କରୋନା ଚିକିତ୍ସା ପାଇଁ ଗ୍ଲେନ୍‌ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…

ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’ କାନାଡାର ଏକ କମ୍ପାନୀ ସାନୋଟାଇଜ ସହିତ ମିଳିତ ଭାବେ ପ୍ରସ୍ତୁତ କରିଛି। ନିକଟରେ ଭାରତର ଔଷଧ ନିୟାମକ(ଡିସିଜିଆଇ) ଏହାକୁ ଅନୁମୋଦନ କରିଥିଲେ।

ବୁଧବାର ଗ୍ଲେନମାର୍କ ଘୋଷଣା କରିଛି ଯେ ଏହା ‘ଫାବି ସ୍ପ୍ରେ’ ବ୍ରାଣ୍ଡ ନାମରେ ଭାରତରେ ଏହି ନାଜାଲ ସ୍ପ୍ରେର ବଜାର ପ୍ରବେଶ କରିଛି। ଏହା ଦ୍ୱାରା ଏଣିକି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଅଧିକ ସହଜ ହୋଇପାରିବ।

ଗ୍ଲେନମାର୍କ ଫାର୍ମାର ମୁଖ୍ୟ ବାଣିଜି୍ୟକ ଅଧିକାରୀ ରବର୍ଟ କ୍ରୋକାର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ କରୋନା ବିରୋଧରେ ଭାରତରେ ଜାରି ରହିଥିବା ଲଢ଼େଇରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ପାଲଟିଛୁ। ସାନୋଟାଇଜ ସହ ମିଳିତ ଭାବେ ଏକ ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେର ଅନୁମୋଦନ ଏବଂ ଏହାର ବଜାର ପ୍ରବେଶ ନେଇ ଆମେ ବେଶ୍‌ ଆନନ୍ଦିତ। କୋଭିଡ -୧୯ର ଚିକିତ୍ସା ପାଇଁ ଏହା ଅନ୍ୟ ଏକ ନିରାପଦ ଏବଂ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ ଔଷଧ ସାବ୍ୟସ୍ତ ହେବ। ଏହା ଆକ୍ରାନ୍ତଙ୍କୁ ଠିକ ସମୟରେ ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇବାକୁ ସକ୍ଷମ ହେବ।

ଏହି ନାଇଟ୍ରିକ ଅକ୍ସାଇଡ ଆଧାରିତ ନାଜାଲ ସ୍ପ୍ରେ ନାକର ଉପର ଭାଗରେ ଥିବା କୋଭିଡ -୧୯ ଭୂତାଣୁକୁ ପ୍ରଭାବଶାଳୀ ଢ଼ଙ୍ଗରେ ନଷ୍ଟ କରିବା କାର୍ଯ୍ୟ କରିବ। ପରୀକ୍ଷଣ ସମୟରେ, ଏହା କରୋନା ଭୂତାଣୁୁ ଏବଂ ଔଷଧର ଆଣ୍ଟି-ମାଇକ୍ରୋବାୟଲ ଗୁଣକୁ ଦୂର କରିବାକୁ ପ୍ରମାଣିତ କରିଛି। ଯେତେବେଳେ ଏହି ସ୍ପ୍ରେ ନାଜାଲ ମ୍ୟୁକସ ଉପରେ ସ୍ପ୍ରେ କରାଯାଏ, ଏହା ଶରୀରରେ ଭୂତାଣୁ ସଂକ୍ରମଣକୁ ରୋକିବାକୁ ସକ୍ଷମ ହୋଇଥାଏ। ଏହା ସଂକ୍ରମଣ ରୋକିବା କ୍ଷେତ୍ରରେ ଏକ ଶାରୀରିକ ଏବଂ ରାସାୟନିକ ପ୍ରତିବନ୍ଧକ ସୃଷ୍ଟି କରେ। ଫଳରେ ସଂକ୍ରମଣ ଫୁସଫୁସକୁ ବ୍ୟାପିବାରେ ବାଧା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶତ୍ରୁତା ଯୋଗୁ ସ୍ବାହା ହେଲା ୧ କୋଟି ଟଙ୍କାର ମହଙ୍ଗା ଗାଡ଼ି: ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ,୧୬।୪: ଲମ୍ବୋର୍ଗିନି ବିଶ୍ୱର ଦ୍ରୁତତମ ଏବଂ ମହଙ୍ଗା କାର ଭାବରେ ଜଣାଶୁଣା । ଅବଶ୍ୟ, ନିକଟରେ ଲମ୍ବୋର୍ଗିନି ଏହାର ଗତି ବ୍ୟତୀତ ଅନ୍ୟ କୌଣସି କାରଣରୁ...

୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ...

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର...

ଭାଜପା କ୍ଷମତାକୁ ଆସିଲେ ସତରେ କ’ଣ ବଦଳିଯିବ ସମ୍ବିଧାନ: ଜାଣନ୍ତୁ ଏନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ, ୧୬।୪:୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ କରିବା ଦିଗରେ କେନ୍ଦ୍ରର ଭାଜପା ସରକାର କାର୍ଯ୍ୟ କରିଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦...

ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର...

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି

ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri