ବୈଶ୍ୱିକ କ୍ଷୁଧା ଓ ଖାଦ୍ୟ ବ୍ୟବସ୍ଥା

ଆଲେକ୍‌ଜାଣ୍ଡର ମୁଲର, ଭାୟୋଲେଟ ଶିଭ୍ୟୁଟ୍‌ସେ

ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ଛିନ୍ନଭିନ୍ନ ହୋଇଯାଇଛି। ଯଦିଓ ଏହା ୮୧୧ ମିଲିୟନ ( ୮୧.୧ କୋଟି)ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି ଅଧିକରୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଉପତ୍ାଦନ କରୁଛି ତଥାପି ବିଶ୍ୱ ଜନସଂଖ୍ୟାର ୧୦%ରୁ ଅଧିକ ପ୍ରତି ରାତିରେ ଭୋକିଲା ଶୋଉଛନ୍ତି। ଦୁଃଖର ବିଷୟ, ବିଶ୍ୱର ପ୍ରଭାବୀସଂଗଠନ କିମ୍ବା ଦେଶଗୁଡ଼ିକ ସଭିଙ୍କ ପାଇଁ ଖାଦ୍ୟ ଉପଲବ୍ଧତା ନିଶ୍ଚିତ କରିପାରି ନାହାନ୍ତି। ଏଣୁ କ୍ଷୁଧା ସଙ୍କଟର ସ୍ବଳ୍ପ ଓ ଦୀର୍ଘମିଆଦୀ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏକ ବୈଶ୍ୱିକ ସମନ୍ବିତ ପଦକ୍ଷେପକୁ ପ୍ରାଥମିକତା ଦେବା ଦରକାର। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ,କୋଭିଡ୍‌-୧୯ ଏବଂ ମୂଲ୍ୟର ନକାରାମତ୍କ ପ୍ରଭାବ ଯୋଗୁ ଖାଦ୍ୟ ସୁରକ୍ଷାର ୪ଟି ଦିଗ ବା ମାପକ, ଅର୍ଥାତ୍‌ ଉପଲବ୍ଧତା, ପହଞ୍ଚାଇବା ପଦ୍ଧତି, ସ୍ଥାୟିତ୍ୱ ଏବଂ ଉପଯୋଗ ଉପରେ ବିପଦ ଦେଖାଯାଇଛି। ବୈଶ୍ୱିକ ବାଣିଜ୍ୟରେ ବାଧା ଏବଂ ଖାଦ୍ୟ ମୂଲ୍ୟବୃଦ୍ଧି ଯୋଗୁ ଏହି ୪ଟି ଦିଗ କ୍ଷୁଧା ବୃଦ୍ଧିର ଏକ ସ୍ବଳ୍ପମିଆଦୀ ଆହ୍ବାନ ସୃଷ୍ଟିକରୁଛି। ଏହି ସମୟରେ ମନୁଷ୍ୟକୃତ ଜଳବାୟୁ ସଙ୍କଟ ଏହା ଉପରେ ମଧ୍ୟମରୁ ଦୀର୍ଘମିଆଦୀ ବିପଦ ସୃଷ୍ଟିକରିଛି। ଜଳବାୟୁ ପରିବର୍ତ୍ତନ ଏବେ ଖାଦ୍ୟ ଉପତ୍ାଦନ ହେଉଥିତ୍ବା ପରିବେଶକୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛି। ନିକଟରେ ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ( ଆଇପିସିସି)ର ପ୍ରକାଶିତ ଷଷ୍ଠ ଆସେସ୍‌ମେଣ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି। ସାରା ବିଶ୍ୱରେ ଲଗାତର ଭାବେ ଜଳବାୟୁ ସଙ୍କଟ ଖାଦ୍ୟ ବ୍ୟବସ୍ଥାର ପରିଣାମକୁ ପ୍ରଭାବିତ କରିବା ସହ ଅଧିକ କ୍ଷତି କରିଆସୁଛି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏହି ଭୟଙ୍କର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଅତୀତରୁ ସବୁବେଳେ ଯୁଦ୍ଧ ହିଁ କ୍ଷୁଧାର କାରଣ ହୋଇଆସିଛି। ଯୁଦ୍ଧ ଯୋଗୁ ସାଧାରଣତଃ ଆଞ୍ଚଳିକ କ୍ଷେତ୍ରରେ କ୍ଷୁଧା ବଢିଯାଏ। ତେବେ ୟୁକ୍ରେନ୍‌ ଯୁଦ୍ଧରେ ବିଶ୍ୱର ସର୍ବବୃହତ୍‌ କୃଷିଦ୍ରବ୍ୟ ଉପତ୍ାଦନକାରୀ ଦେଶ ଜଡ଼ିତ ରହିଥିବାରୁ ବୈଶ୍ୱକ ବାଣିଜ୍ୟ ବିଗୁଡ଼ୁଛିି। ଫଳରେ, ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ମୂଲ୍ୟ ସୂଚକାଙ୍କ ମାର୍ଚ୍ଚରେ ସବୁଠୁ ଅଧିକ ସ୍ତରରେ ରହିଥିଲା। ଯୁଦ୍ଧ ଆରମ୍ଭ ହେଲା ପରେ କେତେକ ଅଞ୍ଚଳରେ ଅଟା କିମ୍ବା ଭେଜିଟେବଲ ଅଏଲ୍‌ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତିନିଗୁଣ ବୃଦ୍ଧି ହୋଇଛି। ଜୀବାଶ୍ମ ଇନ୍ଧନ ଆଧାରିତ ସାରର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ଖାଦ୍ୟ ଉପତ୍ାଦନକାରୀମାନେ ସାମ୍ନା କରିଛନ୍ତି। ବିଶ୍ୱରେ ଏଭଳି ସାର ବେଶି ରପ୍ତାନି କରୁଥିବା ଦେଶଗୁଡ଼ିକ ମଧ୍ୟରେ ରୁଷିଆ ଅନ୍ୟତମ। ସାଂଘାତିକ ଭାବେ ପ୍ରଭାବିତ ଦେଶଗୁଡ଼ିକରେ ଖାଦ୍ୟ ମୂଲ୍ୟବୃଦ୍ଧି ସାମାଜିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିପାରେ। ୨୦୦୮ରେ ଯେତେବେଳେ ଖାଦ୍ୟ ମୂଲ୍ୟ ଅତ୍ୟଧିକ ବଢ଼ିଥିଲା , ସେତେବେଳେ ୨୦ଟି ଦେଶରୁ ଅଧିକରେ ଅଶାନ୍ତି ଓ ଅସ୍ଥିରତା ପ୍ରକାଶ ପାଇଥିଲା। ତା’ପରକୁ ଅଛି କୋଭିଡ୍‌-୧୯ ମହାମାରୀ। ଜାତିସଂଘ ଅନୁଯାୟୀ, ଏହି ମହାମାରୀ ଯୋଗୁ ବିଶ୍ୱରେ କୋଟି କୋଟି ଲୋକ ଭୋକିଲା ରହିଛନ୍ତି। ମହାମାରୀ ବିରୋଧରେ ଲଢ଼େଇ କରିବା ଲାଗି ଯେଉଁ ଲକ୍‌ଡାଉନ କରାଗଲା, ତାହା ଯୋଗାଣ ଶୃୃଙ୍ଖଳକୁ ନଷ୍ଟ କରିଦେବା ସହ ଖାଦ୍ୟ ମୂଲ୍ୟ ଉପରେ ଅତ୍ୟଧିକ ଚାପ ମଧ୍ୟ ପକାଇଛି।
ଆମ ଖାଦ୍ୟ ବ୍ୟବସ୍ଥାଗୁଡ଼ିକ ମଧ୍ୟ ଅନ୍ୟସବୁ ଆହ୍ବାନର ସମ୍ମୁଖୀନ ହେଉଛି। ବୈଶ୍ୱିକ ବାଣିଜ୍ୟ ଦ୍ୱାରା ଶସ୍ତା କ୍ୟାଲୋରିଯୁକ୍ତ ଖାଦ୍ୟ ସାମଗ୍ରୀଗୁଡ଼ିକ ଉପଲବ୍ଧ ହେବା ଓ ତାହାକୁ ଖାଇବା ଯୋଗୁ ବ୍ୟାପକ ଭାବେ ମେଦବହୁଳତା ବ୍ୟାପିଛି। ଜୀବାଶ୍ମ ଇନ୍ଧନଭିତ୍ତିକ ଉପତ୍ାଦନ ଗମ୍ଭୀର ପରିବେଶଗତ ସମସ୍ୟାର କାରଣ ପାଲଟଛି। କିନ୍ତୁ ପରିବେଶ ଉପରେ ଉପତ୍ାଦନ ପ୍ରକ୍ରିୟାର ନକାରାମତ୍କ ପ୍ରଭାବଗୁଡ଼ିକୁ ବହୁ ସମୟରେ ଅଣଦେଖା କରାଯାଇଛି। ଏହାବାଦ୍‌ ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଜାତିସଂଘ ଫୁଡ ସିଷ୍ଟମ୍‌ ସମ୍ମ୍‌ିଳନୀ ପରେ ବି ଖାଦ୍ୟ ବ୍ୟବସ୍ଥାର ପରିିବର୍ତ୍ତନ ଦିଗରେ ସମ୍ମିଳିତ ଭାବେ ଖୁବ୍‌ କମ୍‌ ପଦକ୍ଷେପ ନିଆଯାଇଛି। ହେଲେ ଉଦ୍ୟୋଗୀକୃତ କୃଷି ତା’ ପ୍ରଭୁତ୍ୱ ଜାରି ରଖିଛି। ଏଥିରୁ ବୁଝାପଡ଼ୁଛି ଯେ, ଏଥିପାଇଁ ଆମକୁ ବହୁତ କିଛି କରିବାକୁ ବାକି ରହିଛି। ଯଦି ନୀତିନିର୍ଦ୍ଧାରକମାନେ ଏବେ ପ୍ରକାଶ ପାଉଥିବା କ୍ଷୁଧା ସଙ୍କଟକୁ ରୋକିବାକୁ ଯାଇ ଲଗାତର ଜଳବାୟୁ ଓ ଜୈବବିବିଧତା ସଙ୍କଟଗୁଡ଼ିକୁ ଅଣଦେଖା କରନ୍ତି ଏବଂ ଖାଦ୍ୟ ବ୍ୟବସ୍ଥାଗୁଡ଼ିକୁ ଅଧିକ ସ୍ଥାୟୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାରେ ବିଳମ୍ବ କରନ୍ତି, ତେବେ ବୈଶ୍ୱିକ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ବୃୃଦ୍ଧିପାଇବ। ଉଦାହରଣସ୍ବରୂପ, କେତେକ ଦେଶର ପ୍ରସ୍ତାବ କ୍ରମେ ୟୁରୋପୀୟ ସଂଘ( ଇୟୁ)ର ଫାର୍ମ ଟୁ ଫ୍ରକ୍‌ ଷ୍ଟ୍ରାଟେଜି ଲାଗୁ ବନ୍ଦ କରିବା ଯୋଗୁ ଆଗାମୀ ଦିନରେ ଆବଶ୍ୟକ ପରିମାଣର ଖାଦ୍ୟ ଇୟୁ ଯୋଗାଯାଇପାରିବ ନାହିଁ। ଏହା ମଧ୍ୟ ୟୁରୋପୀୟ କୃଷିର ସକ୍ଷମତାକୁ ଦୁର୍ବଳ କରିଦେବ।
ଖାଦ୍ୟ ସୁରକ୍ଷା ଉପରେ ବିପଦ ବଢୁଥିବାରୁ ଆମେ ଫୁଡ୍‌, ଫିଡ୍‌, ଫାଇବର ଏବଂ ଫୁଏଲ୍‌ ସେକ୍ଟରରୁ ଉପତ୍ାଦିତ କୃଷିଜାତ ଦ୍ରବ୍ୟ ଚାହିଦା ପୂରଣ କରିବା ପାଇଁ ଅପର୍ଯ୍ୟାପ୍ତ ହେବାର ସମ୍ଭାବାନକୁ ଅଣଦେଖା କରାଯାଇପାରିବ ନାହିଁ। ଅପର୍ଯ୍ୟାପ୍ତ ଯୋଗାଣ ଏବଂ ବୈଶ୍ୱିକ ବାଣିଜ୍ୟରେ ଥିବା ବାଧାଗୁଡ଼ିକ ଆମକୁ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ କରିବ। ୟୁକ୍ରେନ୍‌ ଯୁଦ୍ଧ ଏବଂ ଖାଦ୍ୟ ସୁରକ୍ଷାର ଉପଲବ୍ଧତା, ପହଞ୍ଚାଇବା ପଦ୍ଧତି, ସ୍ଥାୟିତ୍ୱ ଏବଂ ଉପଯୋଗ ଉପରେ ଉପୁଜିଥିବା ବିପଦକୁ ପ୍ରତିରୋଧ କରିବାକୁ ହେଲେ ଏକ ବୈଶ୍ୱିକ ସମନ୍ବିତ ପ୍ରତିକ୍ରିୟା ଆବଶ୍ୟକ। କିନ୍ତୁ ଯେଉଁଠି ଦେଶଗୁଡ଼ିକ ଏବଂ ବ୍ୟବସ୍ଥାର ସମସ୍ତ ଅଂଶୀଦାର ଏହିସବୁ ଆହ୍ବାନକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରିପାରିବେ ସେଠାରେ ବହୁଦେଶୀୟ ଭାଗୀଦାରି ବ୍ୟବସ୍ଥା ସେମାନଙ୍କୁ ଏକ ସକ୍ରିୟ ପ୍ଲାଟ୍‌ଫର୍ମ ଯୋଗାଇ ଦେବାକୁ ସକ୍ଷମ ହେବେ କି ନାହିଁ ତାହା ହେଉଛି ମୁଖ୍ୟ ପ୍ରଶ୍ନ। ତେବେ ରାଷ୍ଟ୍ର ସମୂହର ଭାଗୀଦାରି ପ୍ରକ୍ରିୟାଗୁଡ଼ିକ ଯଦି ଏହି ଦାୟିତ୍ୱ ବହନ କରିବାକୁ ସକ୍ଷମ ନ ହୁଏ, ତେବେ ଜି୭ ଉକ୍ତ ସ୍ଥିତିର ସମାଧାନ କରିବା ଲାଗି ଏକ ତ୍ୱରିତ ପଦକ୍ଷେପ ନେବାକୁ ହେବ। ଏଥିଲାଗି ବିଶ୍ୱ ସମୁଦାୟ ଦାବି କରିବାକୁ ପଡ଼ିବ। ଅବଶ୍ୟ ଏହି ସ୍ଥିତିର ସମାଧାନ ସକାଶେ ଜି୭ କାର୍ଯ୍ୟ ଆରମ୍ଭ କରିଦେଇଛି ଏବଂ ଆବଶ୍ୟକସ୍ଥଳେ ଦେଶଗୁଡ଼ିକୁ ସହଯୋଗ କରିବା ଲାଗି ମଲ୍‌ଟିଲାଟେରାଲ ଫାଇନାନ୍ସିଂ ପ୍ରକ୍ରିୟାଗୁଡ଼ିକ ଯୋଗାଇଦେବା ପାଇଁ ସଙ୍କଳ୍ପ ନେଇଛି। ପୁନଶ୍ଚ,ଏବେ ପ୍ରାଣୀ ଖାଦ୍ୟ ଭାବେ ଉପଯୋଗ କରାଯାଉଥିବା ଖାଦ୍ୟଶସ୍ୟଗୁଡ଼ିକୁ କିଭଳି ଗରିବ ଦେଶଗୁଡ଼ିକରେ ବଣ୍ଟାଯାଇପାରିବ ସେ ବିଷୟରେ ଜି୭ ଦେଶସବୁ ଏକ ସ୍ପଷ୍ଟ ପ୍ରତିବଦ୍ଧତା ପ୍ରକାଶ କରିବା ଉଚିତ। ବାସ୍ତବରେ ଜି୭ ଦ୍ୱାରା ଏକ ଚୁକ୍ତି କରାଗଲେ ତାହା ଶୀଘ୍ର ସମସ୍ୟା ସମାଧାନ କରିବାକୁ ବାଟ ଦେଖାଇବା ସହ ବିଶ୍ୱାସ ଜନ୍ମାଇବ ଏବଂ ବହୁଦେଶୀୟ ଭାଗୀଦାରି ବ୍ୟବସ୍ଥାକୁ କାର୍ଯ୍ୟ କରିବା ଲାଗି ପ୍ରେରିତ କରିବ। ଏହା ଦ୍ୱାରା କେବଳ ବର୍ତ୍ତମାନ ନୁହେଁ, ଭବିଷ୍ୟତରେ ମଧ୍ୟ ଖାଦ୍ୟ ସଙ୍କଟ ଦୂର କରାଯାଇପାରିବ।
ଏବକାର କ୍ଷୁଧା ସଙ୍କଟ ପରିପ୍ରେକ୍ଷୀରେ ତ୍ୱରିତ ପଦକ୍ଷେପସବୁ ଗ୍ରହଣ କରିବା ଜରୁରୀ। ଏହା ଆମ ଖାଦ୍ୟ ବ୍ୟବସ୍ଥାଗୁଡ଼ିକର ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ। ଜି୭ ଚାର୍ହିଁଲେ ପଦକ୍ଷେପ ଗ୍ରହଣ କରି ସବୁଠାରେ ଖାଦ୍ୟ ବ୍ୟବସ୍ଥାଗୁଡ଼ିକରେ ଅତ୍ୟାବଶ୍ୟକ ପରିବର୍ତ୍ତନ ପାଇଁ ଏକ ନୂଆ କ୍ଷେତ୍ର ସୃଷ୍ଟି କରିବ। ଏହା ନ ହେଲେ ’କ୍ଷୁଧା ବଢିବା ସହ ଅସ୍ଥିରତା ଆହୁରି ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?