Posted inଫୁରସତ

ଘର ବାହାରେ ତାଲା ଝୁଲୁଥିଲା ବୋଲି ଚିମିନି ବାଟଦେଇ ପଶୁଥିଲେ ଯୁବତୀ; ପାଇପ୍‌ରେ ଏମିତି ଫସିଲେ ଯେ…

ନୂଆଦିଲ୍ଲୀ: ଅନେକ ଥର ଲୋକମାନେ ନିଜ ଘର କିମ୍ବା କାର୍‌ର ଚାବି ଏଣେତେଣେ ରଖି ଭୁଲିଯିବା ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ କିଛି ଲୋକ ଘରର ତାଲା ଭାଙ୍ଗିଥାନ୍ତି ନହେଲେ ନକଲି ଚାବି ତିଆରି କରିଥିବା ଲୋକଙ୍କୁ ଡାକିଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିିବା ପରେ ଆପଣ ବିଶ୍ୱାସ ନ କରିପାରନ୍ତି। କେହି ଏଭଳି କେମିତି କରିପାରିବେ ବୋଲି ଆପଣ କହି ମଧ୍ୟ ପାରନ୍ତି।
ଘଟଣାଟି ଆମେରିକାର ନେଭାଡା ରାଜ୍ୟର। ଏଠାରେ ଜଣେ ଯୁବତୀଙ୍କ ଘରକୁ ଫେରିବା ପରେ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ। ଚାବି ନ ଥିବାରୁ ଘରେ କିଭଳି ପଶିବେ ଚିନ୍ତା କରିଥିଲେ। ଅନ୍ୟ କୌଣସି ଉପାୟ ମୁଣ୍ଡକୁ ନ ଆସିବାରୁ ସେ ଚିମିନି ପଟ ଦେଇ ଘରକୁ ପଶିବାକୁ ସ୍ଥିର କରିଥିଲେ। ଏଥିଯୋଗୁ ତାଙ୍କ ଜୀବନ ବିପଦରେ ପଡ଼ିି ଯାଇଥିଲା। ଅଗ୍ନିଶମ ବାହିନୀ ଡାକିବା ପର୍ଯ୍ୟନ୍ତ କଥା ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଚିମିନି ଭିତରେ ଫସି ରହିଥିବା ଯୁବତୀଙ୍କୁ ଟାଣିକରି ଉଦ୍ଧାର କରିଥିଲେ।

କୁହାଯାଉଛି, ଯେତେବେଳେ ଯୁବତୀଜଣଙ୍କ ଚିମିନି ଦେଇ ଘର ଭିତରକୁ ପଶୁଥିଲେ, ସେତେବେଳେ ସେ ମଝି ପାଇପ୍‌ରେ ଫସି ଯାଇଥିଲେ। ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସୌଭାଗ୍ୟବଶତଃ ଯୁବତୀ ଗୁରୁତର ଆହତ ହୋଇ ନ ଥିଲେ।

ହେଣ୍ଡରସନ ଅଗ୍ନିଶମ ବିଭାଗ ନିଜ ଫେସବୁକ ପୃଷ୍ଠାରେ ଘଟଣା ନେଇ ସୂଚନା ଦେଇଛିି। ୧୮ ବର୍ଷୀୟ ଯୁବତୀଙ୍କୁ ହୋରିଜନ୍‌ ଏବଂ କଲେଜ୍‌ ଡ୍ରାଇଭ ନିକଟ ଏକ ଅଟ୍ଟାଳିକାର ଚିମିନି ମଧ୍ୟରୁ ରଶି ସାହାଯ୍ୟରେ ଉଦ୍ଧାର କରାଯାଇଛି। ଘର ବାହାରେ ତାଲା ଝୁଲି ଥିବାରୁ ସେ ଚିମିନି ଦେଇ ଘରେ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ପାଇପ୍‌ରେ ଫସି ଯାଇଥିଲେ। ତାଲିମପ୍ରାପ୍ତ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍‌ଲ୍ୟାଣ୍ଡ୍‌

ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ...

ପାଖରେ ଅଛି ଆଇନ ଡିଗ୍ରୀ: ପେସା ଟ୍ରକ୍‌ ଡ୍ରାଇଭର

ଭୋପାଳ,୮।୩: ମଧ୍ୟପ୍ରଦେଶ ଭୋପାଳର ୪୯ ବର୍ଷୀୟା ଯୋଗିତା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ଟ୍ରକ୍‌ ଡ୍ରାଇଭର ପାଲଟି ଯାଇଛନ୍ତି। ସହର...

ରାସ୍ତାର ସେଇ ଧଳା ଓ ହଳଦିଆ ଗାର

ଧଳା ଗାର: ଦେଖିଥବେ ଅନେକ ରାସ୍ତାର ମଝିରେ ଏକ ସିଧା ଧଳା ଗାର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଦେଖିବାକୁ ମିଳେ। ଯାହା ରାସ୍ତାକୁ ଦୁଇଭାଗରେ...

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା...

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲା ମାଙ୍କଡ଼, ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀର ମେଟ୍ରୋ ଟ୍ରେନ୍‌ରେ ଏକ ଅଜବ ଦୃଶ୍ୟ ନଜରକୁ ଆସିଛି। ଟ୍ରେନ୍‌ ବଗିରେ ଥିବା ଲୋକ ଅଡୁଆରେ ପଡ଼ିଥିଲେ ଯେତେବେଳେ ଗୋଟିଏ ମାଙ୍କଡ଼ ଆସି ସେମାନଙ୍କ...

ଏହି ୫ ପଶୁଙ୍କୁ ସ୍ବପ୍ନରେ ଦେଖିବା ଶୁଭ

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନ ଭବିଷ୍ୟତର ଘଟଣାଗୁଡ଼ିକୁ ସୂଚିତ କରେ। ଆହୁରି ମଧ୍ୟ, ସ୍ବପ୍ନ ରେ ଦେଖାଯାଉଥିବା ଜିନିଷଗୁଡ଼ିକ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ। ସ୍ବପ୍ନରେ...

୯୪ ପ୍ରତିଶତ ନମ୍ବର ରଖି ଛାତ୍ରୀ ଫେଲ…

ଲକ୍ଷ୍ନୌ,୨୬।୪ : ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ପ୍ରମୁଖ ଅବହେଳା...

ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହାତୀ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week