ବୈଶ୍ୱିକ କ୍ଷୁଧା ଓ ଖାଦ୍ୟ ବ୍ୟବସ୍ଥା

ଆଲେକ୍‌ଜାଣ୍ଡର ମୁଲର, ଭାୟୋଲେଟ ଶିଭ୍ୟୁଟ୍‌ସେ

ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ଛିନ୍ନଭିନ୍ନ ହୋଇଯାଇଛି। ଯଦିଓ ଏହା ୮୧୧ ମିଲିୟନ ( ୮୧.୧ କୋଟି)ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି ଅଧିକରୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଉପତ୍ାଦନ କରୁଛି ତଥାପି ବିଶ୍ୱ ଜନସଂଖ୍ୟାର ୧୦%ରୁ ଅଧିକ ପ୍ରତି ରାତିରେ ଭୋକିଲା ଶୋଉଛନ୍ତି। ଦୁଃଖର ବିଷୟ, ବିଶ୍ୱର ପ୍ରଭାବୀସଂଗଠନ କିମ୍ବା ଦେଶଗୁଡ଼ିକ ସଭିଙ୍କ ପାଇଁ ଖାଦ୍ୟ ଉପଲବ୍ଧତା ନିଶ୍ଚିତ କରିପାରି ନାହାନ୍ତି। ଏଣୁ କ୍ଷୁଧା ସଙ୍କଟର ସ୍ବଳ୍ପ ଓ ଦୀର୍ଘମିଆଦୀ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏକ ବୈଶ୍ୱିକ ସମନ୍ବିତ ପଦକ୍ଷେପକୁ ପ୍ରାଥମିକତା ଦେବା ଦରକାର। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ,କୋଭିଡ୍‌-୧୯ ଏବଂ ମୂଲ୍ୟର ନକାରାମତ୍କ ପ୍ରଭାବ ଯୋଗୁ ଖାଦ୍ୟ ସୁରକ୍ଷାର ୪ଟି ଦିଗ ବା ମାପକ, ଅର୍ଥାତ୍‌ ଉପଲବ୍ଧତା, ପହଞ୍ଚାଇବା ପଦ୍ଧତି, ସ୍ଥାୟିତ୍ୱ ଏବଂ ଉପଯୋଗ ଉପରେ ବିପଦ ଦେଖାଯାଇଛି। ବୈଶ୍ୱିକ ବାଣିଜ୍ୟରେ ବାଧା ଏବଂ ଖାଦ୍ୟ ମୂଲ୍ୟବୃଦ୍ଧି ଯୋଗୁ ଏହି ୪ଟି ଦିଗ କ୍ଷୁଧା ବୃଦ୍ଧିର ଏକ ସ୍ବଳ୍ପମିଆଦୀ ଆହ୍ବାନ ସୃଷ୍ଟିକରୁଛି। ଏହି ସମୟରେ ମନୁଷ୍ୟକୃତ ଜଳବାୟୁ ସଙ୍କଟ ଏହା ଉପରେ ମଧ୍ୟମରୁ ଦୀର୍ଘମିଆଦୀ ବିପଦ ସୃଷ୍ଟିକରିଛି। ଜଳବାୟୁ ପରିବର୍ତ୍ତନ ଏବେ ଖାଦ୍ୟ ଉପତ୍ାଦନ ହେଉଥିତ୍ବା ପରିବେଶକୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛି। ନିକଟରେ ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ( ଆଇପିସିସି)ର ପ୍ରକାଶିତ ଷଷ୍ଠ ଆସେସ୍‌ମେଣ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି। ସାରା ବିଶ୍ୱରେ ଲଗାତର ଭାବେ ଜଳବାୟୁ ସଙ୍କଟ ଖାଦ୍ୟ ବ୍ୟବସ୍ଥାର ପରିଣାମକୁ ପ୍ରଭାବିତ କରିବା ସହ ଅଧିକ କ୍ଷତି କରିଆସୁଛି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏହି ଭୟଙ୍କର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଅତୀତରୁ ସବୁବେଳେ ଯୁଦ୍ଧ ହିଁ କ୍ଷୁଧାର କାରଣ ହୋଇଆସିଛି। ଯୁଦ୍ଧ ଯୋଗୁ ସାଧାରଣତଃ ଆଞ୍ଚଳିକ କ୍ଷେତ୍ରରେ କ୍ଷୁଧା ବଢିଯାଏ। ତେବେ ୟୁକ୍ରେନ୍‌ ଯୁଦ୍ଧରେ ବିଶ୍ୱର ସର୍ବବୃହତ୍‌ କୃଷିଦ୍ରବ୍ୟ ଉପତ୍ାଦନକାରୀ ଦେଶ ଜଡ଼ିତ ରହିଥିବାରୁ ବୈଶ୍ୱକ ବାଣିଜ୍ୟ ବିଗୁଡ଼ୁଛିି। ଫଳରେ, ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ମୂଲ୍ୟ ସୂଚକାଙ୍କ ମାର୍ଚ୍ଚରେ ସବୁଠୁ ଅଧିକ ସ୍ତରରେ ରହିଥିଲା। ଯୁଦ୍ଧ ଆରମ୍ଭ ହେଲା ପରେ କେତେକ ଅଞ୍ଚଳରେ ଅଟା କିମ୍ବା ଭେଜିଟେବଲ ଅଏଲ୍‌ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତିନିଗୁଣ ବୃଦ୍ଧି ହୋଇଛି। ଜୀବାଶ୍ମ ଇନ୍ଧନ ଆଧାରିତ ସାରର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ଖାଦ୍ୟ ଉପତ୍ାଦନକାରୀମାନେ ସାମ୍ନା କରିଛନ୍ତି। ବିଶ୍ୱରେ ଏଭଳି ସାର ବେଶି ରପ୍ତାନି କରୁଥିବା ଦେଶଗୁଡ଼ିକ ମଧ୍ୟରେ ରୁଷିଆ ଅନ୍ୟତମ। ସାଂଘାତିକ ଭାବେ ପ୍ରଭାବିତ ଦେଶଗୁଡ଼ିକରେ ଖାଦ୍ୟ ମୂଲ୍ୟବୃଦ୍ଧି ସାମାଜିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ। ୨୦୦୮ରେ ଯେତେବେଳେ ଖାଦ୍ୟ ମୂଲ୍ୟ ଅତ୍ୟଧିକ ବଢ଼ିଥିଲା , ସେତେବେଳେ ୨୦ଟି ଦେଶରୁ ଅଧିକରେ ଅଶାନ୍ତି ଓ ଅସ୍ଥିରତା ପ୍ରକାଶ ପାଇଥିଲା। ତା’ପରକୁ ଅଛି କୋଭିଡ୍‌-୧୯ ମହାମାରୀ। ଜାତିସଂଘ ଅନୁଯାୟୀ, ଏହି ମହାମାରୀ ଯୋଗୁ ବିଶ୍ୱରେ କୋଟି କୋଟି ଲୋକ ଭୋକିଲା ରହିଛନ୍ତି। ମହାମାରୀ ବିରୋଧରେ ଲଢ଼େଇ କରିବା ଲାଗି ଯେଉଁ ଲକ୍‌ଡାଉନ କରାଗଲା, ତାହା ଯୋଗାଣ ଶୃୃଙ୍ଖଳକୁ ନଷ୍ଟ କରିଦେବା ସହ ଖାଦ୍ୟ ମୂଲ୍ୟ ଉପରେ ଅତ୍ୟଧିକ ଚାପ ମଧ୍ୟ ପକାଇଛି।
ଆମ ଖାଦ୍ୟ ବ୍ୟବସ୍ଥାଗୁଡ଼ିକ ମଧ୍ୟ ଅନ୍ୟସବୁ ଆହ୍ବାନର ସମ୍ମୁଖୀନ ହେଉଛି। ବୈଶ୍ୱିକ ବାଣିଜ୍ୟ ଦ୍ୱାରା ଶସ୍ତା କ୍ୟାଲୋରିଯୁକ୍ତ ଖାଦ୍ୟ ସାମଗ୍ରୀଗୁଡ଼ିକ ଉପଲବ୍ଧ ହେବା ଓ ତାହାକୁ ଖାଇବା ଯୋଗୁ ବ୍ୟାପକ ଭାବେ ମେଦବହୁଳତା ବ୍ୟାପିଛି। ଜୀବାଶ୍ମ ଇନ୍ଧନଭିତ୍ତିକ ଉପତ୍ାଦନ ଗମ୍ଭୀର ପରିବେଶଗତ ସମସ୍ୟାର କାରଣ ପାଲଟଛି। କିନ୍ତୁ ପରିବେଶ ଉପରେ ଉପତ୍ାଦନ ପ୍ରକ୍ରିୟାର ନକାରାମତ୍କ ପ୍ରଭାବଗୁଡ଼ିକୁ ବହୁ ସମୟରେ ଅଣଦେଖା କରାଯାଇଛି। ଏହାବାଦ୍‌ ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଜାତିସଂଘ ଫୁଡ ସିଷ୍ଟମ୍‌ ସମ୍ମ୍‌ିଳନୀ ପରେ ବି ଖାଦ୍ୟ ବ୍ୟବସ୍ଥାର ପରିିବର୍ତ୍ତନ ଦିଗରେ ସମ୍ମିଳିତ ଭାବେ ଖୁବ୍‌ କମ୍‌ ପଦକ୍ଷେପ ନିଆଯାଇଛି। ହେଲେ ଉଦ୍ୟୋଗୀକୃତ କୃଷି ତା’ ପ୍ରଭୁତ୍ୱ ଜାରି ରଖିଛି। ଏଥିରୁ ବୁଝାପଡ଼ୁଛି ଯେ, ଏଥିପାଇଁ ଆମକୁ ବହୁତ କିଛି କରିବାକୁ ବାକି ରହିଛି। ଯଦି ନୀତିନିର୍ଦ୍ଧାରକମାନେ ଏବେ ପ୍ରକାଶ ପାଉଥିବା କ୍ଷୁଧା ସଙ୍କଟକୁ ରୋକିବାକୁ ଯାଇ ଲଗାତର ଜଳବାୟୁ ଓ ଜୈବବିବିଧତା ସଙ୍କଟଗୁଡ଼ିକୁ ଅଣଦେଖା କରନ୍ତି ଏବଂ ଖାଦ୍ୟ ବ୍ୟବସ୍ଥାଗୁଡ଼ିକୁ ଅଧିକ ସ୍ଥାୟୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ବିଳମ୍ବ କରନ୍ତି, ତେବେ ବୈଶ୍ୱିକ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ବୃୃଦ୍ଧିପାଇବ। ଉଦାହରଣସ୍ବରୂପ, କେତେକ ଦେଶର ପ୍ରସ୍ତାବ କ୍ରମେ ୟୁରୋପୀୟ ସଂଘ( ଇୟୁ)ର ଫାର୍ମ ଟୁ ଫ୍ରକ୍‌ ଷ୍ଟ୍ରାଟେଜି ଲାଗୁ ବନ୍ଦ କରିବା ଯୋଗୁ ଆଗାମୀ ଦିନରେ ଆବଶ୍ୟକ ପରିମାଣର ଖାଦ୍ୟ ଇୟୁ ଯୋଗାଯାଇପାରିବ ନାହିଁ। ଏହା ମଧ୍ୟ ୟୁରୋପୀୟ କୃଷିର ସକ୍ଷମତାକୁ ଦୁର୍ବଳ କରିଦେବ।
ଖାଦ୍ୟ ସୁରକ୍ଷା ଉପରେ ବିପଦ ବଢୁଥିବାରୁ ଆମେ ଫୁଡ୍‌, ଫିଡ୍‌, ଫାଇବର ଏବଂ ଫୁଏଲ୍‌ ସେକ୍ଟରରୁ ଉପତ୍ାଦିତ କୃଷିଜାତ ଦ୍ରବ୍ୟ ଚାହିଦା ପୂରଣ କରିବା ପାଇଁ ଅପର୍ଯ୍ୟାପ୍ତ ହେବାର ସମ୍ଭାବାନକୁ ଅଣଦେଖା କରାଯାଇପାରିବ ନାହିଁ। ଅପର୍ଯ୍ୟାପ୍ତ ଯୋଗାଣ ଏବଂ ବୈଶ୍ୱିକ ବାଣିଜ୍ୟରେ ଥିବା ବାଧାଗୁଡ଼ିକ ଆମକୁ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ କରିବ। ୟୁକ୍ରେନ୍‌ ଯୁଦ୍ଧ ଏବଂ ଖାଦ୍ୟ ସୁରକ୍ଷାର ଉପଲବ୍ଧତା, ପହଞ୍ଚାଇବା ପଦ୍ଧତି, ସ୍ଥାୟିତ୍ୱ ଏବଂ ଉପଯୋଗ ଉପରେ ଉପୁଜିଥିବା ବିପଦକୁ ପ୍ରତିରୋଧ କରିବାକୁ ହେଲେ ଏକ ବୈଶ୍ୱିକ ସମନ୍ବିତ ପ୍ରତିକ୍ରିୟା ଆବଶ୍ୟକ। କିନ୍ତୁ ଯେଉଁଠି ଦେଶଗୁଡ଼ିକ ଏବଂ ବ୍ୟବସ୍ଥାର ସମସ୍ତ ଅଂଶୀଦାର ଏହିସବୁ ଆହ୍ବାନକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିପାରିବେ ସେଠାରେ ବହୁଦେଶୀୟ ଭାଗୀଦାରି ବ୍ୟବସ୍ଥା ସେମାନଙ୍କୁ ଏକ ସକ୍ରିୟ ପ୍ଲାଟ୍‌ଫର୍ମ ଯୋଗାଇ ଦେବାକୁ ସକ୍ଷମ ହେବେ କି ନାହିଁ ତାହା ହେଉଛି ମୁଖ୍ୟ ପ୍ରଶ୍ନ। ତେବେ ରାଷ୍ଟ୍ର ସମୂହର ଭାଗୀଦାରି ପ୍ରକ୍ରିୟାଗୁଡ଼ିକ ଯଦି ଏହି ଦାୟିତ୍ୱ ବହନ କରିବାକୁ ସକ୍ଷମ ନ ହୁଏ, ତେବେ ଜି୭ ଉକ୍ତ ସ୍ଥିତିର ସମାଧାନ କରିବା ଲାଗି ଏକ ତ୍ୱରିତ ପଦକ୍ଷେପ ନେବାକୁ ହେବ। ଏଥିଲାଗି ବିଶ୍ୱ ସମୁଦାୟ ଦାବି କରିବାକୁ ପଡ଼ିବ। ଅବଶ୍ୟ ଏହି ସ୍ଥିତିର ସମାଧାନ ସକାଶେ ଜି୭ କାର୍ଯ୍ୟ ଆରମ୍ଭ କରିଦେଇଛି ଏବଂ ଆବଶ୍ୟକସ୍ଥଳେ ଦେଶଗୁଡ଼ିକୁ ସହଯୋଗ କରିବା ଲାଗି ମଲ୍‌ଟିଲାଟେରାଲ ଫାଇନାନ୍ସିଂ ପ୍ରକ୍ରିୟାଗୁଡ଼ିକ ଯୋଗାଇଦେବା ପାଇଁ ସଙ୍କଳ୍ପ ନେଇଛି। ପୁନଶ୍ଚ,ଏବେ ପ୍ରାଣୀ ଖାଦ୍ୟ ଭାବେ ଉପଯୋଗ କରାଯାଉଥିବା ଖାଦ୍ୟଶସ୍ୟଗୁଡ଼ିକୁ କିଭଳି ଗରିବ ଦେଶଗୁଡ଼ିକରେ ବଣ୍ଟାଯାଇପାରିବ ସେ ବିଷୟରେ ଜି୭ ଦେଶସବୁ ଏକ ସ୍ପଷ୍ଟ ପ୍ରତିବଦ୍ଧତା ପ୍ରକାଶ କରିବା ଉଚିତ। ବାସ୍ତବରେ ଜି୭ ଦ୍ୱାରା ଏକ ଚୁକ୍ତି କରାଗଲେ ତାହା ଶୀଘ୍ର ସମସ୍ୟା ସମାଧାନ କରିବାକୁ ବାଟ ଦେଖାଇବା ସହ ବିଶ୍ୱାସ ଜନ୍ମାଇବ ଏବଂ ବହୁଦେଶୀୟ ଭାଗୀଦାରି ବ୍ୟବସ୍ଥାକୁ କାର୍ଯ୍ୟ କରିବା ଲାଗି ପ୍ରେରିତ କରିବ। ଏହା ଦ୍ୱାରା କେବଳ ବର୍ତ୍ତମାନ ନୁହେଁ, ଭବିଷ୍ୟତରେ ମଧ୍ୟ ଖାଦ୍ୟ ସଙ୍କଟ ଦୂର କରାଯାଇପାରିବ।
ଏବକାର କ୍ଷୁଧା ସଙ୍କଟ ପରିପ୍ରେକ୍ଷୀରେ ତ୍ୱରିତ ପଦକ୍ଷେପସବୁ ଗ୍ରହଣ କରିବା ଜରୁରୀ। ଏହା ଆମ ଖାଦ୍ୟ ବ୍ୟବସ୍ଥାଗୁଡ଼ିକର ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ। ଜି୭ ଚାର୍ହିଁଲେ ପଦକ୍ଷେପ ଗ୍ରହଣ କରି ସବୁଠାରେ ଖାଦ୍ୟ ବ୍ୟବସ୍ଥାଗୁଡ଼ିକରେ ଅତ୍ୟାବଶ୍ୟକ ପରିବର୍ତ୍ତନ ପାଇଁ ଏକ ନୂଆ କ୍ଷେତ୍ର ସୃଷ୍ଟି କରିବ। ଏହା ନ ହେଲେ ’କ୍ଷୁଧା ବଢିବା ସହ ଅସ୍ଥିରତା ଆହୁରି ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri