ଜଗତ୍‌ପୁରରୁ ନକଲି ସୋୟାବଡ଼ି କାରଖାନା ଠାବ: ନାମୀଦାମୀ କମ୍ପାନୀର ଲୋଗୋ ସମେତ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକ ଅଫିସ,୨୦ା୧୨: ଜଗତ୍‌ପୁର ଶିଳ୍ପାଞ୍ଚଳ ଫେଜ୍‌-୨ରେ ଥିବା ମାହେକ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ନାମକ ଏକ ନକଲି ସୋୟାବଡି କାରଖାନାକୁ ଶନିବାର ପୋଲିସ ଠାବ କରିଛି। ଦୀର୍ଘଦିନ ଧରି ସେଠାରେ ବେଆଇନ ଭାବେ ଉକ୍ତ କାରଖାନା ଚାଲୁଥିଲା। ଖବରପାଇ ଅପରାହ୍ନରେ ମାଲଗୋଦାମ ଓ ଜଗତ୍‌ପୁର ପୋଲିସ ମିଳିତ ଭାବେ ସେଠାରେ ଚଢାଉ କରିଥିଲା। ଚଢାଉବେଳେ ସେଠାରୁ ନାମୀଦାମୀ କମ୍ପାନୀର ଲୋଗୋ, ଯନ୍ତ୍ରାଂଶ ସମେତ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୫୦୦ ବସ୍ତା ସୋୟାବଡି, ୧୫୦ ବସ୍ତା ରାସାୟନିକ ସାମଗ୍ରୀ, ୪୦ ବସ୍ତା ଚାଉଳ ଗୁଣ୍ଡ ରହିଛି। ଏହି ଘଟଣାରେ ପୋଲିସ କାରଖାନା ମାଲିକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏ ନେଇ ଜଗତ୍‌ପୁର ଥାନାରେ ଏକ ମାମଲା(ନଂ.୫୩୧/୨୦) ରୁଜୁ ହୋଇଥିବା ଥାନାଧିକାରୀ ରବୀନ୍ଦ୍ର ମେହେର କହିଛନ୍ତି। ଏହି ଚଢ଼ାଉରେ କଟକ କମିଶନରେଟ ପୋଲିସର ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ଓ ମାପ ଓଜନ ଅଧିକାରୀ ଉତ୍କଳ କେଶରୀ ମହାନ୍ତି ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, କଟକର ବିଭିନ୍ନ କାରଖାନାରେ ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି। ଦୀର୍ଘଦିନ ହେବ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିଲେ ମଧ୍ୟ ପୋଲିସ ଏ ସମ୍ପର୍କରେ ସୁରାକ ପାଇପାରୁନାହିଁ। ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ପାଇବା ପରେ ପୋଲିସ କେତେକ କାରଖାନା ଉପରେ ଚଢାଉ କରୁଛି। ହେଲେ ଏଭଳି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକିବାରେ ବିଫଳ ହୋଇଛି। ଆଗାମୀ ଦିନରେ ଏଭଳି ନକଲି ଓ ଅପମିଶ୍ରଣ ସାମଗ୍ରୀ ତିଆରି ହେଉଥିବା କାରଖାନା ଉପରେ ପୋଲିସ ଏବଂ ପ୍ରଶାସନ ଚଢାଉ ଜାରି ରଖିବା ପାଇଁ ସହରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?