Posted inଖେଳ

ଗିରୋ ଡି’ ଇଟାଲିଆ: କାରୁସୋ ଜିତିଲେ ଷ୍ଟେଜ୍‌-୨୦

ରୋମ୍‌, ୩୦ା୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୨୦ତମ ଷ୍ଟେଜ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭର୍ବାନିଆରୁ ଭାଲି ସ୍ପଲଗା ୧୬୪ କିଲୋମିଟର ବିଶିଷ୍ଟ ଏହି ଷ୍ଟେଜ୍‌ରେ ଇଟାଲିର ଡାମିଆନୋ କାରୁସୋ (ବାହାରିନ୍‌ ଭିକ୍ଟୋରିଅସ୍‌) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪ ଘଣ୍ଟା ୨୭ ମିନିଟ୍‌ ଓ ୫୩ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଛନ୍ତି। ତାଙ୍କଠାରୁ ଯଥାକ୍ରମେ ୨୪ ସେକେଣ୍ଡ ଓ ୩୫ ସେକେଣ୍ଡ ପଛରେ ରେସ୍‌ ଶେଷ କରି କଲମ୍ବିଆର ଇଗାନ ବର୍ନାଲ ଗୋମେଜ (ଇନୋସ୍‌ ଗ୍ରେନାଡିଅର୍ସ) ଓ କଲମ୍ବିଆର ଡାନିଏଲ୍‌ ମାର୍ଟିନେଜ୍‌ ପୋଭେଡା (ଇନୋସ ଗ୍ରେନେଡିଅର୍ସ) ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ରେସ୍‌ର ଟପ୍‌ ଟେନ୍‌ରେ ରହିଥିବା ଅନ୍ୟ ରାଇଡରମାନେ ଯଥାକ୍ରମେ ହେଲେ ଫ୍ରାନ୍ସର, ରୋମେନ ବାର୍ଡେଟ୍‌ (ଟିମ୍‌ ଡିଏସ୍‌ଏମ୍‌), ପର୍ତ୍ତୁଗାଲର ଜୋଆଓ ଅଲ୍‌ମିଦା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌), ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ ( ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌), ରୁଷିଆର ଆଲେକ୍‌ସାଣ୍ଡର ଭ୍ଲାସୋଭ (ଅଷ୍ଟାନା ପ୍ରିମିୟର ଟେକ୍‌), ଗ୍ରେଟ୍‌ ବ୍ରିଟେନର ହଗ୍‌ କାର୍ଥତ୍ (ଇଏଫ୍‌ ଏଜୁକେଶନ ନିପ୍ପୋ), ଇଟାଲୀର ଲରେନ ଫର୍ଟୁନାଟୋ (କୋମେଟା ସାଇକ୍ଲିଂ ଟିମ୍‌) ଓ ସ୍ପେନର ଆଣ୍ଟୋନିଓ ପେଡ୍‌ରେରୋ (ମୋଭିଷ୍‌ଟାର ଟିମ୍‌)। ୨୦ତମ ଷ୍ଟେଜ୍‌ ପରେ ଜେନେରାଲ କ୍ଲାସିଫିକେଶନରେ କଲମ୍ବିଆର ଇଗାନ ବର୍ନାଲ ଗୋମେଜ୍‌, ଇଟାଲୀର ଡାମିଆନୋ କାରୁସୋ ଓ ସିମନ ୟେଟ୍ସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ଫଳରେ ବର୍ନାଲ ତାଙ୍କ ପିଙ୍କ୍‌ ଜର୍ସି ବଜାୟ ରଖିଛନ୍ତି। ରବିବାର ସେନାଗୋ ଓ ମିଳାନୋ ମଧ୍ୟରେ ୩୦.୩ କିଲୋମିଟର ବିଶିଷ୍ଟ ଅନ୍ତିମ ଷ୍ଟେଜ୍‌ ୨୧ ଅନୁଷ୍ଠିତ ହେବ। ୟେଟ୍ସ ଓ କାରୁସୋଙ୍କ ମଧ୍ୟରୁ ଜଣେ କେହି ବର୍ନାଲଙ୍କୁ ଜେନେରାଲ କ୍ଲାସିଫିକେଶନ ଟେବୁଲର ପ୍ରଥମ ସ୍ଥାନରୁ ହଟାଇ ପାରୁଛନ୍ତି କି ନା ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri