Posted inଜାତୀୟ

ଋଷିକେଷରେ ଭାସିଗଲେ ୨ ଯୁବତୀ: ଦେବଦୂତ ସାଜିଲେ ଯବାନ

ଋଷିକେଷ,୩୦।୪: ଧାର୍ମିକ ଓ ପର୍ଯ୍ୟଟନ ନଗରୀ ଉତ୍ତରାଖଣ୍ଡର ଋଷିକେଷରେ ନଦୀରେ ଏକ ଅଘଟଣ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ନଦୀରେ ରାଫ୍ଟିଂ କରୁଥିବା ସମୟରେ ୨ଜଣ ଯୁବତୀ ହଠାତ୍‌ ଭାସିଯାଇଥିଲେ। ତେବେ ଠିକ୍‌ ସମୟରେ ଭାରତୀୟ ସେନାର ଯବାନ ପହଞ୍ଚି ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ରେସକ୍ୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶନିବାର ସକାଳେ ଋଷିକେଷର ଫୁଲ ଚଟି ନିକଟରେ ୨ଜଣ ଯୁବତୀ ରାଫ୍ଟିଂ କରୁଥିବା ବେଳେ ହଠାତ୍‌ ଡଙ୍ଗାରୁ ନଦୀରେ ପଡ଼ିଯାଇଥିଲେ। ପାଣିର ପ୍ରଖର ସ୍ରୋତ ଯୋଗୁ ସେମାନେ ବହୁ ଦୂରକୁ ଭାସିଯାଇଥିଲେ। ଏହି ସମୟରେ ନଦୀକୂଳରେ ଉପସ୍ଥିତ ଥିବା ଭାରତୀୟ ସେନାର ଯବାନ ତତ୍ପରତା ଦେଖାଇବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ଜଣେ ଯବାନ ୨ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ରଣହୁଙ୍କାର

କୋଲକତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଜୁଲାଇ ୨୧ ଅର୍ଥାତ୍‌ ଆଜି ଶହୀଦ ଦିବସ ପାଳନ କରୁଛନ୍ତି। ଟିଏମସି ଗଠନ...

ଭିଡ଼ ହିଂସାରେ ଜଳିଗଲା ନିରୀହ ଜୀବନ: ୪୩ ମୃତଦେହ ମଧ୍ୟରୁ ୩୦ ଚିହ୍ନଟ

ନୂଆଦିଲ୍ଲୀ,୨୯।୨: ଦିଲ୍ଲୀରେ ଘଟିଥିବା ଭିଡ ହିଂସାରେ ବହୁ ନିରୀହ ଜୀବନ  ଜଳି ଯାଇଛି। ସେମାନେ ସିଏଏର ସମର୍ଥକ ଅବା ବିରୋଧି ନ ଥିଲେ। କିମ୍ବା ଦଙ୍ଗାରେ...

କୋଭିଡ୍‌ ଟିକାକରଣ ପରେ ସିଏଏ ଲାଗୁ ହେବ: ଶାହା

ନୂଆଦିଲ୍ଲୀ,୩ା୮: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ(ସିଏଏ) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।...

ଦିନ ୧ଟା ସୁଦ୍ଧା ମେଘାଳୟରେ ୪୪.୭ ପ୍ରତିଶତ, ନାଗାଲାଣ୍ଡରେ ୬୦ ପ୍ରତିଶତ ଭୋଟିଂ, ମୁଖ୍ୟମନ୍ତ୍ରୀ କହିଲେ ପୂର୍ବରୁ ଏମିତି ମତଦାନ ଦେଖି ନ ଥିଲି

ନୂଆଦିଲ୍ଲୀ,୨୭ ।୨: ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୪ଟା...

‘ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ’

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚାଇନା ସହ ଭାରତ ବାଣିଜ୍ୟ ବନ୍ଦ କରିବା ପାଇଁ ବୁଧବାର ଟୁଇଟ୍‌ କରି କହିଛନ୍ତି। ଅରୁଣାଚଳ ପ୍ରଦେଶର ଏଲଏ୍‌ସି...

ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…

ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ...

ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ...

ଦୁଇ ରାଜ୍ୟ ଉପରେ ଅକ୍ତିଆର ସ୍ବପ୍ନ

ନୂଆଦିଲ୍ଲୀ, ୮।୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳ ଟିଆର୍‌ଏସ୍‌କୁ ଭାରତୀୟ ରାଷ୍ଟ୍ର ସମିତିରେ ପରିବର୍ତ୍ତିତ କରିବାର ଦୁଇଦିନ ପରେ ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା...

Advertisement
Archives

Model This Week