ଗ୍ଲୋବାଲ ଓ୍ବାର୍ମିଂ ଦାୟୀ: ବିଧାୟକ

ଭୁବନେଶ୍ୱର,୨୧ା୯ (ବ୍ୟୁରୋ):ଭୁବନେଶ୍ୱରର ମୁକୁଳା ଡ୍ରେନ୍‌୍‌ରେ ପଡ଼ି ନିଖୋଜ ହୋଇଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବହେଳାକୁ ସମସ୍ତେ ଦାୟୀ କରୁଛନ୍ତି। କିନ୍ତୁ ଭୁବନେଶ୍ୱରରେ ପ୍ରାୟ ୧୦ ବର୍ଷ ଧରି ମେୟର ରହିଥିବା ବର୍ତ୍ତମାନର ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଘଟଣାକୁ ଦୈବ ଦୁର୍ଘଟଣା କହି ପ୍ରସଙ୍ଗକୁ ହାଲୁକା କରିବା ପାଇଁ ଚେଷ୍ଟା କରିଛନ୍ତି। ଏପରି କି ସେ ଗ୍ଲୋବାଲ ଓ୍ବାର୍ମିଂକୁ ଦାୟୀ କରିବା ସହ ସେପ୍ଟେମ୍ବରରେ ବଡ଼ ବର୍ଷା ହେଉଛି ବୋଲି କହିଛନ୍ତି। ହେଲେ ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପକାଇବା ପାଇଁ ଗ୍ଲୋବାଲ ଓ୍ବାର୍ମିଂ କିଭଳି ବାଧକ ହେଲା ବୋଲି ସାଧାରଣରେ ବିଧାୟକଙ୍କୁ ପ୍ରଶ୍ନ ହେଉଛି।
ଅନନ୍ତ ୨୦୦୯ରୁ ଭୁବନେଶ୍ୱରର ୨ ଥର ମେୟର ଏବଂ ୨୦୧୯ରୁ ଭୁବନେଶ୍ୱର(ମଧ୍ୟ)ର ବିଧାୟକ। ସହରର ସମସ୍ତ ବିକାଶମୂଳକ କାର୍ଯ୍ୟ ତାଙ୍କ ମାଧ୍ୟମରେ ହୋଇଛି ବୋଲି ସେ ଅନେକ ସମୟରେ ଗଣମାଧ୍ୟମକୁ କହିବାର ରେକର୍ଡ ରହିଛି। ସହରରୁ ବର୍ଷାଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର ବହୁ କୋଟି ଟଙ୍କା ବିଏମ୍‌ସି ଜରିଆରେ ଖର୍ଚ୍ଚ କରୁଛନ୍ତି। କେବଳ ଡ୍ରେନ୍‌ ପାଇଁ ୧୦୦୦ କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି ବୋଲି ଖୋଦ୍‌ ବିଧାୟକ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଉଥିବାବେଳେ ସ୍ଥିତିରେ କୌଣସି ସୁଧାର ହେଉନାହିଁ କାହିଁକି। ଯୋଗାଯାଉଥିବା ଅର୍ଥ କେଉଁ ବାଟରେ ଖର୍ଚ୍ଚ ହୋଇଛି ସେନେଇ ସନ୍ଦେହ ପ୍ରକାଶ ପାଇଲାଣି।
ଉଲ୍ଲେଖଥାଉ କି, ୨୦୧୫ ଅଗଷ୍ଟ ୨୫ରେ ନୟାପଲ୍ଲୀ ଥାନା ମମ୍‌ତାଜ୍‌ ଅଲ୍ଲୀ ସ୍କୁଲ ନିକଟ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍‌ରେ ଭାସି ୪ର୍ଥ ଶ୍ରେଣୀର ଛାତ୍ର ପୁପୁନ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅନନ୍ତ ବିଏମ୍‌ସି ମେୟର ଥିଲେ। ସେହି ଘଟଣା ପାଇଁ ଲୋକେ ବିଏମ୍‌ସିକୁ ଦାୟୀ କରିଥିବାବେଳେ ମେୟର ଭାବେ ସେ ଉତ୍ତରଦାୟୀ ଥିଲେ। ଇତିମଧ୍ୟରେ ୫ଜଣଙ୍କ ମୁକୁଳା ଡ୍ରେନ୍‌ରେ ମୃତ୍ୟୁ ଘଟିଲାଣି। ତେଣୁ ଅନନ୍ତଙ୍କ ଉପରୋକ୍ତ ମନ୍ତବ୍ୟ ଏକ ଦାୟିତ୍ୱହୀନତାର ପରିଚୟ ବୋଲି ଆଲୋଚନା ହେଉଛି। ମୋତେ ନ କହି ପୁଅକୁ ନିଅନି ଭୁବନେଶ୍ୱର ଏମ୍ସର ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଆମ୍ବୁଲାନ୍ସରେ ଜ୍ୟୋତିପ୍ରକାଶଙ୍କ ମୃତଦେହ ନେବାକୁ ପରିବାର ଲୋକ ଅପେକ୍ଷା କରି ଠିଆ ହୋଇଥିଲେ। ଏପରି କି କ୍ଷତିପୂରଣ ଦାବି କରି କଂଗ୍ରେସ କର୍ମୀ ବିକ୍ଷୋଭ କରିଥିଲେ। ହେଲେ ହଠାତ୍‌ ପଛପଟ ରାସ୍ତାରେ ଜ୍ୟୋତିଙ୍କୁ ଆଉ ଏକ ଆମ୍ବୁଲାନ୍ସରେ ନିଆଯାଇଥିଲା। ଫଳରେ ଜ୍ୟୋତିଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ପଛରେ ଦୌଉଡ଼ିବା ଆରମ୍ଭ କରିଥିଲେ। ଏହାଦେଖି ଉପସ୍ଥିତ ଲୋକ ପିଛା କରି ଆମ୍ବୁଲାନ୍ସକୁ ଅଟକାଇଥିଲେ। ଡ୍ରାଇଭର ଯିବାକୁ ଉଦ୍ୟମ କରିବାରୁ ତାଙ୍କୁ ଉତ୍ତ୍ୟକ୍ତ ଲୋକ ମାଡ ମାରିଥିଲେ। କାହା ଇସାରାରେ ମୋତେ ନ କହି ନେଇଯାଉଛ ବୋଲି ଜ୍ୟୋତିପ୍ରକାଶଙ୍କ ବାପା ହୃଷୀକେଶ ଚିତ୍କାର କରିଥିଲେ। ଘଟଣାସ୍ଥଳରେ ତୁରନ୍ତ ପୋଲିସ ଓ ଅନ୍ୟ କେତେଜଣ ପହଞ୍ଚତ୍ ମୃତଦେହ ଥିବା ଆମ୍ବୁଲାନ୍ସକୁ ପଠାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri