Posted inଫୁରସତ

ମାଲିକ ଗାଳି କଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନ ବାଲକୋନୀରେ ଚଢ଼ିଗଲେ ଯୁବତୀ, ଆଉ ତା’ ପରେ…

ଫରିଦାବାଦ: କାମ କରୁଥିବା କମ୍ପାନୀର ମାଲିକ ରାଗିଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନର ଏକ ବାଲକୋନୀରେ ଚଢ଼ିଗଲେ ଯୁବତୀ। ଏଠାକାର ସେକ୍ଟେର ୨୮ ମେଟ୍ରୋ ଷ୍ଟେଶନରେ ଜଣେ ଯୁବତୀଙ୍କ ଏଭଳି ଏକ ଅଭାବନୀୟ ଦେଖିବାକୁ ମିଳିଛି। ଏହାକୁ ନେଇ ଷ୍ଟେଶନ ତଳେ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ ଏହି ଘଟଣାର ଭିଡିଓ କରିଥିଲେ। ତେବେ ମେଟ୍ରୋର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସିଆଇଏସ୍‌ଏଫ୍‌ ଏବଂ ଫରିଦାବାଦ ପୋଲିସ ଝିଅକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଯୁବତୀ କାହା କଥା ଶୁଣି ନ ଥିଲେ। ପରେ ପୋଲିସ ଏବଂ ସିଆଇଏସ୍‌ଏଫ୍‌ର ବୁଝାମଣା ଯୋଗୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା।

ଯୁବତୀଜଣଙ୍କ ଦିଲ୍ଲୀର ନାଙ୍ଗଲୋଇରେ ରୁହନ୍ତି। ସେ ଫରିଦାବାଦରେ ଏକ ଏକ୍ସପୋର୍ଟ କମ୍ପାନୀରେ କାମ କରନ୍ତି। ଫ୍ୟାକ୍ଟ୍ରିରେ ଯାଞ୍ଚ ସମୟରେ ଏଖ ନମୁନା ଫେଲ୍‌ ହୋଇଯାଇଥିଲା। ଏଥିପାଇଁ ଯୁବତୀଙ୍କୁ ଗାଳି ଶୁଣିବାକୁ ପଡ଼ିଥିଲା। ଏହାକୁ ନେଇ ସେ ଟେନ୍‌ସନ ହୋଇଯାଇଥିଲେ। ସେ ରାଗିଯାଇ ଘରକୁ ଯିବା ପାଇଁ ମେଟ୍ରୋ ଷ୍ଟେଶନ ଆଡକୁ ଯାଇଥିଲେ। ସେଠାରେ ସେକ୍ଟର ୨୮ରେ ପହଞ୍ଚି ସିଧା ପ୍ଲାଟଫର୍ମର ଏକ ବାଲକୋନୀକୁ ଚଢ଼ି ସେଠାରୁ ଆତ୍ମହତ୍ୟା କରିବାକୁ ଚାହିଁଥିଲେ।

ଯୁବତୀ ବାଲକୋନୀରେ ଚଢ଼ିବା ମାତ୍ରେ ଷ୍ଟେଶନ ତଳେ ନିର୍ମିତ ରାଜପଥରେ ଯାଉଥିବା ଲୋକଙ୍କ ତାଙ୍କୁ ଦେଖିଥିଲେ। ଧିରେ ଧିରେ ଏହି ଖବର ଷ୍ଟେଶନରେ ଥିବା ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିଥିଲା। ଜଣେ ପୋଲିସ କର୍ମଚାରୀ କୌଣସି ପ୍ରକାରେ ବାଲକୋନୀକୁ ଯାଇ ଯୁବତୀଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲେ। ସେ ତାଙ୍କୁ ଟାଣି ଆଣିଥିଲେ। ପରେ କାରଖାନା ଅଧିକାରୀଙ୍କୁ ଡକାଯାଇ ପଚରାଉଚରା କରାଯାଇଥିଲା। ଏଥିସହ ଯୁବତୀଙ୍କୁ ମଧ୍ୟ ପଚରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri