Posted inରାଜ୍ୟ

ସାତଭାୟା କାହାଣୀ କହିବ ‘କାଲିର ଅତୀତ’

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପାନୋରମାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ପ୍ରଦର୍ଶନ ହେବାକୁ ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ହିନ୍ଦୀ ଓ ଇଂଲିଶ ଭାଷାରେ ଅନେକ ଫିଲ୍ମ ନିର୍ମାଣ କରିଥିବା ନୀଳମାଧବ ପ୍ରଥମ ଥର ଲାଗି ଓଡ଼ିିଆରେ ସମ୍ପୂର୍ଣ୍ଣ ଭିନ୍ନସ୍ବାଦ ଓ ଶୈଳୀର ଏହି ସିନେମା ତିଆରି କରିଛନ୍ତି। ସମୁଦ୍ର ଗର୍ଭରେ କ୍ରମେ ହଜି ଯାଉଥିବା ସାତଭାୟା ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି। ଓଡ଼ିଶାର ଜନ ଜୀବନରେ ପ୍ରକୃତି ସହିତ ସଙ୍ଘର୍ଷ ଏକ ନିତିଦିନିଆ କଥା। ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡ଼ିଆ ଜାତି ନିଜର ଅସ୍ତିତ୍ୱ ବଜାୟ ରଖିଛି। ପ୍ରକୃତି ସହିତ ଆମ ସଙ୍ଘର୍ଷର ପ୍ରତିଫଳନ ମାଳିକା ସାହିତ୍ୟରେ ଆମେ ଦେଖିଛୁ। ପ୍ରକୃତି ସହିତ ଆମର ଯଦି ସମ୍ପର୍କ ବିଗିଡ଼ିଯାଏ, ତାହେଲେ ପ୍ରଳୟ ଆସିବା ସ୍ବାଭାବିକ। ବାଇଶି ପାହାଚେ ଖେଳିବ ମୀନ- ଏହା ମାଳିକାର କଳ୍ପନା ନୁହେଁ, ଏହା ଆମ ପାଇଁ ଏକ ସତର୍କ ବାଣୀ। ବର୍ତ୍ତମାନ ସମୟରେ ଜଳବାୟୁର ପରିବର୍ତ୍ତନ ସହିତ ପରିବେଶର ବିପର୍ଯ୍ୟୟ ଆମକୁ ଅଧିକ ବିପଦଗ୍ରସ୍ତ କରୁଛି। ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ, ଏହା ଆଜିର ସବୁଠୁ ବଡ ସଙ୍କଟ। ଏହି ପୃଷ୍ଠଭୂମିକୁ ଆଧାର କରି ତିଆରି ହୋଇଛି ‘କାଲିର ଅତୀତ’। ଫିଲ୍ମରେ ଓଡ଼ିିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡ଼ିି ନୀଳମାଧବ ଚମତ୍କାର କାହାଣୀ କହିଛନ୍ତି। ୨୦୦୫ ମସିହାରୁ ପ୍ରାୟ ୧୫ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଏହି ସିନେମା ନିର୍ମିତ ହୋଇଛି। ‘କାଲିର ଅତୀତ’ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ ବୋଲି ଫିଲ୍ମ ବିଷୟରେ ସୂଚନା ଦେଇ ନୀଳମାଧବ କହିଛନ୍ତି। ପୂର୍ବରୁ ‘ଆଇ ଆମ୍‌ କଲାମ’, ‘ଜଲ୍‌ ପରୀ’, ‘କୌନ କିତ୍‌ନେ ପାନି ମୈ’, ‘ବବଲୁ ହାପି ହୈ’, ‘କଡୱି ହାୱା’ ଏବଂ ‘ହଲ୍‌କା’ ପରି ଉତ୍ତମ ମାନର ଚଳଚ୍ଚିତ୍ର ନିର୍ମାଣ କରି ନୀଳମାଧବ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ସାଧାରଣ ମଣିଷର ସଂଘର୍ଷ ଓ ସ୍ମୃତିର ଚିତ୍ରକୁ ଫିଲ୍ମ ମାଧ୍ୟମରେ ଉପସ୍ଥାପନ କରି ସେ ପ୍ରଶଂସିତ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri