ଏହି ୪ ରାଶିରେ ଜନ୍ମିତ ଯୁବତୀ ହୋଇଥାନ୍ତି ଭଲ ସ୍ତ୍ରୀ; ଚମକାଇଥାନ୍ତି ସ୍ବାମୀଙ୍କ ଭାଗ୍ୟ 

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ଅଧ୍ୟୟନ କରାଯାଇଛି। କୌଣସି ବ୍ୟକ୍ତିର ରାଶିରୁ ତାର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ଏହା ବ୍ୟକ୍ତିର ଜନ୍ମତିଥି ଏବଂ ସମୟ ଅନୁଯାୟୀ ନିର୍ଦ୍ଧାରିତ କରାଯାଇଥାଏ। ଆଜି ଆମେ ଏଭଳି ୪ ରାଶି ବିଷୟରେ କହିବୁ, ଯେଉଁଥିରେ ଜନ୍ମିତ ଝିଅମାନେ ଭବିଷ୍ୟତରେ ଭଲ ସ୍ତ୍ରୀ ସାବ୍ୟସ୍ତ ହୋଇଥାନ୍ତି। ଏପରିକି ସେମାନେ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।
କର୍କଟ ରାଶି: କର୍କଟ ରାଶିର ଝିଅମାନେ ନିଜ ଜୀବନସାଥୀଙ୍କ ଯତ୍ନ ସର୍ବଦା ନେଇଥାନ୍ତି। ସମ୍ପର୍କ ପ୍ରତି ଏମାନେ ବହୁତ ସଚ୍ଚୋଟ ଥାନ୍ତି। ଏହି ରାଶିର ଝିଅମାନେ ଥରେ ହାତ ଧରିଲେ କେବେହେଲେ ଛାଡ଼ନ୍ତି ନାହିଁ।
ତୁଳାରାଶି: ବିବାହ ପରେ ଏହି ରାଶିରେ ଜନ୍ମିତ ମହିଳାମାନେ ନିଜ ସମ୍ପର୍କରେ ସନ୍ତୁଳନ ବଜାୟ ରଖନ୍ତି। ଯେତେବଡ଼ ବିପଦ ଆସୁ ନା କାହିଁକି ଏମାନେ ସ୍ବାମୀଙ୍କ ହାତ କେବେ ବି ଛାଡ଼ି ନ ଥାନ୍ତି। କଠିନ ସମୟରୁ ବାହାରକୁ ବାହାରିବା ଏମାନଙ୍କୁ ଭଲଭାବେ ଆସେ। ଏମାନେ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏଥିସହ ଏମାନେ ସଚ୍ଚୋଟତାର ସହ ନିଜର ସମ୍ପର୍କ ତୁଲାଇଥାନ୍ତି।
କୁମ୍ଭ: ଏହି ରାଶିର ଯୁବତୀମାନେ ବହୁତ ଆତ୍ମବିଶ୍ୱାସୀ, ସାହସୀ ଏବଂ ମଜଭୂତ ହୋଇଥାନ୍ତି। ଭବିଷ୍ୟତରେ ଏମାନେ ସବୁଠାରୁ ଭଲ ସ୍ତ୍ରୀ ସାବ୍ୟସ୍ତ ହୋଇଥାନ୍ତି। ଏମାନେ ସବୁ ପରିସ୍ଥିତିରେ ନିଜକୁ ଢ଼ାଳି ନିଅନ୍ତି। ସ୍ବାମୀଙ୍କ ପ୍ରତି ସ୍ନେହ ଏବଂ ଆଦର ଭାବନା ଏମାନଙ୍କର ଥାଏ। ଏଥିପାଇଁ ଏମାନଙ୍କ ସ୍ବାମୀ ଏମାନଙ୍କ ପାଇ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରିଥାନ୍ତି।
ମୀନ: ଏହି ରାଶିର ଝିଅମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି। ଏମାନଙ୍କ ସ୍ନେହୀ ସ୍ବଭାବ ଯୋଗୁ ସ୍ବାମୀଙ୍କ ବହୁତ ଯତ୍ନ ଏମାନେ ନେଇଥାନ୍ତି। କଠିନ ସମୟରେ ଏମାନେ ଜୀବନସାଥୀଙ୍କ ହାତ ଛାଡ଼ି ନ ଥାନ୍ତି। ଏହି ସ୍ବଭାବ ଶାଶୁଘର ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ଭବିଷ୍ୟତରେ ମଧ୍ୟ ଏହି ଯୁବତୀମାନେ ଭଲ ସ୍ତ୍ରୀ ସାବ୍ୟସ୍ତ ହୋଇଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ମାସ୍କ ବାନ୍ଧିଲେ କ’ଣ ହେବ ପରିଣାମ, ଏନେଇ ଏମିତି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କରୋନାକୁ...

ମେକ୍ସିକାନ୍‌ ସୁପ୍‌

ଆବଶ୍ୟକ ସାମଗ୍ରୀ – ଟମାଟୋ ପ୍ୟୁରି – ୧ କପ୍‌, ଛୋଟ ଛୋଟ ଆକାରରେ କଟାଯାଇଥିବା ପନିପରିବା (ବନ୍ଧାକୋବି, କ୍ୟାପ୍‌ସିକମ୍‌, ଗାଜର ଆଦି) – ୧/୨...

ଘର କିଣିବା ସମୟରେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ...

କରୁଛନ୍ତି କି ଏସବୁ ଛୋଟ ଛୋଟ ଭୁଲ, ଆର୍ଥିକ ସ୍ଥିତିରେ ପକାଇବ ପ୍ରଭାବ

ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ...

ଏଗ୍‌ଲେସ୍‌ ଭ୍ୟାନିଲା କେକ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ମଇଦା, ୨.୫ଟି ସ୍ପୁନ୍‌ ବେକିଂ ପାଉଡର, ଅଧା କପ୍‌ ବଟର, ୧.୫ କପ୍‌ କ୍ୟାଷ୍ଟର ସୁଗାର, ଅଧା କପ୍‌ ପାଣି,...

୧୦ ବର୍ଷ ପୂର୍ବରୁ ହାର୍ଟ ଆଟାକର ସତର୍କ ସୂଚନା ଦେବ ଏଆଇ ଜ୍ଞାନକୌଶଳ : ଗବେଷଣା ରିପୋର୍ଟ…

ଜେନେଭା,୪।୧୨ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ ହାର୍ଟ ଆଟାକ ସାରା ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଆକଳନ କରାଯାଏ ଯେ ହାର୍ଟ ଆଟାକ...

ଗର୍ଭବତୀ ଓ କରୋନା ସତର୍କତା

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ,...

ଶାଢ଼ି ପ୍ୟାଣ୍ଟ

ଫ୍ୟାଶନେବଲ୍‌ ଏବଂ ଡିଫରେଣ୍ଟ ଲୁକ୍‌ ପାଇଁ ଅଧିକାଂଶ ଝିଅ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ ପରିଧାନ କରୁଛନ୍ତି । ତେବେ ବର୍ତ୍ତମାନ ଶାଢ଼ି ସହ ପ୍ୟାଣ୍ଟର...

Advertisement
Archives

Model This Week