କରୋନା ଚିକିତ୍ସା ପାଇଁ ଗ୍ଲେନ୍‌ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…

ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’ କାନାଡାର ଏକ କମ୍ପାନୀ ସାନୋଟାଇଜ ସହିତ ମିଳିତ ଭାବେ ପ୍ରସ୍ତୁତ କରିଛି। ନିକଟରେ ଭାରତର ଔଷଧ ନିୟାମକ(ଡିସିଜିଆଇ) ଏହାକୁ ଅନୁମୋଦନ କରିଥିଲେ।

ବୁଧବାର ଗ୍ଲେନମାର୍କ ଘୋଷଣା କରିଛି ଯେ ଏହା ‘ଫାବି ସ୍ପ୍ରେ’ ବ୍ରାଣ୍ଡ ନାମରେ ଭାରତରେ ଏହି ନାଜାଲ ସ୍ପ୍ରେର ବଜାର ପ୍ରବେଶ କରିଛି। ଏହା ଦ୍ୱାରା ଏଣିକି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଅଧିକ ସହଜ ହୋଇପାରିବ।

ଗ୍ଲେନମାର୍କ ଫାର୍ମାର ମୁଖ୍ୟ ବାଣିଜି୍ୟକ ଅଧିକାରୀ ରବର୍ଟ କ୍ରୋକାର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ କରୋନା ବିରୋଧରେ ଭାରତରେ ଜାରି ରହିଥିବା ଲଢ଼େଇରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ପାଲଟିଛୁ। ସାନୋଟାଇଜ ସହ ମିଳିତ ଭାବେ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେର ଅନୁମୋଦନ ଏବଂ ଏହାର ବଜାର ପ୍ରବେଶ ନେଇ ଆମେ ବେଶ୍‌ ଆନନ୍ଦିତ। କୋଭିଡ -୧୯ର ଚିକିତ୍ସା ପାଇଁ ଏହା ଅନ୍ୟ ଏକ ନିରାପଦ ଏବଂ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ ଔଷଧ ସାବ୍ୟସ୍ତ ହେବ। ଏହା ଆକ୍ରାନ୍ତଙ୍କୁ ଠିକ ସମୟରେ ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇବାକୁ ସକ୍ଷମ ହେବ।

ଏହି ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ନାକର ଉପର ଭାଗରେ ଥିବା କୋଭିଡ -୧୯ ଭୂତାଣୁକୁ ପ୍ରଭାବଶାଳୀ ଢ଼ଙ୍ଗରେ ନଷ୍ଟ କରିବା କାର୍ଯ୍ୟ କରିବ। ପରୀକ୍ଷଣ ସମୟରେ, ଏହା କରୋନା ଭୂତାଣୁୁ ଏବଂ ଔଷଧର ଆଣ୍ଟି-ମାଇକ୍ରୋବାୟଲ ଗୁଣକୁ ଦୂର କରିବାକୁ ପ୍ରମାଣିତ କରିଛି। ଯେତେବେଳେ ଏହି ସ୍ପ୍ରେ ନାଜାଲ ମ୍ୟୁକସ ଉପରେ ସ୍ପ୍ରେ କରାଯାଏ, ଏହା ଶରୀରରେ ଭୂତାଣୁ ସଂକ୍ରମଣକୁ ରୋକିବାକୁ ସକ୍ଷମ ହୋଇଥାଏ। ଏହା ସଂକ୍ରମଣ ରୋକିବା କ୍ଷେତ୍ରରେ ଏକ ଶାରୀରିକ ଏବଂ ରାସାୟନିକ ପ୍ରତିବନ୍ଧକ ସୃଷ୍ଟି କରେ। ଫଳରେ ସଂକ୍ରମଣ ଫୁସଫୁସକୁ ବ୍ୟାପିବାରେ ବାଧା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri