କଣ୍ଡରେଇ ଗାଁର ପ୍ରତ୍ୟକ୍ଷ ଦେବୀ ବସ୍ତ୍ରେଣ: ନିଃସନ୍ତାନିଙ୍କ ବିଶ୍ୱାସର ପୀଠ, ପଛରେ ରହିଛି ବଡ଼ ଇତିହାସ

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁ। ଏହି ଗାଁର ମଙ୍ଗଳା ଜୋର ନିକଟରେ ପୂଜା ପାଉଛନ୍ତି ବସ୍ତ୍ରେଣ ଦେବୀ। ପ୍ରତିବର୍ଷ ବିଜୟା ଦଶମୀ ଦିନ ଦେବୀଙ୍କର ବାର୍ଷିକ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। ଏହି ଅବସରରେ ବୁଧବାର ଏହି ଯାତ୍ରା ସମାପନ ହୋଇଯାଇଛି। ପ୍ରଥମେ କାର୍ଣ୍ଣିଖୁଣ୍ଟିରୁ ପୂଜାର୍ଚ୍ଚନା କରି ଖଣ୍ଡା, ଟାଙ୍ଗି ଆଣିବା ପରେ ବସ୍ତ୍ରେଣ ଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା। ସେହିପରି ବସ୍ତ୍ରେଣ ମନ୍ଦିର ନିକଟରେ ଥିବା ଦୁଆରସୁଣିଙ୍କର ମଧ୍ୟ ପୂଜା ରୀତିନୀତିରେ ସମାପନ ହୋଇଥିଲା। ଏଥିରେ ନର୍ଲା, କେସିଙ୍ଗା, ମ ରାମପୁର, କର୍ଲାମୁଣ୍ଡା ବ୍ଲକ ଆଦି ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କିମ୍ବଦନ୍ତୀ ଅନୁସାରେ ବହୁ ବର୍ଷ ପୂର୍ବେ କଣ୍ଡରେଇ ଗାଁର କିଛି ଲୋକ ଶଗଡ଼ ଗାଡ଼ିରେ ତତ୍କାଳୀନ ମଧ୍ୟ ପ୍ରଦେଶର ବସ୍ତର ଅଞ୍ଚଳକୁ କୌଣସି କାର୍ଯ୍ୟ ରେ ଯାଇ ଫେରିବା ସମୟରେ ବଳଦ ଚାଲିବା ଭଳି ପରିସ୍ଥିତିରେ ନ ଥିଲେ। ଯେଉଁଥିପାଇଁ ବଳଦକୁ ମାଡ଼ ମାରୁଥିବା ସମୟରେ ହଠାତ ଜଣେ ବୃଦ୍ଧା ବଳଦମାନଙ୍କୁ ନ ମାରିବାକୁ କହିବା ସହ ମୋତେ ଶଗଡ଼ ଗାଡ଼ିରେ ବସେଇ ନିଅ ଦେଖିବ ସବୁ ଠିକ୍‌ ହେଇଯିବ ବୋଲି କହିଥିଲେ। ତା’ ପରେ ବୃଦ୍ଧା ଜଣକଙ୍କୁ ଶଗଡ଼ ଗାଡ଼ିରେ ବସେଇବା ପରେ ବଳଦମାନେ ଚାଲିବାକୁ ସକ୍ଷମ ହେବାରେ ଲାଗିଥିଲେ। ଗାଡିଟି କଣ୍ଡରେଇ ଗାଁକୁ ପହଞ୍ଚିବା ପରେ ବୃଦ୍ଧା ଜଣକ ହଠାତ୍‌ ଅଦୃଶ୍ୟ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଗାଁରେ ଲୋକମାନେ ବିଶେଷ କରି ମହିଳାମାନେ ବିଭିନ୍ନ ରୋଗର ଶିକାର ହେବାରେ ଲାଗିଲେ। ତେବେ ଗାଁରେ ଗୁଣି ଗାରେଡି କରିବା ପରେ ଜଣେ ଦେବୀଙ୍କ ଦ୍ୱାରା ଏହି ସବୁ ସମସ୍ୟା ଉପୁଜିଥିବା ଓ ସେହି ଦେବୀ ଯେ ଉକ୍ତ ବୃଦ୍ଧା ବୋଲି ବିଶ୍ୱାସ କରି ସେହି ଦେବୀଙ୍କ ନାମରେ ପୂଜାର୍ଚ୍ଚନା ଆରମ୍ଭ କରିବା ପରେ ଗାଁରେ ଧୀରେ ଧୀରେ ସମସ୍ତେ ସୁସ୍ଥ ଅନୁଭବ କରିଥିଲେ। ଯେହେତୁ ଦେବୀ ବସ୍ତରରୁ ଆସିଥିଲେ, ତେଣୁ ଏଠାରେ ସେ ବସ୍ତ୍ରେଣ ଦେବୀ ନାମରେ ପୂଜିତ ହେଲେ। ଏକଦା ମ.ରାମପୁରର ତତ୍କାଳୀନ ରାଜା ଘୋଡ଼ାରେ ବସି କଣ୍ଡରେଇ ଗାଁକୁ ପରିଦର୍ଶନରେ ଆସିଥିବା ବେଳେ ହଠାତ୍‌ ଘୋଡାରୁ ଖସି ପଡ଼ିଥିଲେ । ଉକ୍ତ ରାତିରେ ଦେବୀ ରାଜାଙ୍କୁ ସ୍ବପ୍ନାଦେଶ କରିବାରୁ ରାଜା ଦେବୀଙ୍କ ପାଇଁ ମନ୍ଦିର ତୋଳି ଦେଇଥିଲେ। ପୁଣି ଦେବୀଙ୍କ ଆସ୍ଥାନ ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ୧୨ ଏକର ଜମି ଦାନ କରିଥିଲେ। ସେହି ବର୍ଷ ଠାରୁ ଅଦ୍ୟାବଧି ରାଜପରିବାର ପକ୍ଷରୁ ପାଟ ବୁକା ଓ ପାଟ ସିନ୍ଦୁର ପହଞ୍ଚିବା ପରେ ଛତର ଯାତ୍ରା ଆରମ୍ଭ ହୋଇଥାଏ।ଦେବୀ ପୀଠ ପ୍ରତି ଲୋକଙ୍କର ଏକ ବିଶ୍ୱାସ ରହିଆସିଛି । ଭକ୍ତ ଯାହା ମନସ୍କାମନା କରିଥାଏ ,ତାହା ପୂରଣ ହୋଇଥାଏ। ସେଥିପାଇଁ ବିଜୟା ଦଶମୀ ପର୍ବରେ ମନସ୍କାମନା ପୂର୍ଣ୍ଣ ହୋଇଥିବା ଭକ୍ତ ମାନେ ପୋଢ଼, ଛେଳି, ମେଣ୍ଡା, କୁକୁଡ଼ା,ବୁକା,ବତକ, ପାରା ଆଦି ଶହ ଶହ ସଂଖ୍ୟାରେ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?