ଗୋବରୀ ନଦୀ ପୁନରୁଦ୍ଧାର: ୧୧ କୋଟି ପାଣିରେ

ପଟ୍ଟାମୁଣ୍ଡାଇ, ୨୬।୧୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନଁାରେ ଗତ ୭ ବର୍ଷରେ ୧୧.୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହେଉଛି। ନଦୀର ମାଟିଖୋଳା ଓ ଦଳସଫା ପାଇଁ ୨୦୧୧-୧୨ ଓ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୧୧.୩୩ କୋଟି ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ ଲାଗି ଭିନ୍ନ ଭିନ୍ନ ଠିକାସଂସ୍ଥାକୁ କାମ ଦିଆଯାଇଥିଲେ ମଧ୍ୟ କାମ କିଛି ହୋଇ ନ ଥିବା ଭଳି ଏବେ ପରିଲକ୍ଷିତ ହେଉଛି। ଏବେ ପୁଣିଥରେ ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର କହିଛନ୍ତି। ମାତ୍ର ସରକାରୀ ତହବିଲରୁ ଏତେ ଟଙ୍କା ଖର୍ଚ୍ଚ ପରେ ଗୋବରୀ ନଦୀର ପୁନରୁଦ୍ଧାର ହୋଇ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲିକ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ନିକଟରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିଲୋମିଟର ବ୍ୟାପୀ ଗୋବରୀ ନଦୀର ଦଳ ସଫା ଓ ମାଟି ଖୋଳା ପାଇଁ ଡ୍ରେନେଜ୍‌ କଟ୍‌ ବିଭାଗ ପକ୍ଷରୁ ୨୦୧୧-୧୨ ଆର୍ଥତ୍କ ବର୍ଷରେ ୩.୭୮ କୋଟି ବ୍ୟୟରେ ଠିକାସଂସ୍ଥାକୁ କାମ ଦିଆଯାଇଥିଲା। ଠିକାସଂସ୍ଥା ନିଜେ କାମ ନ କରି ଭିନ୍ନ ଭିନ୍ନ କୁଜି ଠିକାଦାରଙ୍କୁ ଖନନ କାର୍ଯ୍ୟ ଦେଇଥିଲା। ଠିକାଦାରମାନେ ପୋତା ନଦୀକୂଳରେ ଜେସିବି ମେଶିନ ରଖି ଖନନ କାର୍ଯ୍ୟ ଯେନେତେନ ପ୍ରକାର କରି ଚାଲିଯାଇଥିବାବେଳେ ପାଣିର ସ୍ରୋତକୁ ଅଟକାଇବା ପାଇଁ ମଝିରେ ମଝିରେ ନଦୀ ମଧ୍ୟରେ ଆଡ଼ିବନ୍ଧ ନିର୍ମାଣ କରିଥିଲେ। ଫଳରେ ନଦୀର ଜଳସ୍ରୋତ ବାଧା ପାଇବା ଓ ଏଥିରେ କଟକୀ ଦଳ ଭର୍ତ୍ତି ହୋଇ ରହିବା କାରଣରୁ ସମ୍ପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତିହୋଇ ପଡ଼ିଲାଣି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲା। ଦୀର୍ଘବର୍ଷ ବ୍ୟବଧାନ ପରେ ବାରମ୍ବାର ଲୋକମାନଙ୍କ ଦାବି କାରଣରୁ ରାଜ୍ୟ ସରକାର ପୁଣି ୧୬ କି.ମି ବ୍ୟାପୀ ଗୋବରୀ ନଦୀର ଖନନ ଳାଗି ଡ୍ରେନେଜ କଟ୍‌ ବିଭାଗକୁ ଦାୟିତ୍ୱ ଦେଇଥିଲେ। ଡ୍ରେନେଜ୍‌ କଟ୍‌ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥକ ବର୍ଷରେ ୭.୫୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ପୁନର୍ବାର ଖନନ କରାଯିବାକୁ ନିର୍ଦ୍ଧାରଣ କରାଯାଇ ଏହି କାର୍ଯ୍ୟକୁ ଓଡ଼ିଶା କନ୍‌ଷ୍ଟ୍ରକଶନ କମ୍ପାନୀ(ଓସିସି)କୁ ଦାୟିତ୍ୱ ଦିଆଯାଇଲା। ଓସିସି ୧୬ କି.ମି. ଖନନ କରିବା ପରିବର୍ତ୍ତେ ମାତ୍ର ୬ କି.ମି. ଖନନ କରି କାମ ବନ୍ଦ କରିଦେଇଥିଲା। ଏବେ ପୁଣି କଟକୀ ଦଳ ଭର୍ତ୍ତିହୋଇ ସମ୍ପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତିହୋଇ ପଡ଼ିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୧ କୋଟିର କାମ, କିନ୍ତୁ ୧୧ ଲକ୍ଷ ଟଙ୍କାର କାମ ହୋଇ ନ ଥିବା ନେଇ ଲୋକମାନେ ଅଭିଯୋଗ କରୁଥିବା ବେଳେ ଚଳିତଥର ପୁଣି ଟେଣ୍ଡର କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ଶେଖର କହିଛନ୍ତି। ଏହି ଗୋବରୀ ନଦୀ ସହ ୩୦ଟିରୁ ଅଧିକ ପାଟନାଳୀ ସଂଯୋଗ କରୁଛି। ଗୋବରୀ ନଦୀ ଶୁଖିଲା ପଡ଼ିଥିବା ବେଳେ ପାଟନାଳୀଗୁଡିକ ମଧ୍ୟ ଶୁଖିଲା ପଡ଼ିଛି। ଏହାଛଡ଼ା ଭୂତଳ ଜଳସ୍ତର ୧୦ରୁ ୧୨ ଫୁଟ କମି ଯାଇଥିବା ବେଳେ ବହୁ ସ୍ଥାନରେ ନଳକୂପରୁ ପାଣି ବାହାରୁନାହିଁ। ଫଳରେ କେନ୍ଦ୍ରାପଡ଼ା ଓ ପଟ୍ଟମୁଣ୍ଡାଇ ବ୍ଲକର ଚାଷୀମାନେ ନାହିଁ ନ ଥିବା ସମସ୍ୟା ଭୋଗ କରୁଛନ୍ତି। କାମ ନ ପାଇ ଶିକ୍ଷିତ ବେକାର ଯୁବକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯିବା ଏ ଅଞ୍ଚଳ ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇଛି। ପ୍ରକାଶଥାଉ କି, ଗୋବରୀ ନଦୀରେ ୧୧.୩୩ କୋଟି ଟଙ୍କାର ଟେଣ୍ଡର ପରେ କିଛି କାମ ନ ହୋଇ ବିଭାଗୀୟ ଅଧିକାରୀ, ଠିକାଦାର ଓ ଯନ୍ତ୍ରୀ ପକେଟ୍‌ ଗରମ କରିଛନ୍ତି। ସେ କ୍ଷେତ୍ରରେ ପୁଣି କିଭଳି ଟେଣ୍ଡର ପାଇଁ ପ୍ରକ୍ରିୟା ଚାଲିଛି, କୁଆଡ଼େ ଗଲା ଏତେ ଟଙ୍କା, କେଉଁ ବାଟରେ ଖର୍ଚ୍ଚ ହେଲା, କାହିଁକି ଯାଞ୍ଚ ହେଲାନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri