ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨୦ା୧: କୋଭିଡ୍‌-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ ବୋଲି ବୁଧବାର ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ମହାମାରୀ ସମୟରେ ମା’ବାପାଙ୍କୁ ହରାଇଥିବା ୧୦,୦୦୦ ଅନାଥ ଶିଶୁଙ୍କ ପାଖରେ ପହଞ୍ଚତ୍ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। କୋଭିଡ୍‌ ମହାମାରୀରେ ଆମତ୍ୀୟଙ୍କୁ ହରାଇଥିବା ପରିବାର ପିଛା ୫୦,୦୦୦ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି। ତେବେ କେତେକ ରାଜ୍ୟ ଏଥିରେ ଟାଳଟୁଳ ନୀତି ଆପଣାଉଥିବାରୁ ଅଦାଲତଙ୍କ ତତ୍ତ୍ୱାବଧାନରେ କ୍ଷତିପୂରଣ ଦିଆଯାଉ ବୋଲି ଆଇନଜୀବୀ ଗୌରବ ବଂଶଲ ଦାଖଲ କରିଥିବା ଏକ ପିଟିଶନରେ ପ୍ରାର୍ଥନା କରିଥିଲେ। ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଆବେଦନର ଶୁଣାଣି ବେଳେ କେରଳ ସରକାରଙ୍କ ଓକିଲଙ୍କୁ କହିଥିଲେ, ଯେଉଁଠି ବି କୋଭିଡ୍‌ ମୃତ୍ୟୁ ରେକର୍ଡ ହୋଇଛି ସେଠାକୁ ନିଜ ଅଧିକାରୀମାନଙ୍କୁ ପଠାନ୍ତୁ। ଅଫିସରମାନେ ସେମାନଙ୍କ ଘରକୁ ଯିବା ଜରୁରୀ। ମୃତ୍ୟୁ ପଞ୍ଜୀକୃତ ହୋଇଥିବା ସ୍ଥାନକୁ ଯିବା ପାଇଁ ଅଦାଲତଙ୍କୁ ଯେପରି ଆଉ ତାଗିଦ କରିବାକୁ ନ ପଡ଼େ ସରକାର ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆମତ୍ୀୟସ୍ବଜନଙ୍କୁ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କେରଳରେ ମହାମାରୀ ଅଦ୍ୟାବଧି ୪୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ପ୍ରାୟ ୨୩,୦୦୦ ପରିବାର କ୍ଷତିପୂରଣ ପାଇଛନ୍ତି। କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବକୁ ନେଇ ଜଷ୍ଟିସ୍‌ ଶାହ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ରାଜ୍ୟଗୁଡ଼ିକ ମନେକରୁଛନ୍ତି ଯେ, ଲୋକେ ସେମାନଙ୍କ ଦୟାରେ ଚଳୁଛନ୍ତି। ସେହିପରି ଜଷ୍ଟିସ୍‌ ଖାନ୍ନା କହିଥିଲେ, ରେକର୍ଡ ହୋଇଥିବା କୋଭିଡ୍‌ ମୃତ୍ୟୁ ଓ ଗ୍ରହଣ କରାଯାଇଥିବା ଆବେଦନ ସଂଖ୍ୟାରେ ବ୍ୟବଧାନ ଗମ୍ଭୀର ଚିନ୍ତାର ବିଷୟ। ଅନେକ ରାଜ୍ୟରେ ଯେତିକି ଲୋକ କୋଭିଡ୍‌-୧୯ ଯୋଗୁ ପ୍ରାଣ ହରାଇଛନ୍ତି ତା’ ତୁଳନାରେ କ୍ଷତିପୂରଣ ଦାବି କମ୍‌ ରହୁଛି। ଏହାସତ୍ତ୍ୱେ ସମ୍ପୃକ୍ତ ରାଜ୍ୟର ସରକାର ତତ୍ପରତା ଦେଖାଉନାହାନ୍ତି। ଏହି ଅବସରରେ ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ଡକ୍ୟୁମେଣ୍ଟେଶନ୍‌ ସାମ୍ପୁଲ ମାଗିଥିଲେ। ଆନ୍ଧ୍ର ପ୍ରଦେଶ ଓ ବିହାର ମୁଖ୍ୟ ସଚିବଙ୍କଠାରୁ କ୍ଷତିପୂରଣ ପ୍ରଦାନ ନେଇ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ପୂର୍ବରୁ ନିର୍ଦ୍ଦେଶ ରହିଥିବାବେଳେ ଅର୍ଥ ପ୍ରଦାନରେ ଖିଲାପ କରିଥିବା ଆନ୍ଧ୍ର ମୁଖ୍ୟ ସଚିବ ସମୀର ଶର୍ମାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ସହାୟତାରେ ପୀଡ଼ିତ ପରିବାର ସଂଖ୍ୟା ରେକର୍ଡ ମଗାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri