Posted inଫୁରସତ

ଝିଅ ବାହାଘରେ ସାପ ଯୌତୁକ

ଝିଅକୁ ବାହା କରୁଥିବା ବାପା ନିଜ ଖୁସିରେ ଝିଅକୁ ଟଙ୍କାଠୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତ କେତେକଣ ଉପହାରସ୍ବରୂପ ଭେଟି ଦିଅନ୍ତି। ସମାଜ ଏହାକୁ ଯୌତୁକ ବି କହେ। ତେବେ କେବେ ଶୁଣିଛନ୍ତି କୌଣସି ବାପା ଝିଅକୁ ବାହାଘରେ ଯୌତୁକ ସ୍ବରୂପ ବିଷଧରସାପ ଦେବା କଥା? ସେପୁଣି ୨୧ଟି ସାପ। ମଧ୍ୟପ୍ରଦେଶରେ ଏକ ସ୍ବତନ୍ତ୍ର ଜନଜାତିରେ ଏଭଳି ଚଳଣି ରହିଛି। ଉକ୍ତ ଜନଜାତିର ନାମ ହେଉଛି ନ୍ତଗୌରୀୟା’। ଏହି ସମୁଦାୟରେ କନିଆଘର ବରକୁ ୨୧ଟି ବିଷଧର ସାପ ଯୌତୁକଭାବେ ପ୍ରଦାନ କରିଥାନ୍ତି।ଏହି ଜନଜାତିରେ ଉକ୍ତ ପରମ୍ପରା କାହିଁ କେଉଁକାଳରୁ ଚାଲି ଆସୁଛି। ଯଦି ଝିଅ ବାପା ସାପ ଦେଇ ନ ପାରନ୍ତି, ତେବେ ବାହାଘର ଭାଙ୍ଗିଯାଏ। ତେଣୁ ବାହାଘର ଠିକ ହେବା ପରଠାରୁ ଝିଅର ବାପା ବିଷଧର ସାପ ଖୋଜି ଖୋଜି ଧରିବା ଆରମ୍ଭ କରିଦିଅନ୍ତି। ତେବେ ଏଭଳି କରିବା ପଛର କାରଣ ହେଉଛି ଯେ, ଏହି ସମୁଦାୟର ଲୋକଙ୍କ ମୁଖ୍ୟ ପେସା ହେଉଛି ସାପ ଧରିବା। ଆଉ ସାପକୁ ସେମାନେ ଲୋକଙ୍କୁ ଦେଖାଇ ଟଙ୍କା ରୋଜଗାର କରନ୍ତି। ଏହି ଜନଜାତିର ପିଲାମାନେ ବି ବିଷଧର ସାପ ସହ ଖେଳୁଥିବା ଦେଖିବାକୁ ମିଳନ୍ତି। ଏମାନଙ୍କ ଜୀବନରେ ସାପର ମହତ୍ତ୍ୱ ବହୁତ। ଘରର ସଦସ୍ୟ ଭଳି ଦେଖନ୍ତି ସାପକୁ। ସେଇଥିପାଇଁ ତ ସାପ ଯଦି ମରିଯାଏ ସମସ୍ତେ ମୁଣ୍ଡନ ହେବା ସହ ଭୋଜିଭାତ ବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri