Posted inଜାତୀୟ

ବାପୁଙ୍କୁ ଦିଅନ୍ତୁ ସ୍ବଚ୍ଛାଞ୍ଜଳି: ପ୍ରଧାନମନ୍ତ୍ରୀଙ୍କ ଅପିଲ…

ନୂଆଦିଲ୍ଲୀ,୨୪।୯ : ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପଦକ୍ଷେପ ନେଇ ଦେଶବାସୀଙ୍କୁ ସ୍ବଚ୍ଛତା ବିଷୟରେ ଅବଗତ କରାଇଥିଲେ। ଏହା ଅନ୍ତର୍ଗତ ସରକାର ସ୍ବଚ୍ଛତା ଅଭିଯାନ ଆରମ୍ଭ କଲେ ଏବଂ ଧୀରେ ଧୀରେ ଏହି ଅଭିଯାନ ଲୋକଙ୍କ ଚିନ୍ତାଧାରାର ଏକ ଅଂଶ ହୋଇଗଲା। ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସ୍ବଚ୍ଛତା ଦିଗରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ମନ କି ବାତ କାର୍ଯ୍ୟକ୍ରମର ୧୦୫ ତମ ସଂସ୍କରଣରେ, ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୧ ତାରିଖ ସକାଳ ୧୦ ଟାରୁ ଏକ ଘଣ୍ଟା ପାଇଁ ମହାତ୍ମା ଗାନ୍ଧୀଙ୍କୁ ସ୍ବଚ୍ଛାଞ୍ଜଳ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ବାପୁଙ୍କୁ ଏହା ଏକ ସ୍ବଚ୍ଛ ଶ୍ରଦ୍ଧାଞ୍ଜଳି ହେବ। ସମୟ ବାହାର କରି ଏହି ଅଭିଯାନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକେ ସେମାନଙ୍କ ରାସ୍ତା, ଯେକ କୌଣସି ପାର୍କ, ନଦୀ, ହ୍ରଦ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ସ୍ବଚ୍ଛତା ଅଭିଯାନରେ ଭାଗ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଏହି ଅଭିଯାନ ଅଧୀନରେ ପ୍ରତ୍ୟେକ ସ୍ଥାନୀୟ ସହରୀ ସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ସ୍ବଚ୍ଛତା ଅଭିଯାନ ପାଇଁ ଏକ ସ୍ଥାନ ଚୟନ କରିବେ।

ଏହି ସମସ୍ତ ସ୍ଥାନ ମାନଚିତ୍ରରେ ଉପଲବ୍ଧ ହେବ, ଯାହା ନାଗରିକ ପୋର୍ଟାଲ https://swachhatahiseva.com ରେ ଉପଲବ୍ଧ ବିକଳ୍ପ ମାଧ୍ୟମରେ ଦେଖାଯାଇପାରିବ ଏବଂ ଚୟନ କରାଯାଇପାରିବ।

ଲୋକମାନେ ସ୍ବଚ୍ଛତା ଅଭିଯାନ ସାଇଟରେ ସେମାନଙ୍କର ଫଟୋ କ୍ଲିକ କରି ଏହି ପୋର୍ଟାଲରେ ଅପଲୋଡ କରିପାରିବେ। ସ୍ବଚ୍ଛ ଭାରତ ଅଭିୟାନର ୯ ବର୍ଷର ସମାପ୍ତିକୁ ସ୍ମରଣ କରିବା ପାଇଁ ୧୫ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ବଚ୍ଛ ପାଖୱାଡା ଆୟୋଜନ କରାଯାଉଛି।

ଏହି ଚାଳିଶ ଦିନରେ ପୁରାତନ ଅଟ୍ଟାଳିକା ମରାମତି, ଜଳସ୍ରୋତ ସଫା କରିବା, ଘାଟ ସଫା କରିବା, କାନ୍ଥ ଚିତ୍ର କରିବା, ରାସ୍ତାଘାଟ ନାଟକ ମାଧ୍ୟମରେ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଅବଗତ କରାଇବା ପାଈଁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚାଳିଶ ଦିନ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିଯାନରେ ପାଞ୍ଚ କୋଟି ଲୋକ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?