ଯକ୍ଷ୍ମା ଦୂର କରିବା ପାଇଁ ନୂତନ ଯୋଜନା ଉପରେ ବିଶ୍ୱସ୍ତରୀୟ ସହମତି: ୨୦୩୦ ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ପୃଥିବୀ…

ଜେନେଭା/ନୂଆଦିଲ୍ଲୀ,୨୭।୯: ୨୦୩୦ସୁଦ୍ଧା ପୃଥିବୀକୁ ଯକ୍ଷ୍ମା ମୁକ୍ତ କରିବାକୁ ଏକ ନୂତନ ଯୋଜନା ଉପରେ ବିଶ୍ୱସ୍ତରରେ ଦେଶମାନେ ସହମତ ହୋଇଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭାର ଉଚ୍ଚ ସ୍ତରୀୟ ବୈଠକରେ ପାରିତ ହୋଇଥିବା ରାଜନୈତିକ ଘୋଷଣାନାମାରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଏହି ରୋଗକୁ ଦୂର କରିବା ପାଇଁ ପ୍ରୟାସକୁ ତ୍ୱରାନ୍ବିତ କରିବା।

ଘୋଷଣାପତ୍ରରେ ୯୦ ପ୍ରତିଶତ ଲୋକଙ୍କଠାରେ ଯକ୍ଷ୍ମା ରୋକିବା ଏବଂ ଯତ୍ନ ସେବା ବୃଦ୍ଧି କରିବାକୁ ଏବଂ ଏହି ରୋଗରେ ପୀଡିତ ରୋଗୀଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ ଆର୍ଥିକ ତଥା ସାମାଜିକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦିଆଯାଇଛି। ଏହା ବ୍ୟତୀତ ଯକ୍ଷ୍ମା ପାଇଁ ଅତି କମରେ ଆଉ ଏକ ନୂତନ ଟିକା ଅନୁମୋଦନ କରିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯକ୍ଷ୍ମା ରୋକିବା ପାଇଁ ଏପର୍ଯ୍ୟନ୍ତ କେବଳ ଗୋଟିଏ ଟିକା ଉପଲବ୍ଧ, ଯାହା ପ୍ରାୟ ୧୦୦ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିଲା।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, କରୋନା ପରେ ଯକ୍ଷ୍ମା ହେଉଛି ବିଶ୍ୱର ଦ୍ୱିତୀୟ ମାରାତ୍ମକ ସଂକ୍ରାମକ ରୋଗ। ଏହା ବିଶ୍ୱବ୍ୟାପୀ ମୃତ୍ୟୁର ୧୩ ତମ ପ୍ରମୁଖ କାରଣ ଅଟେ। ୨୦୨୧ ମସିହାରେ ପ୍ରାୟ ୧.୦୬ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ୧୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା। ମଲ୍ଟି ଡ୍ରଗ ପ୍ରତିରୋଧକ ଯକ୍ଷ୍ମା (ଏମଡିଆର) ଏକ ଗୁରୁତର ସ୍ବାସ୍ଥ୍ୟ ଚିନ୍ତା ପାଲଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏମଡିଆର-ଟିବିରେ ପୀଡିତ ତିନିଜଣ ରୋଗୀଙ୍କ ମଧ୍ୟରୁ କେବଳ ଜଣେ ୨୦୨୧ ରେ ଏହି ଚିକିତ୍ସା ଗ୍ରହଣ କରିଥିଲେ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୦୦ ରୁ ୨୦୨୧ ମଧ୍ୟରେ ଯକ୍ଷ୍ମା ରୋକିବା ପ୍ରୟାସରେ ୭୪ ନିୟୁତ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ଏହା ସତ୍ତ୍ୱେ ୨୦୩୦ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ହୋଇ ପାରୀ ନାହିଁ।

ଯକ୍ଷ୍ମା ରୋଗୀଙ୍କ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱର ଆନୁମାନିକ ରୋଗୀଙ୍କର ଏକ ଚତୁର୍ଥାଂଶରୁ ଅଧିକ ଭାରତରେ ଅଛନ୍ତି। ପ୍ରତିବର୍ଷ ଏଠାରେ ପ୍ରାୟ ୨୫ ରୁ ୩୦ଲକ୍ଷ ଯକ୍ଷ୍ମା ରୋଗ ପଞ୍ଜୀକୃତ ହୋଇଛି, ସେଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ମାମଲା ଏମଡିଆର ଅଟେ। ଭାରତରେ ଏହି ରୋଗ ହେତୁ ପ୍ରତିବର୍ଷ ପ୍ରାୟ ଚାରି ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ଏବଂ ଏହାର ମୁକାବିଲା ପାଇଁ ସରକାର ବାର୍ଷିକ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri