ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ପୂର୍ବ ଜିଲାର ଉପକୂଳବର୍ତ୍ତି ଅଞ୍ଚଳରେ ଏହି ପ୍ରତିମା ସ୍ଥାନନ କରିବେ ଗୋଆ ସରକାର। ଏନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା କାଲାଙ୍ଗୁଟେର ବିଧାୟକ ମାଇକେଲ ଲୋବୋ ସୂଚନା ଦେଇଛନ୍ତି। ପୂର୍ବରୁ ହିଁ ମାରାଡୋନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ମହାରାଷ୍ଟ୍ରର ଜଣେ କଳାକାର ଏହି ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି ବୋଲି ମାଇକେଲ କହିଛନ୍ତି।

ତେବେ ୨୦୧୮ରେ ରାଜ୍ୟରେ ମାରାଡୋନାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମାଇକେଲ ଘୋଷଣା କରିଥିଲେ। ଆସନ୍ତା ବର୍ଷ କାଣ୍ଡୋଲିମ କିମ୍ବା କାଲାଙ୍ଗୁଟେରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ପ୍ରତିମାର ଓଜନ ୩୫୦ କିଲୋଗ୍ରାମ୍‌ ହୋଇଥିବା ବେଳେ ଫୁଟବଲ ସଂସ୍କୃତିକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଅନ୍ୟ ଜଣେ ଫୁଟବଲର ଭେଟେରାନ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଏକ ପ୍ରତିମୂର୍ତ୍ତି ରାଜ୍ୟର ଉତ୍ତର ଜିଲାରେ ସ୍ଥାପନ କରାଯିବାକୁ ପ୍ରସ୍ତୁତି କରାଯାଉଛି ବୋଲି ମନ୍ତ୍ରୀ ମାଇକେଲ କହିଛନ୍ତି। ସୂଚନାଯୋଗ୍ୟ, ୧୯୮୬ ବିଶ୍ୱକପରେ ଆର୍ଜେଣ୍ଟିନାର ବିଜୟର ନାୟକ ସାଜିଥିବା ଡିଏଗୋ ମାରାଡୋନାଙ୍କ ବୁଧବାର ଦେହାନ୍ତ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲା ମୂଷା

ହାଇଦରବାଦ,୩।୪: ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ମୂଷା କାମୁଡ଼ି ଦେଇଥିଲା। ଯାହା ପରେ ପୀଡ଼ିତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା। ହେଲେ...

୪ ରାଜ୍ୟର ବିଭିନ୍ନ ସ୍କୁଲରେ କରୋନା ବିସ୍ଫୋରଣ, ୮୧  ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୩।୧୨: ଦେଶର ୧୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳ ୪...

ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ...

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ...

ନେଟ୍ସରେ ବ୍ୟାଟିଂ କଲେ ଏହି ଦୁଇ ଭାରତୀୟ କ୍ରିକେଟର୍‌

ଗାଜିଆବାଦ, ୧୪।୭- କରୋନା ଭାଇରସ୍‌ ଲାଗି ଦୀର୍ଘ ଦିନ ଧରି ବିଶ୍ରାମ ନେବା ପରେ ଦୁଇ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଯୁବ ଉଇକେଟ୍‌କିପର...

ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା

ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ...

ଔଷଧ ଦୋକାନରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ଟିକା ନେଇ ସୋମବାର ବଡ ଘୋଷଣା କରିଛନ୍ତି। ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ରୋହିତ, ଅଶ୍ୱିନ, ଅକ୍ଷରଙ୍କ ଉନ୍ନତି

ଦୁବାଇ,୧।୩(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ଓପନର ରୋହିତ ଶର୍ମା କ୍ୟାରିୟର ଶ୍ରେଷ୍ଠ ଅଷ୍ଟମ ସ୍ଥାନ ଅଧିକାର...

Advertisement
Archives

Model This Week