Posted inଜାତୀୟ

ଗୋଆର ଏକ ଡାକ୍ତରଖାନାରେ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌

ନୂଆଦିଲ୍ଲୀ,୧୧।୫: ଦେଶରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହେଉଛନ୍ତି। ଲୋକମାନେ ନିଜର ପ୍ରିୟଜନମାନଙ୍କ ଜୀବନ ରକ୍ଷା କରିବା ପାଇଁ ଶଯ୍ୟା, ଅକ୍ସିଜେନ୍‌ ଏବଂ ଆଇସିୟୁ ଆଦିର ସନ୍ଧାନରେ ବୁଲୁଛନ୍ତି। ଏଭଳି ସମୟରେ କିଛି ସ୍ଥାନରୁ ଅବହେଳା ଖବର ସାମ୍ନାକୁ ଆସୁଛି। କିଛିଦିନ ତଳେ ନାଶିକର ଏକ ଡାକ୍ତରଖାନାରେ ଅମ୍ଳଜାନ ଟ୍ୟାଙ୍କ୍‌ ଲିକ୍‌ ହେବା ପରେ ୨୪ ରୋଗୀଙ୍କ ପ୍ରାଣହାନୀ ଘଟିଥିଲା। ସେହିଭଳି ମଙ୍ଗଳବାର ଗୋଆର ଏକ ଡାକ୍ତରଖାନାରେ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌ ହୋଇଛି।

ଦକ୍ଷିଣ ଗୋଆର ଏକ ଡାକ୍ତରଖାନାରେ ଏଭଳି ଅବହେଳା ଦେଖିବାକୁ ମିଳିଛି। ଅକ୍ସିଜେନ ପରିବହନ କରୁଥିବା ଏକ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଧିରେ ଧିରେ ଏହା ଦ୍ରୁତ ଭାବେ ବଢ଼ିବାରେ ଲାଗିଥିଲା। ତେବେ ଏଥିରେ କାହାରି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଉଛି। ଗୋଟିଏ ପଟେ ଦେଶରେ ଅକ୍ସିଜେନ୍‌ ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ ଏହି ଅବହେଳା ଗ୍ରହଣୀୟ ନୁହେଁ ବୋଲି ଅନେକ ମତ ରଖୁଛନ୍ତି।

ପ୍ରକାଶ ଯେ, ଏହା ପୂର୍ବରୁ ଏପ୍ରିଲରେ ମହାରାଷ୍ଟ୍ରର ନାସିକରେ ଅକ୍ସିଜେନ୍‌କୁ ନେଇ ଅବହେଳା ଦେଖିବାକୁ ମିଳିଥିଲା। ଏଠାର ଜାକିର ହୁସେନ ଡାକ୍ତରଖାନାରେ ଅକ୍ସିଜେନ୍‌ ଟ୍ୟାଙ୍କ ଲିକ୍‌ ହେବାରୁ ପାଖାପାଖି ୩୦ ମିନିଟ୍‌ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ ରହିଥିଲା। ଏହି ସମୟରେ ଭେଣ୍ଟିଲେଟରରେ ଥିବା ୨୪ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୯ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା: ସ୍କୁଲ୍‌, କଲେଜ ବନ୍ଦ

ବେଙ୍ଗାଲୁରୁ,୭।୯: କର୍ନାଟକର ରାଜଧାନୀ ବେଙ୍ଗାଲୁରୁ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ରାସ୍ତା, ଘର ଏବେ...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ...

କୋଓ୍ବିନ ଆପରୁ ତଥ୍ୟ ଲିକ୍‌ ଘଟଣାରେ ୨ ଗିରଫ

ବିହାର,୨୨।୬: କୋଓ୍ବିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଉଭୟ ବ୍ୟକ୍ତି କୋଓ୍ବିନ ଆପର...

ପୋଲିସ ହେବ ତ ଏମିତି

ଜୟପୁର: ରାଜସ୍ଥାନ ପୋଲିସର ସହାୟକ ପୋଲିସ ନିରୀକ୍ଷକ(ଏଏସ୍‌ଆଇ)ପଦମ୍‌ ସିଂଙ୍କ କାର୍ଯ୍ୟ ନିଶ୍ଚୟ ପ୍ରେରଣାଦାୟକ। ସେ ୩୦୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ଉଦ୍ଧାର କରିଛନ୍ତି। ଏହା ଦ୍ୱାରା ଅନେକ...

ଦିଲ୍ଲୀ ମେୟର ନିର୍ବାଚନ: ଉପରାଜ୍ୟପାଳଙ୍କ ନିକଟକୁ ପୁଣି ପ୍ରସ୍ତାବ ପଠାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିବା ସୂଚନା ମିଳିଛି।...

୨ ଆଗ୍ନିକ ମୃତ, ବହୁ ଘର ଧ୍ୱଂସ

ଗୁଆହାଟୀ,୧୧ା୬(ଆଇଏଏନ୍‌ଏସ୍‌): ଆସାମର ତିନସୁକିଆ ଜିଲାରେ ଥିବା ଏକ ତୈଳକୂପରେ ବୁଧବାର ନିଆଁ ଲାଗିଯିବାରୁ ଅଏଲ୍‌ ଇଣ୍ଡିଆ ଲିଃ (ଓଆଇଏଲ୍‌)ର ୨ ଆଗ୍ନିକଙ୍କ ମୃତ୍ୟୁ ଘଟିଛି। ନିକଟରେ...

ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା, ଆମେରିକା-ବ୍ରିଟେନରେ ଅଧିକ…

ନୂଆଦିଲ୍ଲୀ,୧୫।୧୨ : ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କେବଳ ୬ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଆମେରିକାରେ ୫୦୭ ଟି ଏବଂ ବ୍ରିଟେନରେ ୧୫...

ଦରଦାମ୍‌ ବୃଦ୍ଧି ପାଇଁ କେବଳ କେନ୍ଦ୍ର ନୁହେଁ ରାଜ୍ୟ ବି ଦାୟୀ: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୮।୯ : ଦରଦାମ୍‌ ବୃଦ୍ଧି ସମ୍ପର୍କରେ ତାଙ୍କ ବିବୃତ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି। ଦରଦାମ୍‌ ବଢ଼ିବା ନେଇ ଅର୍ଥମନ୍ତ୍ରୀ...

Advertisement
Archives

Model This Week