କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୧ା୬: ଜୟପୁର ସଦର ଥାନା ଅଧୀନ କଣ୍ଡାପୁଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି ଜୟପୁର ସଦର ପୋଲିସ। କଙ୍ଗାରୁ କୋର୍ଟରେ ସାକ୍ଷୀ ଦେବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ଛତିଡ଼ିପୁଟ ଗ୍ରାମର ଘାସିରାମ ଗାଧବା ଓ ବଳରାମ ଗାଧବା ବୋଲି ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଶୁକ୍ରବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ ୮ତାରିଖରେ କଣ୍ଡାପୁଟ ଜଙ୍ଗଲରେ ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ଘାସିରାମ ଓ ବଳରାମଙ୍କ ସହ ଛତିଡ଼ିପୁଟ ଗ୍ରାମର ୨ଟି ପରିବାର ସହ ଝଗଡ଼ା ହୋଇଥିଲା। ଏନେଇ ଗ୍ରାମରେ ଏକ କଙ୍ଗାରୁ କୋର୍ଟ(ସଭା) ବସିଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଉପେନ୍ଦ୍ର ଗାଧବାଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ୨ ଅଭିଯୁକ୍ତ ଘାସିରାମ ଓ ବଳରାମଙ୍କୁ ୫ ଶହ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା। ଏହି ଅପମାନ ଓ ଜରିମାନାକୁ ନେଇ ଘାସିରାମ ଓ ବଳରାମ ରାଗ ରଖି ୬ ତାରିଖ ସନ୍ଧ୍ୟାରେ ମଦ ପିଇବାକୁ ଉପେନ୍ଦ୍ରଙ୍କୁ ବାଇକରେ ବସାଇ ନେଇଥିଲେ। କଣ୍ଡାପୁଟ ଜଙ୍ଗଲକୁ ନେଇ ଉପେନ୍ଦ୍ରଙ୍କୁ ଛୁରିରେ ଉଭୟେ ଆକ୍ରମଣ କରି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ପରେ ଘାସିରାମ ଓ ବଳରାମ ଗ୍ରାମକୁ ଚାଲି ଆସିଥିଲେ ା ଉପେନ୍ଦ୍ରଙ୍କ ମୃତଦେହ ୮ତାରିଖରେ ସ୍ଥାନୀୟ ବାସିନ୍ଦା ଦେଖି ବାପା ହର ଗାଧବାଙ୍କୁ ଜଣାଇଥିଲେ। ସେ ଜଙ୍ଗଲକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅର ମୃତଦେହ ପଡିଥିବା ଦେଖିଥିଲେ। ଏନେଇ ହରସଦର ଥାନାରେ ଜୁନ୍‌ ୮ତାରିଖରେ ଅଭିଯୋଗ କରିଥିଲେ ା ଅଭିଯୋଗ କ୍ରମେ ପୋଲିସ ୧୦୧/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ କୃଷି ଅଧିକାରୀ

ଜୁନାଗଡ,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଅନ୍ତର୍ଗତ ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତରେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚି ପାରି ନ ଥିବାରୁ ରବିଧାନ...

ଜିଏସ୍‌ଟି କମିଲେ କାର୍‌ ବିକ୍ରି ବଢ଼ିବ

କୋଭିଡ୍‌-୧୯ ଅଟୋ ଉଦ୍ୟୋଗ ସମେତ ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ମହାମାରୀ ଆସିବାର ବର୍ଷକ ପରେ ଏବେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ମନେହୁଏ।...

ଘରଭଙ୍ଗା ସାହାଯ୍ୟ ମିଳିଲାନି

ଯାଜପୁର ଅଫିସ,୭।୧୨: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୩ ମାସ ଅତିକ୍ରାନ୍ତ ହୋଇଛି। ଏଥିରେ ଯାଜପୁର ଜିଲାର ୨ ପକ୍କା ଘର ସମ୍ପୂର୍ଣ୍ଣ ଧ୍ୱଂସ...

ଆଜି ଭଉଁରି, ଚକ-ଅଖ ଡେରା ନୀତି

ପୁରୀ ଅଫିସ,୧୨ା୫: ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ବିଂଶତମ ଦିବସରେ ଶ୍ରୀକ୍ଷେତ୍ର ଭଉଁରି ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ...

ଜମି ଦୁର୍ନୀତିର ତଦନ୍ତ ଆରମ୍ଭ

କୁଜଙ୍ଗ,୧ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ତହସିଲ କାର୍ଯ୍ୟାଳୟ ଅଧୀନରେ ପାରାଦୀପ ଶିଳ୍ପାଞ୍ଚଳ ରହିଛି। ତେଣୁ ତହସିଲ ଅଧୀନ ପାରାଦୀପଗଡ଼,...

ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ...

ପାଣିଝରା ଦେଇଛି ପରିଚୟ

ଚମ୍ପୁଆ, ୭ା୧୨ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଶଶାଙ୍କ ଗ୍ରାମ ବାଲିସାହି। ପାଣିଝରା ନିର୍ମାଣ ଓ ବିକ୍ରୟ କରି ଏଠାକାର ଆଦିବାସୀ ପାଇପାରିଛନ୍ତି...

ମଦ୍ୟପ ସ୍ବାମୀଙ୍କ ନୃଶଂସକାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶାଶୁ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ...

Advertisement
Archives

Model This Week