ଗାଈ ହାକୁଟି ଯୋଗୁ ବଢୁଛି ବିଶ୍ୱତାପନ, ମାଲିକ ପୈଠ କରିବେ ହାକୁଟି ଶୁଳ୍କ …

ଓ୍ବିଲିଂଟନ, ୮।୬ : ନ୍ୟୁଜିଲାଣ୍ଡ ସରକାର ବୁଧବାର ଗୃହପାଳିତ ପ୍ରାଣୀ ପାଳନ କରୁଥିବା ମାଲିକମାନଙ୍କଠାରୁ କୃଷି ର୍ନିଗମନ ଉପରେ ଶୁଳ୍କ ଆଦାୟ ପାଇଁ ଏକ ଡ୍ରାଫ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି। ଦେଶରେ ଏଭଳି ଚାଷୀଙ୍କ ସଂଖ୍ୟା ଅଧିକ ରହିଛି। ସେମାନେ ପ୍ରାୟତଃ ଗାଈଗୋରୁ, ମେଣ୍ଢା ଛେଳି ଆଦି ପାଳନ କରିଥାନ୍ତି। ନ୍ୟୁଜିଲାଣ୍ଡର ପରିବେଶ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରସ୍ତାବ ଦେଶକୁ ଏକ ପ୍ରମୁଖ କୃଷି ରପ୍ତାନିକାରୀ ଭାବେ ବିକଶିତ କରିବ।

ପୃଥିବୀର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ କୃଷକମାନେ ଗୃହପାଳିତ ପ୍ରାଣୀଙ୍କ ପାଇଁ ନିର୍ଗମନ ଶୁଳ୍କ ପ୍ରଦାନ କରିବେ। ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନ୍ୟୁଜିଲାଣ୍ଡରେ ପ୍ରାୟ ୧କୋଟି ଗାଈ,ମଇଁଷି ଏବଂ ୨ କୋଟି ୬୦ ଲକ୍ଷ ନିୟୁତ ଛେଳି ମେଣ୍ଢା ଅଛନ୍ତି।

ନ୍ୟୁଜିଲାଣ୍ଡରେ ହେଉଥିବା ଗ୍ରୀନ ହାଉସ ଗ୍ୟାସ ନିର୍ଗମନର ପ୍ରାୟ ଅଧା କୃଷି କ୍ଷେତ୍ରରୁ ଆସିଥାଏ। ବିଶେଷତଃ ମିଥେନ ଗ୍ୟାସର ନିର୍ଗମନ ଗାଈଗୋରୁଙ୍କ ହାକୁଟିରୁ ଆସିଥାଏ। ତେଣୁ ଗ୍ଲୋବାଲ ୱାର୍ମିଂ ବନ୍ଦ କରିବାକୁ ଚେଷ୍ଟା କରିବା ପାଇଁ ନ୍ୟୁଜିଲାଣ୍ଡ ସରକାର କୃଷକମାନଙ୍କଠାରୁ ହାକୁଟି ଶୁଳ୍କ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନ୍ୟୁଜିଲାଣ୍ଡ ସରକାର ଏବଂ କୃଷକ ପ୍ରତିନିଧୀଙ୍କ ସହମତିେରେ ହୋଇଥିବା ଡ୍ରାଫ୍ଟ ଯୋଜନା ଅନୁଯାୟୀ, କୃଷକମାନଙ୍କୁ ୨୦୨୫ ଠାରୁ ଗୃହପାଳିତ ପ୍ରାଣୀମାନଙ୍କଠାରୁ ହେଉଥିବା ଗ୍ୟାସ ନିର୍ଗମନ ପାଇଁ ଦେୟ ଦେବାକୁ ପଡିବ। ସ୍ବଳ୍ପ ମିଆଦି ଏବଂ ଦୀର୍ଘସ୍ଥାୟୀ କୃଷି ଗ୍ୟାସର ମୂଲ୍ୟ ଭିନ୍ନ ଭିନ୍ନ ହେବ। ଗ୍ୟାସର ମାତ୍ରା ମାପିବା ପାଇଁ ସମାନ ମାନଦଣ୍ଡ ବ୍ୟବହାର କରାଯିବ। ଏଥି ସହିତ ନ୍ୟୁଜିଲାଣ୍ଡର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଜେମ୍ସ ଶୋ କହିଛନ୍ତି ଯେ ବାୟୁମଣ୍ଡଳରେ ଆମେ ମିଥେନର ପରିମାଣ ହ୍ରାସ କରିବା ଆବଶ୍ୟକ, ବରଂ କୃଷି ପାଇଁ ଏକ ପ୍ରଭାବଶାଳୀ ନିର୍ଗମନ ମୂଲ୍ୟ ପ୍ରଣାଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ।

ହାକୁଟି ହ୍ରାସ କରିବାକୁ ଯୋଜନା ଅନ୍ତର୍ଗତ ନ୍ୟୁଜିଲାଣ୍ଡ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରସ୍ତାବରେ ସେହି କୃଷକମାନଙ୍କ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପ୍ରାଣୀମାନଙ୍କ ପାଇଁ ଏକ ପ୍ରକାର ଖାଦ୍ୟର ବ୍ୟବସ୍ଥା କରିବେ ଯାହାଫଳରେ ସେମାନଙ୍କର କମ୍‌ ପରିମାଣର ହାକୁଟି ହେବ। ଏଥି ସହିତ, ଏହି ଯୋଜନାରୁ ହେଉଥିବା ରାଜସ୍ବ କୃଷକମାନଙ୍କ ଅନୁସନ୍ଧାନ, ବିକାଶ ଏବଂ ପରାମର୍ଶଦାତା ସେବାରେ ବିନିଯୋଗ କରାଯିବ।
କାର୍ବନ ଡାଇଅକ୍ସାଇଡ ଅପେକ୍ଷା ମିଥେନ୨୫ ଗୁଣ ଅଧିକ ବିପଜ୍ଜନକ। ଗାଈମାନଙ୍କ ହାକୁଟି ଯୋଗୁ ବହୁ ପରିମାଣର ମିଥେନ ନିର୍ଗତ ହୋଇଥାଏ।

ମିଳିତ ଜାତିସଂଘର ପରିବେଶ ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମିଥେନ ନିର୍ଗମନରେ ଉଲ୍ଲେଖନୀୟ ହ୍ରାସ ହେଲେ ଜଳବାୟୁ ପରିବର୍ତ୍ତନ ମଧ୍ୟ ମନ୍ଥର ହୋଇପାରେ। ଗୋଟିଏ ଗାଈ ପ୍ରତିଦିନ ୧୩୦ ଗ୍ୟାଲନ ମିଥେନ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ିଥାଏ। ସେଥିମଧ୍ୟରୁ ୯୫ ପ୍ରତିଶତ ମିଥେନ ନିର୍ଗମନ ସେମାନଙ୍କ ହାକୁଟିରୁ ଆସିଥାଏ। ଦୁନିଆରେ ପ୍ରାୟ ଶହେ କୋଟି ଗାଈ ଅଛନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri