ବିଶ୍ୱସ୍ତରୀୟ ହେବ ବାଲି ଯାତ୍ରା: ଇଣ୍ଡୋନେସିଆ ସହଯୋଗୀ ରାଷ୍ଟ୍ର ଘୋଷଣା

କଟକ,୨୬ା୧୦: ଓଡ଼ିଶାର ବୃହତ୍ତମ ବାଣିଜ୍ୟ ମେଳା କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି। କଟକ ଜିଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି।

ପ୍ରାଚୀନ କାଳରେ କଳିଙ୍ଗ ଓ ଇଣ୍ଡୋନେସିଆର ବାଲି, ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଥିବା ପୁରୁଣା ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କକୁ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେତେବେଳେ କଳିଙ୍ଗର ‘ସାଧବ’ ମାନେ ସମୁଦ୍ର ପଥରେ ଏହି ଦେଶକୁ ଯାଇ ବାଣିଜ୍ୟ କରୁଥିଲେ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକ ମହାନଦୀ କୂଳରେ ୬୦ ଏକରରୁ ଅଧିକ ଜମିରେ ଅନୁଷ୍ଠିତ ହେବ। ଇଣ୍ଡୋନେସିଆର ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ପାଇଁ ବାଲିଯାତ୍ରା ପଡ଼ିଆରେ ଏକ ସ୍ୱତନ୍ତ୍ର ପାଭିଲିୟନ ତିଆରି କରାଯିବ। ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ମଧ୍ୟ ଏହି ସମୟରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି।

ପାର୍ଟନର ଦେଶ ଭାବେ ଇଣ୍ଡୋନେସିଆର ଯୋଗଦାନ ଯୋଗୁଁ ଏଥର ବାଲିଯାତ୍ରାର ବିଶ୍ୱସ୍ତରୀୟ ଆକର୍ଷଣ ବଢ଼ିବ ବୋଲି ପ୍ରଶାସନ କହିଛି। ବାଲିଯାତ୍ରା ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇ ପ୍ରାୟ ସପ୍ତାହେ ଧରି ଚାଲେ। ଏହାକୁ ରାଜ୍ୟ ସରକାର ରାଜ୍ୟ ଉତ୍ସବ ମାନ୍ୟତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?