Posted inଫୁରସତ

ପରିବାରଲୋକଙ୍କୁ ଭିସା ମିଳିଲାନି, ଏକୁଟିଆ ରାଜସ୍ଥାନ ଆସି ବିବାହ କଲେ ବିଦେଶୀ କନ୍ୟା

ନୂଆଦିଲ୍ଲୀ: ରାଜସ୍ଥାନର ସିକରର ପିପ୍ରାଲି ରୋଡ୍‌ ଅଞ୍ଚଳରେ ଜଣେ ଦେଶୀ ବର ଏବଂ ବିଦେଶୀ କନ୍ୟାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କନ୍ୟାଙ୍କ ଘର କାଜାଖସ୍ତାନର ହୋଇଥିବା ବେଳେ ବରଙ୍କ ଘର ସିକରରେ । ବେଶ୍‌ ଧୁମ୍‌ଧାମ୍‌ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲେ ହେଁ ଏଥିରେ କନ୍ୟା ପକ୍ଷରୁ କେହି ଆସି ନ ଥିଲେ। କାରଣଟି ଥିଲା ଭିସା। ଭିସା ଉପଲବ୍ଧ ନ ଥିବାରୁ ବର ତାନିଆଙ୍କ ପରିବାରର ଜଣେ ବି ସଦସ୍ୟ ଭାରତ ଆସିପାରି ନ ଥିଲେ। ଏଭଳି ପରିସ୍ଥିତିରେ ବରର ପଙ୍କଜ ସାଇନିଙ୍କ ଭାଇଙ୍କୁ ଶ୍ୱଶୁର କନ୍ୟାଦାନ କରିଥିଲେ। ଏଥିସହ ବିବାହର ସମସ୍ତ ଖର୍ଚ୍ଚ ମଧ୍ୟ ଉଠାଇଥିଲେ।

ପଙ୍କଜ କହିଛନ୍ତି, ଆୟର୍ଲାଣ୍ଡର ଏକ ଖୁଚୁରା କମ୍ପାନୀରେ ସେ ମାର୍କେଟିଂ ମ୍ୟାନେଜର ଭାବରେ କାର୍ଯ୍ୟ କରୁଛନ୍ତି। ଜାନୁଆରୀ ୨୦୧୯ରେ ସେ କମ୍ପାନୀର କାର୍ଯ୍ୟ ଯୋଗୁ ତୁର୍କୀ ଯାଇଥିଲେ। ଏହି ସମୟରେ, କାଜାଖସ୍ତାନର ବାସିନ୍ଦା ତାନିଆ ମଧ୍ୟ ତାଙ୍କର ଡାକ୍ତରୀ ଅଧ୍ୟୟନ ସମାପ୍ତ କରିବା ପରେ ତୁର୍କୀ ପରିଦର୍ଶନ କରିବାକୁ ଆସିଥିଲେ। ଯେଉଁଠାରେ ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଥିଲେ। ପ୍ରଥମ ଦେଖାରେ ଦୁହେଁ ପରସ୍ପରକୁ ହୃଦୟ ଦେଇ ବସିଥିଲେ।

ତୁର୍କୀ ବିମାନବନ୍ଦରରେ ସାକ୍ଷାତ ପରେ ତାନିଆ କାଜାଖସ୍ତାନରେ ଥିବା ନିଜ ଘରକୁ ପଙ୍କଜଙ୍କୁ ନେଇଥିଲେ। ସେଠାରେ ତାଙ୍କ ପରିବାର ସଦସ୍ୟ ପଙ୍କଜଙ୍କୁ ଭେଟିଥିଲେ। ଏହା ପରେ ତାନିଆଙ୍କ ସମ୍ପର୍କୀୟମାନେ ବିବାହ ପାଇଁ ସମ୍ମତି ଦେଇଥିଲେ। ଏହା ପରେ, ପଙ୍କଜ ନଭେମ୍ବର ୨୦୧୯ ରେ ତାନିଆଙ୍କୁ ସିକରସ୍ଥିତ ତାଙ୍କ ଘରକୁ ଆଣି ତାଙ୍କ ପିତାମାତାଙ୍କ ସହ ଭେଟ କରାଇଥିଲେ। ୨୦୧୯ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଏହା ପରେ ଦୁହେଁ ଚାକିରି ପାଇଁ ଫେରି ଯାଇଗଲେ।

ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ୨୦୨୦ ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୋଭିଡ୍‌ କାରଣରୁ ତାନିଆଙ୍କୁ ଭାରତ ଆସିବାକୁ ଭିସା ମିଳି ନ ଥିଲା। ଏହା ପରେ ଗତ ବର୍ଷ ଡିସେମ୍ବରରେ ତାନିଆ ସିକରକୁ ଆସିଥିଲେ। ଏହା ପରେ ଗୁରୁବାର ରାତିରେ ଉଭୟ ସିକରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଭିସା ଉପଲବ୍ଧ ନ ଥିବାରୁ ତାନିଆର ପିତାମାତା ଏବଂ ପରିବାରର କୌଣସି ସଦସ୍ୟ ଏହି ବିବାହକୁ ଆସିପାରି ନ ଥିଲେ। ଏଭଳି ପରିସ୍ଥିତିରେ ପଙ୍କଜଙ୍କ ବଡ ଭାଇଙ୍କ ଶ୍ୱଶୁର ପୁରା ବିବାହ ଖର୍ଚ୍ଚ ତୁଲାଇଥିଲେ। ଏଥିସହ ତାଙ୍କ କନ୍ୟାଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?