କଣ୍ଡରେଇ ଗାଁର ପ୍ରତ୍ୟକ୍ଷ ଦେବୀ ବସ୍ତ୍ରେଣ: ନିଃସନ୍ତାନିଙ୍କ ବିଶ୍ୱାସର ପୀଠ, ପଛରେ ରହିଛି ବଡ଼ ଇତିହାସ

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ। ଏହି ଗାଁର ମଙ୍ଗଳା ଜୋର ନିକଟରେ ପୂଜା ପାଉଛନ୍ତି ବସ୍ତ୍ରେଣ ଦେବୀ। ପ୍ରତିବର୍ଷ ବିଜୟା ଦଶମୀ ଦିନ ଦେବୀଙ୍କର ବାର୍ଷିକ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। ଏହି ଅବସରରେ ବୁଧବାର ଏହି ଯାତ୍ରା ସମାପନ ହୋଇଯାଇଛି। ପ୍ରଥମେ କାର୍ଣ୍ଣିଖୁଣ୍ଟିରୁ ପୂଜାର୍ଚ୍ଚନା କରି ଖଣ୍ଡା, ଟାଙ୍ଗି ଆଣିବା ପରେ ବସ୍ତ୍ରେଣ ଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା। ସେହିପରି ବସ୍ତ୍ରେଣ ମନ୍ଦିର ନିକଟରେ ଥିବା ଦୁଆରସୁଣିଙ୍କର ମଧ୍ୟ ପୂଜା ରୀତିନୀତିରେ ସମାପନ ହୋଇଥିଲା। ଏଥିରେ ନର୍ଲା, କେସିଙ୍ଗା, ମ ରାମପୁର, କର୍ଲାମୁଣ୍ଡା ବ୍ଲକ ଆଦି ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ କଣ୍ଡରେଇ ଗାଁର କିଛି ଲୋକ ଶଗଡ଼ ଗାଡ଼ିରେ ତତ୍କାଳୀନ ମଧ୍ୟ ପ୍ରଦେଶର ବସ୍ତର ଅଞ୍ଚଳକୁ କୌଣସି କାର୍ଯ୍ୟ ରେ ଯାଇ ଫେରିବା ସମୟରେ ବଳଦ ଚାଲିବା ଭଳି ପରିସ୍ଥିତିରେ ନ ଥିଲେ। ଯେଉଁଥିପାଇଁ ବଳଦକୁ ମାଡ଼ ମାରୁଥିବା ସମୟରେ ହଠାତ ଜଣେ ବୃଦ୍ଧା ବଳଦମାନଙ୍କୁ ନ ମାରିବାକୁ କହିବା ସହ ମୋତେ ଶଗଡ଼ ଗାଡ଼ିରେ ବସେଇ ନିଅ ଦେଖିବ ସବୁ ଠିକ୍‌ ହେଇଯିବ ବୋଲି କହିଥିଲେ। ତା’ ପରେ ବୃଦ୍ଧା ଜଣକଙ୍କୁ ଶଗଡ଼ ଗାଡ଼ିରେ ବସେଇବା ପରେ ବଳଦମାନେ ଚାଲିବାକୁ ସକ୍ଷମ ହେବାରେ ଲାଗିଥିଲେ। ଗାଡିଟି କଣ୍ଡରେଇ ଗାଁକୁ ପହଞ୍ଚିବା ପରେ ବୃଦ୍ଧା ଜଣକ ହଠାତ୍‌ ଅଦୃଶ୍ୟ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଗାଁରେ ଲୋକମାନେ ବିଶେଷ କରି ମହିଳାମାନେ ବିଭିନ୍ନ ରୋଗର ଶିକାର ହେବାରେ ଲାଗିଲେ। ତେବେ ଗାଁରେ ଗୁଣି ଗାରେଡି କରିବା ପରେ ଜଣେ ଦେବୀଙ୍କ ଦ୍ୱାରା ଏହି ସବୁ ସମସ୍ୟା ଉପୁଜିଥିବା ଓ ସେହି ଦେବୀ ଯେ ଉକ୍ତ ବୃଦ୍ଧା ବୋଲି ବିଶ୍ୱାସ କରି ସେହି ଦେବୀଙ୍କ ନାମରେ ପୂଜାର୍ଚ୍ଚନା ଆରମ୍ଭ କରିବା ପରେ ଗାଁରେ ଧୀରେ ଧୀରେ ସମସ୍ତେ ସୁସ୍ଥ ଅନୁଭବ କରିଥିଲେ। ଯେହେତୁ ଦେବୀ ବସ୍ତରରୁ ଆସିଥିଲେ, ତେଣୁ ଏଠାରେ ସେ ବସ୍ତ୍ରେଣ ଦେବୀ ନାମରେ ପୂଜିତ ହେଲେ। ଏକଦା ମ.ରାମପୁରର ତତ୍କାଳୀନ ରାଜା ଘୋଡ଼ାରେ ବସି କଣ୍ଡରେଇ ଗାଁକୁ ପରିଦର୍ଶନରେ ଆସିଥିବା ବେଳେ ହଠାତ୍‌ ଘୋଡାରୁ ଖସି ପଡ଼ିଥିଲେ । ଉକ୍ତ ରାତିରେ ଦେବୀ ରାଜାଙ୍କୁ ସ୍ବପ୍ନାଦେଶ କରିବାରୁ ରାଜା ଦେବୀଙ୍କ ପାଇଁ ମନ୍ଦିର ତୋଳି ଦେଇଥିଲେ। ପୁଣି ଦେବୀଙ୍କ ଆସ୍ଥାନ ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୧୨ ଏକର ଜମି ଦାନ କରିଥିଲେ। ସେହି ବର୍ଷ ଠାରୁ ଅଦ୍ୟାବଧି ରାଜପରିବାର ପକ୍ଷରୁ ପାଟ ବୁକା ଓ ପାଟ ସିନ୍ଦୁର ପହଞ୍ଚିବା ପରେ ଛତର ଯାତ୍ରା ଆରମ୍ଭ ହୋଇଥାଏ।ଦେବୀ ପୀଠ ପ୍ରତି ଲୋକଙ୍କର ଏକ ବିଶ୍ୱାସ ରହିଆସିଛି । ଭକ୍ତ ଯାହା ମନସ୍କାମନା କରିଥାଏ ,ତାହା ପୂରଣ ହୋଇଥାଏ। ସେଥିପାଇଁ ବିଜୟା ଦଶମୀ ପର୍ବରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତ ମାନେ ପୋଢ଼, ଛେଳି, ମେଣ୍ଡା, କୁକୁଡ଼ା,ବୁକା,ବତକ, ପାରା ଆଦି ଶହ ଶହ ସଂଖ୍ୟାରେ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri