କୋରାପୁଟରେ ପ୍ରବଳ ବର୍ଷା ପବନ: ମାତିଅତଡ଼ା ଖସିବା ସହ ସହିତ ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଲା, ୨ ଟ୍ରେନ ବାତିଲ

କୋରାପୁଟ,୨।୧୦(ଅମିତାଭ ବେହେରା ): ଲଘୁଚାପ ଓ ଅବପାତ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଓ ପବନ ବହିବା ସହ କୋରାପୁଟ – ରୟାଗଡା ରେଳ ଲାଇନ ଓ କୋରାପୁଟ – ବିଶାଖାପାଟଣା ରେଳ ଲାଇନରେ ରେଳ ଚଳାଚଳ ଠପ୍‌। ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ସହିତ ଗଛ ଡାଳ ଖସି ବିଦ୍ୟୁତ ତାର ଛିଣ୍ଡି ରେଳ ଚଳାଚଳ ଠପ ହୋଇଥିବାବେଳେ ୨ ଟି ଟ୍ରେନ ବାତିଲ ହୋଇଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ ଦାମନଯୋଡି ମଧ୍ୟରେ ଥିବା ଡୁମୁରିପୁଟ ନିକଟରେ ପାହାଡ଼ରୁ ମାଟି ଅତଡ଼ା ସହ ପଥର ଖସି ରେଳ ଧାରଣାରେ ପଡିରହିଛି। ସେହିପରି କୋରାପୁଟ, ବିଶାଖାପାଟଣା ରେଳଲାଇନର. ନିକଟରେ ଥିବା ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ସେହିପରି କୋରାପୁଟ ରାୟଗଡା ରେଳ ଲାଇନର ଭାଲୁ ମସ୍କା ନିକଟରେ ବର୍ଷା ଜଳ ରେଳ ଧାରଣାରେ ପଶିଯାଇଛ। ଯାହାଫଳରେ ହାୱାଡାରୁ ଜଗଦଳପୁର ଆସୁଥିବା ସମଲେଶ୍ୱରୀ ଟ୍ରେନ ରାୟଗଡା ଜିଲାର କେଉଟଗୁଡା ଠାରେ ଅଟକି ରହିଛି। ସେହିପରି ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ କୋରାପୁଟ ଷ୍ଟେଶନ ନିକଟରେ ଅଟକି ରହିଛି । ଏହା ନିର୍ଦ୍ଧାରିତ ସମୟର ୩ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଛାଡିବାକୁ ଥିବାବେଳେ ଅନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୁରୁବାର ଅପରାହ୍ନ ୨ ଟାରୁ ସନ୍ଧ୍ୟା ୫ ଟା ଯାଏ କୋରାପୁଟ ଜିଲାରେ ୪୦୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ବର୍ଷା ଯୋଗୁ ରେଲୱେ ପକ୍ଷରୁ ଛତିଶଗଡ ରାଜ୍ୟର କିରଣ୍ଡଳ ଠାରୁ ବିଶାଖାପାଟଣା ଯାଉଥିବା ନାଇଟ ଏକ୍ସ ପ୍ରେସ ଟ୍ରେନ ଓ ବିଶାଖାପାଟଣା ଠାରୁ କିରଣ୍ଡଳ ଯାଉଥିବା ଏକ୍ସପ୍ରେସ ଟ୍ରେନକୁ ଗୁରୁବାର ପାଇଁ ବାତିଲ କରାଯାଇଛି। ବର୍ଷା ଯୋଗୁଁ ବଙ୍ଗଳାଗୁଡା ଗ୍ରାମ ନିକଟ ଦେଇ ଯାଇଥିବା ଚବରୀ ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବାବେଳେ କୋରାପୁଟ ରାୟଗଡା ନିକଟରେ ଗାଡି ଚଲା ଚଳ ବନ୍ଦ ରହିଥିବାବେଳେ, ମୋହନପଡା ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲ ଉପରେ ୩ ଫୁଟ ପାଣି ଚାଲିଥିବା ଯୋଗୁ କୋରାପୁଟ ସୁନାବେଡା ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?