ଗୀତାଞ୍ଜଳି ଶ୍ରୀ, ରମେଶ ପାଣିଗ୍ରାହୀ ପାଇବେ ‘କଳିଙ୍ଗ ସାହିତ୍ୟ ପୁରସ୍କାର’

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ବିଶିଷ୍ଟ ହିନ୍ଦୀ ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀ ଓ ବିଶିଷ୍ଟ ଶିକ୍ଷାବିତ୍‌, ଲେଖକ, ସଂଳାପକାର, କଳା ବିଶ୍ଳେଷକ ତଥା ଥିଏଟର ନିଦ୍ଦେର୍ର୍ଶକ ଡ. ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ‘କଳିଙ୍ଗ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ସେହିଭଳି ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଓ ରାଜକମଳ ପ୍ରକାଶନକୁ ‘ପବ୍ଲିଶିଂ ହାଉସ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦିଆଯିବ। କଳିଙ୍ଗ ସାହିତ୍ୟ ଉତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା ଏନେଇ ସୋମବାର ସୂଚନା ଦେଇଛନ୍ତି।
୨୦୧୩ରୁ କଳିଙ୍ଗ ସାହିତ୍ୟ ଉତ୍ସବ ପକ୍ଷରୁ ୩ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ତେବେ ଚଳିତ ବର୍ଷଠାରୁ ‘କଳିଙ୍ଗ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଏବଂ କଳିଙ୍ଗ ସାହିତ୍ୟ ପୁରସ୍କାର ବିଜେତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଆସନ୍ତା ୨୪ ତାରିଖରେ ଆରମ୍ଭ ହେବାକୁ ଥିବା ନବମ କଳିଙ୍ଗ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଷା ବିବିଧତାକୁ ନେଇ ସାହିତ୍ୟର ଏକ ବର୍ଗମାଳା ଦେଖିବାକୁ ମିଳିବ। ଏଥିରେ ୧୦ଟି ଦେଶର ୨୫ରୁ ଅଧିକ ଭାଷା ଉପସ୍ଥାପନ ହେବ। ୫୦୦ରୁ ଅଧିକ ବକ୍ତା ଯୋଗଦେବେ। ପାଣିପାଗ ନ୍ୟାୟ ଭଳି ସାମ୍ପ୍ରତିକ ଆହ୍ବାନଠାରୁ ଆରମ୍ଭ କରି ମହିଳାଙ୍କ ସ୍ବର ଓ ପରିଚୟ ଆଧାରିତ ବିଷୟବସ୍ତୁ ଯଥା -ମହାନ୍‌ ମହିଳା ଲେଖିକା ଓ କଳାକାର, ଅପରାଧ ଉପନ୍ୟାସ, ସ୍ମରଣିକା, ଅନୁବାଦ, କବିତା, ଅର୍ଥନୀତି ବିଶ୍ୱ ସଙ୍କଟ, ଅତ୍ୟାଧୁନିକ ବିଜ୍ଞାନ, ଭାରତ ଓ ଦୁନିଆ, କଳା ଓ ଫଟୋଗ୍ରାଫି, ସ୍ବାସ୍ଥ୍ୟ ଏବଂ ଔଷଧ ଆଦି ଉପରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?