟରେ ରହିବାକୁ ଚାହାନ୍ତି ତେବେ ଦୁଇଟି ଗ୍ଲୋଭସରେ ଗରମ ପାଣି ପୂରାଇ ରୋଗୀଙ୍କ ହାତ ଉପରେ ରଖିଛନ୍ତି। ଏପରି କରିବା ଦ୍ୱାରା ରୋଗୀ ଅନୁଭବ କରିବେ ଯେ ତାଙ୍କ ହାତକୁ କେହି ଜଣେ ଛୁଉଁଛି। ଫଳରେ ସେ ଆଉ ନିଜକୁ ଏକାକୀ ମନେ କରିବେ ନାହିଁ।

ଏହି ଫଟୋ ସାଓ ପାଉଲର ଏକ ହସ୍ପିଟାଲର। ବିଲା ପ୍ରେଡୋର ଜରୁରିକାଳୀନ କେୟାର ୟୁନିଟ୍‌ର ଅଟେ। କରୋନା ରୋଗୀଙ୍କ ପୀଡ଼ା ଦୂର କରିବା ପାଇଁ ନର୍ସ ଏପରି କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବା ସହ ଲକ୍ଷଲକ୍ଷ ଲୋକଙ୍କ ହୃଦୟ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri