ବିଘଟନକାରୀ ଶକ୍ତି

ଇବ୍ରାର ଖାଁ

ବର୍ତ୍ତମାନ ଦେଶର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କଲେ ଆମେ ପ୍ରଗତି ପଥରେ କେତେଦୂର ଆଗେଇବାରେ ସମର୍ଥ ହୋଇଛୁ ତାହା ହିଁ ବିଚାର୍ଯ୍ୟ। ଘଟିଯାଉଥିବା ଘଟଣା ପ୍ରବାହକୁ ଅନୁଶୀଳନ କଲେ ଲୋକମାନଙ୍କର ଆଉ ଆଇନକାନୁନ୍‌ ବ୍ୟବସ୍ଥା ପ୍ରତି ଡର, ଭୟ ଥିବାପରି ମନେହୁଏନି। ଧର୍ମୀୟ ଧ୍ରୁବୀକରଣ ଏବଂ ସାମାଜିକ ସମୀକରଣ ଦ୍ୱାରା ସମାଜରେ ଘୃଣା ଓ ବିଦ୍ୱେଷର ବାତାବରଣ ସୃଷ୍ଟି କରାଯାଇ ଯେକୌଣସି ନିର୍ବାଚନ ଜିତିବା ପାଇଁ ଯେପରି ହୀନ ପ୍ରୟାସ କରାଯାଉଛି ତାହା ଉତ୍ତମ ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ। ଭୋଟ ରାଜନୀତି ପାଇଁ ଦଳୀୟ ଭିତ୍ତିରେ ସମାଜକୁ ଭାଗ ଭାଗ କରି ବାଣ୍ଟି ଦିଆଯାଉଥିବାରୁ ପୂର୍ବରୁ ଥିବା ସ୍ନେହ, ଶ୍ରଦ୍ଧା, ସୌହାର୍ଦ୍ଦ୍ୟ ଆଉ ଭାଇଚାରା ସହ ଶାନ୍ତି ସହାବସ୍ଥାନ ଏବେ ସାଂଘାତିକ ଭାବେ ବ୍ୟାହତ ହୋଇ ଚାରିଆଡେ ଭୟ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ସମସ୍ୟା ବହୁଳ ସମାଜରେ ଏହି ପରିସ୍ଥିତି ଲାଗିରହିଲେ ଦେଶର ବାସ୍ତବ ପ୍ରଗତି ବାଧାପ୍ରାପ୍ତ ହେବ, ଏଥିରେ ସନ୍ଦେହ ନାହିଁ।
ମଣିଷ ସ୍ବାର୍ଥସିଦ୍ଧି ପାଇଁ ନରହନ୍ତା ପାଲଟି ନିଜ ଆତ୍ମୀୟସ୍ବଜନଙ୍କୁ ଯେପରି ବୀଭତ୍ସ ଭାବରେ ହତ୍ୟା କରି ଚାଲିଛି ତାହା ଯେତିକି ଉଦ୍‌ବେଗଜନକ ସେତିକି ନିନ୍ଦନୀୟ। ସମୟ ଥିଲା ମଣିଷ କାହାକୁ ଚାପୁଡ଼ାଟାଏ ମାରିବା ପୂର୍ବରୁ ଅନେକଥର ଚିନ୍ତା କରୁଥିଲା। କିନ୍ତୁ ଆଜି ସମାଜରେ ଡର, ଭୟ ରହୁ ନ ଥିବାରୁ ମଣିଷ ମାରିବାଟା ମାମୁଲି କଥାରେ ପରିଣତ ହେଲାଣି। ସମାଜରେ ଅପରାଧପ୍ରବଣତା ବୃଦ୍ଧି ପାଉଥିବାରୁ ପ୍ରତିଦିନ ଲୁଟପାଟ, ରାହାଜାନି, ସାଇବର କ୍ରାଇମ, ଠକେଇ, ଜାଲିଆତି ସହ ଅସଦ୍‌ ଉପାୟରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଘଟଣା ସମ୍ପର୍କରେ ଖବରମାନ ଯେପରି ପରିବେଷିତ ହେଉଛି ତାହା ସମାଜକୁ ପତନ ଦିଗରେ ଆଗେଇ ନେଉଥିବା ପରି ମନେହୁଏ।
କରୋନା ମହାମାରୀରେ ଦେଶର କୋଟି କୋଟି ଲୋକ ରୋଜଗାର ହରାଇଥିବା ବେଳେ ଖାଇବା ତେଲଠାରୁ ଆରମ୍ଭ କରି ଡାଲି, ଅଟା, ଚିନି, ମସଲା, କ୍ଷୀର, ଔଷଧ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଯେପରି ମହଙ୍ଗା ହେବାରେ ଲାଗିଛି ସେଥିରେ ସମାଜର ଦଳିତ, ଗରିବ, ଖଟିଖିଆ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି। ପେଟ୍ରୋଲ, ଡିଜେଲ ସହ ରୋଷେଇ ଗ୍ୟାସ୍‌ର ଦରବୃଦ୍ଧି ସାମାଜିକ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଚାଲିଥିବା ବେଳେ ଏହାର ନିରାକରଣ ପାଇଁ ପ୍ରଭାବୀ ଉଦ୍ୟମ ନ ହେବା ଦୁର୍ଭାଗ୍ୟଜନକ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ମୁଦ୍ରାସ୍ଫୀତି ଏବେ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଗଲାଣି। ଉତ୍କଟ ବେକାରି ସମସ୍ୟା ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଚାଲିଥିବାରୁ ଦେଶର ଯୁବବର୍ଗ ଦିଶାହୀନ ହୋଇ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। ଆଥିର୍ତ୍କ ଦୁର୍ଗତିର ଉଦ୍ଧାର ପାଇଁ ଦୃଢ଼ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଯେପରି ଘରୋଇ କମ୍ପାନୀ ହାତରେ ଟେକି ଦେଉଛନ୍ତି ଯାହା ନିଶ୍ଚୟ ଚିନ୍ତାର କାରଣ। ଦେଶ ଏବେ ଘୋର ସଂକଟମୟ ସ୍ଥିତି ଦେଇ ଗତି କରୁଥିବା ବେଳେ ହିଜାବ ବିବାଦଠାରୁ ଆରମ୍ଭ କରି ହିନ୍ଦୁ, ମୁସଲମାନ, ହନୁମାନ ଚାଳିଶା, ଅଜାନ ପରି ଅନେକ ଅନାବଶ୍ୟକ ପ୍ରସଙ୍ଗକୁ ନେଇ ଯେପରି ବିଦ୍ୱେଷର ବାତାବରଣ ସୃଷ୍ଟି କରାଯାଉଛି ତାହା କେବେହେଲେ ମଙ୍ଗଳଦାୟକ ନୁହେଁ। ଶହ ଶହ ବର୍ଷ ଧରି ଦେଶରେ ଗଢ଼ିଉଠିଥିବା ଅତୁଟ ଭାଇଚାରାକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ବିଘଟନକାରୀ ଶକ୍ତି ଯେଉଁ ଉଦ୍ୟମ କରିଚାଲିଛି ସେଥିତ୍ରେ ପବିତ୍ର ରାମନବମୀ, ହନୁମାନ ଜୟନ୍ତୀ ସହ ପବିତ୍ର ରମଜାନ ମାସରେ ଯେପରି ଉତ୍ତେଜକ ପରିସ୍ଥିତି ସୃଷ୍ଟି ହେଲା ସେଥିରେ ସାତଟି ପ୍ରଦେଶର ବିଭିନ୍ନ ସ୍ଥାନରେ ଶାନ୍ତିଭଙ୍ଗ ହୋଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା। ସାମ୍ପ୍ରଦାୟିକ ବିଦ୍ୱେଷକୁ ପରିବ୍ୟାପ୍ତ କରି ଦେଶରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀକୁ ଚିହ୍ନଟ କରି ଦଣ୍ଡିତ କରିବାର ଆବଶ୍ୟକତା ରହିଛି। ବିଘଟନକାରୀ ଯେଉଁ ଧର୍ମ କିମ୍ବା ସମ୍ପ୍ରଦାୟର ହୁଅନ୍ତୁନା କାହିଁକି ଘୃଣା ଏବଂ ଦ୍ୱେଷ ସୃଷ୍ଟି କରୁଥିତ୍ବା ଏହି ତତ୍ତ୍ୱମାନଙ୍କୁ ଠାବକରି ଆଇନର କାଠଗଡ଼ାରେ ଠିଆ କରାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ବ୍ୟବସ୍ଥା କରା ନ ଗଲେ ସମାଜରେ ପ୍ରତିଷ୍ଠିତ ଭାଇଚାରା ବ୍ୟାହତ ହେବା ସଙ୍ଗେ ସଙ୍ଗେ ଶାନ୍ତି ସହାବସ୍ଥାନ ପରାହତ ହେବ, ଏଥିରେ ସନ୍ଦେହ ନାହିଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ: ୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?