ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାଇଥାନ୍ତି ଏହି ୪ ରାଶିର ମହିଳା; ଧନଧାନ୍ୟରେ ପୂରି ଉଠେ ଘର..

କୁହାଯାଏ ବିବାହ ପରେ ପୁରୁଷର ଭାଗ୍ୟ ନାରୀ ସହ ଯୋଡ଼ି ହୋଇଯାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରାଯାଇଛି। ତଦନୁଯାୟୀ କିଛି ରାଶି ଏଭଳି ରହିଛି, ଯେଉଁଥିରେ ଜନ୍ମିତ ନାରୀମାନେ ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାଇଦେଇଥାନ୍ତି। ଆସନ୍ତୁ ଜାଣିବା:

କର୍କଟ ରାଶି: ଏହି ରାଶିରେ ଜନ୍ମିତ ନାରୀମାନେ ବହୁତ ଭାଗ୍ୟଶାଳୀ। ବିବାହ ପରେ ତାଙ୍କ ସ୍ବାମୀ ବହୁତ ଉପରକୁ ଉଠିଥାନ୍ତି। ଏମାନେ ଯେଉଁ ଘରକୁ ଯାଆନ୍ତି, ସେହି ଘର ଧନସମ୍ପତ୍ତି ଏବଂ ଖୁସିରେ ପରିପୂର୍ଣ୍ଣ ହୋଇଥାଏ। ଏମାନେ ସମ୍ପର୍କ ପ୍ରତି ବହୁତ ସଚ୍ଚୋଟ ଥାନ୍ତି। ଘରେ ଏମାନେ ସମସ୍ତଙ୍କର ଯତ୍ନ ନେଇଥାନ୍ତି। ଏହି ସ୍ବଭାବ ସମସ୍ତଙ୍କ ମନ ଜିଣିଥାଏ।

ମକର ରାଶି: ଏହି ରାଶିର ଯୁବତୀ ବହୁତ ବୁଦ୍ଧିମତୀ ହୋଇଥାନ୍ତି। ତର୍କରେ ଏମାନଙ୍କୁ କେହି ପାରିବେ ନାହିଁ। ଏମାନେ ଯାହାକୁ ବି ବିବାହ କରନ୍ତି ତାଙ୍କ ପାଇଁ ଭାଗ୍ୟଶାଳୀ ହୋଇଯାଆନ୍ତି। ସ୍ବଭାବରେ ଏମାନେ ବହୁତ ପରିଶ୍ରମୀ ଏବଂ ସଚ୍ଚୋଟ ହୋଇଥାନ୍ତି। ବିବାହ ପରେ ଏମାନେ ସ୍ବାମୀଙ୍କ ଭାଗ୍ୟ ଚମକାଇଦେଇଥାନ୍ତି।

କୁମ୍ଭ ରାଶି: ଏହି ରାଶିର ନାରୀମାନେ ବିବାହ ପରେ ଶାଶୁଘର ଲୋକଙ୍କ ଭାଗ୍ୟ ଚମକାଇଥାନ୍ତି। ସେଠାରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ। ଏହି ରାଶିର ଯୁବତୀ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି। ସବୁ ପରିସ୍ଥିତିରେ ଏମାନେ ସ୍ବାମୀଙ୍କ ସହ ରହିଥାନ୍ତି। ସ୍ବାମୀଙ୍କ ଏମାନେ ଭଲ ଯତ୍ନ ମଧ୍ୟ ନେଇଥାନ୍ତି।

ମୀନ ରାଶି: ଏହି ରାଶିର ନାରୀମାନେ ଶାଶୁଘରଲୋକଙ୍କ ବହୁତ ଯତ୍ନ ନେଇଥାନ୍ତି। ଯାହାକୁ ବି ଏମାନେ ବିବାହ କରନ୍ତି, ତାଙ୍କର ଭାଗ୍ୟ ଖୋଲିଯାଏ। ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ବଦଳିଯାଇଥାଏ। ବହୁତ ସମ୍ବେଦନଶୀଳ ହୋଇଥିବା ସହ ଏମାନେ ଜୀବନରେ ବହୁତ ଉପରକୁ ଉଠିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଫୁଟ୍‌ରୁ ଅଧିକ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ କରୋନା ଆଶଙ୍କା ଅଧିକ ନା କମ୍‌ ଜାଣନ୍ତୁ

କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ତେବେ କରୋନା ଏବେ ସବୁ ବୟସର ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ଏକ ଗବେଷଣାରୁ...

ହାରିବାନି, ହରାଇବା

କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ତେବେ ଏଭଳି ଶାରୀରିକ ସମସ୍ୟାରେ ସାହସ ଜରୁରୀ। କ୍ୟାନ୍‌ସର ଭୟରେ ପରାଜିତ ମନୋଭାବ ନ...

ଜୀବନକୁ ସୁଖମୟ କରିବାରେ ସାହାଯ୍ୟ କରୁଥିବା କିଛି କଥା ସମ୍ପର୍କରେ…

*ଯାହା ‘ପ୍ରାପ୍ତ’ ହୋଇଛି ତାହା ‘ପର୍ଯ୍ୟାପ୍ତ’। ଏହି ଦୁଇଟି ଶବ୍ଦରେ ସୁଖ ହେଉଛି ଅତୁଳନୀୟ। *ଯଦି କେହି ଖୁସି ପାଇଁ କାମ କରନ୍ତି, ତା’ହେଲେ ତାଙ୍କୁ...

ଓଜନ ଆଉ ପେଟ କମାଇବ ଏହି ଯୋଗାସନ

ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି...

ଏସବୁ କାରଣ ଲାଗି ଖରାପ ହୋଇଥାଏ କିଡ୍‌ନୀ

କିଡ୍‌ନୀ ଖରାପ ହେବାର ଅନେକ କାରଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ କେଉଁ କାରଣରୁ କିଡ୍‌ନୀ ଖରାପ ହୋଇଥାଏ ସେ ସମ୍ପର୍କରେ ଜାଣନ୍ତୁ…...

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା...

ଖାଦ୍ୟ ରୁଚି : ଅଟା କେକ୍

ଆବଶ୍ୟକ ସାମଗ୍ରୀ- ଅଟା- ଏକ କପ୍, ଚିନି – ଏକ କପ୍, ରିଫାଇନ୍ ତେଲ କିମ୍ବା ବଟର- ୧/୪ କପ୍, ଦହି- ୩ ରୁ ୪...

ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ...

Advertisement
Archives

Model This Week