Advertisement

‘ଦେଶର ଝିଅମାନେ ଉର୍ଫିଙ୍କଠାରୁ କିଛି ଶିଖିବା ଉଚିତ୍‌’

ମଡେଲ ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବାବେଳେ ଅନେକ ତାଙ୍କୁ ମଧ୍ୟ ଟ୍ରୋଲ କରନ୍ତି। ନିକଟରେ ଗାୟକ ତଥା ରାପର ହନି ସିଂ ଉର୍ଫି ଜାଭେଦଙ୍କୁ ପ୍ରଶଂସା କରିଛନ୍ତି।
ଆଜିକାଲି ହନି ତାଙ୍କର ନୂତନ ଆଲବମ ହନି ୩.୦ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ଉର୍ଫି ଜାଭେଦଙ୍କ ସହ କେବେ କାମ କରିବେ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ମୁଁ ନିଶ୍ଚିତ ତାଙ୍କ ସହିତ କାମ କରିବି। ମୁଁ ସେହି ଝିଅକୁ (ଉର୍ଫି ଜାଭେଦ) ବହୁତ ପସନ୍ଦ କରେ। ସେ ବହୁତ ନିର୍ଭିକ ଏବଂ ସାହସୀ। ସେ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଦେଶର ଝିଅମାନେ ତାଙ୍କଠାରୁ ଶିଖିବା ଉଚିତ୍‌। ଆପଣ କେଉଁ ଧର୍ମ, ଜାତି କିମ୍ବା ପରିବାରରୁ ଆସନ୍ତୁ, ଆପଣଙ୍କ ମନକୁ ଯାହା ଆସୁଛି ତାହା ବିନା ଦ୍ୱିଧାରେ ବା ବିନା ଭୟରେ କରନ୍ତୁ ।
ହନି ସିଂ ଦୀର୍ଘ ଦିନ ପରେ ନୂତନ ଆଲବମ ହନି ୩.୦ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ୨୦୨୨ରେ ‘ଭୁଲ ଭୁଲେୟା ୨’ ପାଇଁ ‘ଦେ ତାଲି’ ଗୀତ ରଚନା କରିଥିଲେ। ବର୍ତ୍ତମାନ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ସେଲଫି ଏବଂ ସଲମାନ ଖାନଙ୍କ ‘କିସି କା ଭାଇ କିସି କି ଜାନ’ରେ ହନି ସିଂଙ୍କ ଗୀତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସାବାସ ମିଠୁ’ ଟିଜରରେ ତାପସିଙ୍କ ଜବରଦସ୍ତ ଲୁକ

ମୁମ୍ବାଇ: ବଲିଉଡ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପକମିଂ ଫିଲ୍ମ ‘ସାବାସ ମିଠୁ’ ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ମହିଳା...

ଅକ୍ଷୟ କୁମାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କିଏ ବା ନ ଜାଣେ। ତାଙ୍କର ଦୃଢ ଅଭିନୟ଼ ଆଧାରରେ ସେ ବଡ ପରଦାରେ ଅନେକ ସୁପର ଡୁପର ହିଟ...

ରେସ୍ତୋରାଁ ଖୋଲିଲେ ଶିଳ୍ପା

ମୁମ୍ବାଇ: ବଲିଉଡ କୁଇନ ଶିଳ୍ପା ସେଟ୍ଟି ଏବେ ମୁମ୍ବାଇରେ ଏକ ରେସ୍ତୋରାଁ ଖୋଲିଥିବା ଜଣାପଡିଛି । ସେ ବଲିଉଡର ଏମିତି ଜଣେ କଳାକାର ଯିଏ ଅଭିନୟ...

ସ୍ତ୍ରୀଙ୍କୁ ଛାଡ଼ି ରାଣୀ ମୁଖାର୍ଜୀଙ୍କ ସହ ରହିବାକୁ ଚାଲିଯାଇଥିଲେ ଏହି ସୁପରଷ୍ଟାର! ଭାଙ୍ଗୁ ଭାଙ୍ଗୁ ରହିଥିଲା…

ବମ୍ବେ: ବଲିଉଡ୍ର ଲୋକପ୍ରିୟ ନାୟକଙ୍କ ମଧ୍ୟରୁ ଗୋବିନ୍ଦା ଜଣେ। ତାଙ୍କର ଅଭିନୟ ସାଙ୍ଗକୁ ନୃତ୍ୟକୁ ଆଜି ବି ଦର୍ଶକେ ପସନ୍ଦ କରନ୍ତି। ଦୀର୍ଘଦିନ ଧରି ବଡ...

ଘରର ଇଏମ୍‌ଆଇ ଦେଇପାରୁ ନାହାନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ,୧୧।୫ : ପୂରା ଦେଶରେ ହାହାକାର ଭଳି ସ୍ଥିତି ସୃଷ୍ଟି କରିଛି କରୋନା ମହାମାରୀ। ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବାବେଳେ ବହୁ ସଂଖ୍ୟାରେ ...

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

ଅକ୍ଷୟ କୁମାରଙ୍କ ସିକ୍ୟୁଏଲ ଫିଲ୍ମରେ ନଜର ଆସିପାରନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ଅଭିନୟ ପାଇଁ ଅଛନ୍ତି ଚର୍ଚ୍ଚାରେ। ନିକଟରେ କାର୍ତ୍ତିକ ଓ ସାରା ଅଲି ଖାଁଙ୍କ ଅପ୍‌ କମିଙ୍ଗ ଫିଲ୍ମର...

ବିନା ହେଲମେଟ, ମାସ୍କରେ ନଜର ଆସିଲେ ଦୁଇ ଅଭିନେତା, ପ୍ରଶଂସକ କହିଲେ…

ମୁମ୍ବାଇ: କରୋନା ମହାମାରୀ ସମୟରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ବିନା ମାସ୍କ, ହେଲ୍‌ମେଟରେ ରାଜପଥରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି। ଏହି...

Advertisement
Archives

Model This Week