Posted inଖେଳ

ଓଡ଼ିଶା ଏଫ୍‌ସିକୁ ହରାଇଲା ଗୋଆ

ମାର୍ଗାଓ, ୧୮ା୨: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଫ୍‌ସି ଗୋଆ ୩-୧ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଆଲବର୍ଟୋ ନୋଗ୍ବେରା (୧୮ତମ ମିନିଟ), ଜର୍ଜ ଓରିଜ୍‌ ମେଣ୍ଡୋଜା (୨୬ତମ) ଓ ଇଭାନ ଗାରିଡୋ ଗୋଞ୍ଜାଲେଜ୍‌ (୭୫ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିବାବେଳେ ଓଡ଼ିଶା ଏଫ୍‌ସି ତରଫରୁ ଡିଏଗୋ ମୌରିସିଓ ଏକମାତ୍ର ଗୋଲ ଖେଳର ୩୦ତମ ମିନିଟ୍‌ରେ ଦେଇଥିଲେ। ୬ଟି ମ୍ୟାଚ ଅମୀମାଂସିତ ରଖିବା ପରେ ଗୋଆ ବିଜୟ ପଥକୁ ଫେରିଛି। ଅନ୍ୟପକ୍ଷରେ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଥିବା ଓଡ଼ିଶା ଏଫ୍‌ସିର ତଥାପି ଭାଗ୍ୟୋଦୟ ଘଟି ନାହିଁ। ମ୍ୟାଚରେ ୬୬ ପ୍ରତିଶତ ସମୟ ବଲ ଗୋଆ ଅକ୍ତିଆରରେ ରହିଥିଲା। ଦଳର ପାସ୍‌ ସଂଖ୍ୟା ୫୦୮ ରହିଥିବାବେଳେ ସେ ତୁଳନାରେ ଓଡ଼ିଶା ଏଫ୍‌ସିର ସଂଖ୍ୟା ୨୬୭ ରହିଥିଲା। ସେହିପରି ଗୋଆ ୬ଟି କର୍ନର ପାଇଥିବାବେଳେ ଓଡ଼ିଶାକୁ ୨ଟି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’ ହେବାକୁ ଯାଉଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ, ୨୦।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ଏମି ସଟର୍ଥଓ୍ବେଟ୍‌ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ଟୁଇଟର ମାଧ୍ୟମରେ ସାରା ବିଶ୍ୱକୁ...

ଶ୍ରୀଲଙ୍କାକୁ ୭ ଉଇକେଟରେ ହରାଇଲା ଇଂଲଣ୍ଡ

ଗାଲେ, ୧୯ା୧ (ଏପି)- ସପ୍ତମ ଉଇକେଟରେ ଜନ୍ନି ବେୟାରଷ୍ଟୋ ଓ ଡାନିଏଲ୍‌ ଲରେନ୍ସଙ୍କ ମଧ୍ୟରେ ଅପରାଜିତ ୫୨ରନର ପାର୍ଟନରଶିପ୍‌ ଯୋଗୁ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ...

୧୫ ବର୍ଷରୁ କମ୍‌ ସାଫ୍‌ ମହିଳା ଚାମ୍ପିୟନଶିପ୍‌: ଭାରତ ଚାମ୍ପିୟନ

ଥିମ୍ପୁ,୧୬।୧୦(ପି.ଟି.)- ଏଠାରେ ଖେଳଯାଇଥିବା ୧୫ ବର୍ଷରୁ କମ୍‌ ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) ମହିଳା ଚାମ୍ପିୟନଶିପ୍‌ରେ ଭାରତ ଟାଇଟଲ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ...

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ...

ଆଇପିଏଲ୍‌ରେ ଏହି ଦଳର ଅଂଶବିଶେଷ ଥିଲେ ତେଜସ୍ବୀ ଯାଦବ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ନୀତିଶ ଓ ଏନଡିଏକୁ ପଛରେ ପକାଇ ଦେଇଛି ଆରଜେଡିର ତେଜସ୍ବୀ ଯାଦବଙ୍କ...

ରାଉରକେଲା, ସୁନ୍ଦରଗଡ଼, ଢ଼େଙ୍କାନାଳ, ବରଗଡ଼ ସେମିରେ

କଟକ ଅଫିସ,୧୦ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ...

ଏମ୍‌ଆଇ ବିଜୟୀ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୪ ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌ (ଏମ୍‌ଆଇ) ବିଜୟ...

ଡେବ୍ୟୁ ମ୍ୟାଚ୍‌ରେ ୯ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଥିଲେ ଏହି ବୋଲର୍‌

ଭାରତୀୟ ପେସର୍‌ ମହମ୍ମଦ ଶାମି ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆ ସହିତ ଥିବା ଶାମି ତାଙ୍କ...

Advertisement
Archives

Model This Week