ଗ୍ଲୋବାଲ ଓ୍ବାର୍ମିଂ ଦାୟୀ: ବିଧାୟକ

ଭୁବନେଶ୍ୱର,୨୧ା୯ (ବ୍ୟୁରୋ):ଭୁବନେଶ୍ୱରର ମୁକୁଳା ଡ୍ରେନ୍‌୍‌ରେ ପଡ଼ି ନିଖୋଜ ହୋଇଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବହେଳାକୁ ସମସ୍ତେ ଦାୟୀ କରୁଛନ୍ତି। କିନ୍ତୁ ଭୁବନେଶ୍ୱରରେ ପ୍ରାୟ ୧୦ ବର୍ଷ ଧରି ମେୟର ରହିଥିବା ବର୍ତ୍ତମାନର ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଘଟଣାକୁ ଦୈବ ଦୁର୍ଘଟଣା କହି ପ୍ରସଙ୍ଗକୁ ହାଲୁକା କରିବା ପାଇଁ ଚେଷ୍ଟା କରିଛନ୍ତି। ଏପରି କି ସେ ଗ୍ଲୋବାଲ ଓ୍ବାର୍ମିଂକୁ ଦାୟୀ କରିବା ସହ ସେପ୍ଟେମ୍ବରରେ ବଡ଼ ବର୍ଷା ହେଉଛି ବୋଲି କହିଛନ୍ତି। ହେଲେ ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପକାଇବା ପାଇଁ ଗ୍ଲୋବାଲ ଓ୍ବାର୍ମିଂ କିଭଳି ବାଧକ ହେଲା ବୋଲି ସାଧାରଣରେ ବିଧାୟକଙ୍କୁ ପ୍ରଶ୍ନ ହେଉଛି।
ଅନନ୍ତ ୨୦୦୯ରୁ ଭୁବନେଶ୍ୱରର ୨ ଥର ମେୟର ଏବଂ ୨୦୧୯ରୁ ଭୁବନେଶ୍ୱର(ମଧ୍ୟ)ର ବିଧାୟକ। ସହରର ସମସ୍ତ ବିକାଶମୂଳକ କାର୍ଯ୍ୟ ତାଙ୍କ ମାଧ୍ୟମରେ ହୋଇଛି ବୋଲି ସେ ଅନେକ ସମୟରେ ଗଣମାଧ୍ୟମକୁ କହିବାର ରେକର୍ଡ ରହିଛି। ସହରରୁ ବର୍ଷାଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର ବହୁ କୋଟି ଟଙ୍କା ବିଏମ୍‌ସି ଜରିଆରେ ଖର୍ଚ୍ଚ କରୁଛନ୍ତି। କେବଳ ଡ୍ରେନ୍‌ ପାଇଁ ୧୦୦୦ କୋଟି ଟଙ୍କା ରାଜ୍ୟ ସରକାର ଦେଇଛନ୍ତି ବୋଲି ଖୋଦ୍‌ ବିଧାୟକ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଉଥିବାବେଳେ ସ୍ଥିତିରେ କୌଣସି ସୁଧାର ହେଉନାହିଁ କାହିଁକି। ଯୋଗାଯାଉଥିବା ଅର୍ଥ କେଉଁ ବାଟରେ ଖର୍ଚ୍ଚ ହୋଇଛି ସେନେଇ ସନ୍ଦେହ ପ୍ରକାଶ ପାଇଲାଣି।
ଉଲ୍ଲେଖଥାଉ କି, ୨୦୧୫ ଅଗଷ୍ଟ ୨୫ରେ ନୟାପଲ୍ଲୀ ଥାନା ମମ୍‌ତାଜ୍‌ ଅଲ୍ଲୀ ସ୍କୁଲ ନିକଟ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍‌ରେ ଭାସି ୪ର୍ଥ ଶ୍ରେଣୀର ଛାତ୍ର ପୁପୁନ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅନନ୍ତ ବିଏମ୍‌ସି ମେୟର ଥିଲେ। ସେହି ଘଟଣା ପାଇଁ ଲୋକେ ବିଏମ୍‌ସିକୁ ଦାୟୀ କରିଥିବାବେଳେ ମେୟର ଭାବେ ସେ ଉତ୍ତରଦାୟୀ ଥିଲେ। ଇତିମଧ୍ୟରେ ୫ଜଣଙ୍କ ମୁକୁଳା ଡ୍ରେନ୍‌ରେ ମୃତ୍ୟୁ ଘଟିଲାଣି। ତେଣୁ ଅନନ୍ତଙ୍କ ଉପରୋକ୍ତ ମନ୍ତବ୍ୟ ଏକ ଦାୟିତ୍ୱହୀନତାର ପରିଚୟ ବୋଲି ଆଲୋଚନା ହେଉଛି। ମୋତେ ନ କହି ପୁଅକୁ ନିଅନି ଭୁବନେଶ୍ୱର ଏମ୍ସର ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ଆମ୍ବୁଲାନ୍ସରେ ଜ୍ୟୋତିପ୍ରକାଶଙ୍କ ମୃତଦେହ ନେବାକୁ ପରିବାର ଲୋକ ଅପେକ୍ଷା କରି ଠିଆ ହୋଇଥିଲେ। ଏପରି କି କ୍ଷତିପୂରଣ ଦାବି କରି କଂଗ୍ରେସ କର୍ମୀ ବିକ୍ଷୋଭ କରିଥିଲେ। ହେଲେ ହଠାତ୍‌ ପଛପଟ ରାସ୍ତାରେ ଜ୍ୟୋତିଙ୍କୁ ଆଉ ଏକ ଆମ୍ବୁଲାନ୍ସରେ ନିଆଯାଇଥିଲା। ଫଳରେ ଜ୍ୟୋତିଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ପଛରେ ଦୌଉଡ଼ିବା ଆରମ୍ଭ କରିଥିଲେ। ଏହାଦେଖି ଉପସ୍ଥିତ ଲୋକ ପିଛା କରି ଆମ୍ବୁଲାନ୍ସକୁ ଅଟକାଇଥିଲେ। ଡ୍ରାଇଭର ଯିବାକୁ ଉଦ୍ୟମ କରିବାରୁ ତାଙ୍କୁ ଉତ୍ତ୍ୟକ୍ତ ଲୋକ ମାଡ ମାରିଥିଲେ। କାହା ଇସାରାରେ ମୋତେ ନ କହି ନେଇଯାଉଛ ବୋଲି ଜ୍ୟୋତିପ୍ରକାଶଙ୍କ ବାପା ହୃଷୀକେଶ ଚିତ୍କାର କରିଥିଲେ। ଘଟଣାସ୍ଥଳରେ ତୁରନ୍ତ ପୋଲିସ ଓ ଅନ୍ୟ କେତେଜଣ ପହଞ୍ଚତ୍ ମୃତଦେହ ଥିବା ଆମ୍ବୁଲାନ୍ସକୁ ପଠାଇଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?