ଦୀପାବଳି ରେ ଘରକୁ ଦିଅନ୍ତୁ ନୂଆ ରୂପ

କୁହାଯାଏ, ଯେଉଁଠି ପରିଷ୍କାର ଥାଏ ସେଠି ଭଗବାନ ବାସ କରନ୍ତି। ତେଣୁ ଘରକୁ ସଜାଇବା ପୂର୍ବରୁ ପ୍ରଥମେ ଏହାକୁ ସଫା ଏବଂ ପରିଷ୍କାର ରଖନ୍ତୁ। ଅଦରକାରୀ ବର୍ଜ୍ୟବସ୍ତୁକୁ ବାହାରେ ଫିଙ୍ଗି ଦିଅନ୍ତୁ।
ଏବେ ବଜାରରେ ନୂଆ ନୂଆ ଆକାର ଓ ଆକୃତିର ଦୀପ ଉପଲବ୍ଧ। ଆପଣ ପୂଜାରେ ଏଭଳି ଦୀପ ଲଗାଇ ଘରକୁ ସଜାଇପାରିବେ।
ବିନା ରଙ୍ଗୋଲିରେ ଦୀପାବଳି ଫିକା ଲାଗିଥାଏ। ଚାଉଳ ଗୁଣ୍ଡ, ରଙ୍ଗ ବାଲି, ରଙ୍ଗିନ୍‌ ମୁରୁଜ, ଫୁଲ ଆଦିରେ ଘରର ପ୍ରବେଶ ଦ୍ୱାର ଓ ଅଗଣାକୁ ସଜାନ୍ତୁ, ଯାହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।
ଡାଇନିଙ୍ଗ୍‌ ରୁମ୍‌ କିମ୍ବା ବେଡ଼୍‌ ରୁମ୍‌କୁ ଫ୍ଲୋଟିଙ୍ଗ୍‌ କ୍ୟାଣ୍ଡେଲ୍‌ ସହ ଫୁଲରେ ସଜାନ୍ତୁ। ଏହା ଆପଣଙ୍କୁ ଖୁସି ପ୍ରଦାନ କରିବ।
ଘରକୁ ଆଲୋକିତ କରିବା ପାଇଁ ବିଭିନ୍ନ ପ୍ରକାରର ଏଲ୍‌.ଇ.ଡି. ଲାଇଟ୍‌, ଲିଚୁ ଲାଇଟ୍‌ ଲଗାଇ ଅଧିକ ଆକର୍ଷଣୀୟ କରିପାରିବେ।
ବିଭିନ୍ନ ପ୍ରକାରର ଫୁଲଦାନୀ କିମ୍ବା ବ୍ରାଜଲ୍‌ ଲ୍ୟାମ୍ପ୍‌, ରଙ୍ଗିନ୍‌ ଲ୍ୟାମ୍ପ୍‌ ବି ଲଗାଇ ସଜାଇ ପାରିବେ। ମାଟି, କାଚ କିମ୍ବା ପିତ୍ତଳ ପାତ୍ରକୁ ସଜାଇ ସେଥିରେ ପାଣି ଏବଂ ଫୁଲ ଦେଇ ବି ଘରେ ରଖିପାରିବେ।
ଘରର ପ୍ରବେଶ ଦ୍ୱାରକୁ ଫୁଲମାଳ ଏବଂ ବେଲୁନ୍‌ରେ ସୁସଜ୍ଜିତ କରନ୍ତୁ। କାରଣ, ଘରକୁ ସୁନ୍ଦର ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ବଢ଼ିଥାଏ ବୋଲି ବିଶ୍ୱାସ କରାଯାଏ। ବିଭିନ୍ନ ରଙ୍ଗିନ୍‌ ପେପର୍‌ରେ କ୍ରାଫ୍ଟ କରି ମଧ୍ୟ ଘରକୁ ସଜାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି...

ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ

ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍‌ଷ୍ଟ୍ରା ମେରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଭାରତୀୟଙ୍କୁ ନେଇ...

ଫ୍ୟାଶନରେ ଡେନିମ୍‌ ଶଟ୍ସ

ଖରାଦିନେ ଶଟର୍‌ସ ପିନ୍ଧିବାକୁ ଅନେକେ ପସନ୍ଦ କରିଥାନ୍ତି। ଖାସ୍‌ କରି ଡେନିମ୍‌ ଶଟର୍‌ସ। କାରଣ ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌...

ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହି ତେଲ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର କରାଯିବା ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ପକାଯାଏ। ପାଟି ଦୁର୍ଗନ୍ଧ...

ଫ୍ୟାଶନ ଟ୍ରେଣ୍ଡରେ ମଲ୍ଟି କଲର ଜୁଏଲେରୀ: ଜାଣନ୍ତୁ କ’ଣ ରହିଛି ଲାଟେଷ୍ଟ ଡିଜାଇନ

ନାରୀଙ୍କ ଗହଣରେ ଜୁଏଲେରୀର ଚାହିଦା ସବୁବେଳେ ରହିଆସିଛି। ଆଉ ସେହି ଚାହିଦାକୁ ଦେଖି ମାର୍କେଟ୍‌କୁ ଜୁଏଲେରୀର କେତେ ନୂଆ ନୂଆ କଲେକ୍‌ଶନ୍‌ ବି ଆସୁଛି। ଏଇ...

ବିନା ଫ୍ରିଜ୍‌ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…

ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨,...

ଏହି ୭ ଜିନିଷରେ ଭୁଲରେ ବି ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ହୋଇଯିବେ ବରବାଦ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ,...

ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ରହିଥାଏ। ହେଲେ ଏବେ ତ ମାର୍କେଟ୍‌କୁ...

Advertisement
Archives

Model This Week