Posted inଫୁରସତ

ବର ଟଙ୍କା ନ ଗଣିପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା

ଫାରୁଖବାଦ: ଉତ୍ତର ପ୍ରଦେଶର ଫାରୁଖବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବର ଟଙ୍କା ଗଣି ନ ପାରିବାରୁ କନ୍ୟା ବାହାଘର ଭାଙ୍ଗି ଦେଇଛନ୍ତି। ୨୧ ବର୍ଷୀୟା ରୀତା ସିଂଙ୍କ ବାହାଘର ମୋହିତ(୨୩)ଙ୍କ ସହ ଠିକ୍‌ ହୋଇଥିଲା। କିନ୍ତୁ ବିବାହ ଦିନ ହିଁ ବାହାଘର ଭାଙ୍ଗିଯାଇଛି। ମୋହିତଙ୍କ ଆଚରଣ ଦେଖି ବାହାଘର କରୁଥିବା ପଣ୍ଡିତଙ୍କର ସନ୍ଦେହ ହୋଇଥିଲା। ଏ କଥା ସେ କନ୍ୟା ଘର ଲୋକଙ୍କୁ ଜଣାଇଥିଲେ। ରୀତାଙ୍କ ଘରଲୋକେ ସତ କ’ଣ ଜାଣିବା ପାଇଁ ମୋହିତଙ୍କୁ ୩୦ଟି ୧୦ ଟଙ୍କିଆ ନୋଟ୍‌ ଗଣିବାକୁ ଦେଇଥିଲେ। ମୋହିତ କିନ୍ତୁ ଟଙ୍କା ଗଣିପାରି ନ ଥିଲେ। ଏହାପରେ ରୀତା ବାହାଘର କରିବେ ନାହିଁ ବୋଲି ମନା କରିଦେଲେ, ଯାହାପରେ ଉଭୟଙ୍କ ପରିବାର ଭିତରେ କଥା କଟାକଟି ଆରମ୍ଭ ହୋଇଗଲା। ଘଟଣାସ୍ଥଳରେ ଶେଷରେ ପୋଲିସ ପହଞ୍ଚି ଏହାର ସମାଧାନ କରିଥିଲା। ମୋହିତ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଥିଲା। ରୀତାଙ୍କ ବାହାଘର ଠିକ୍‌ କରିଥିବା ମଧ୍ୟସ୍ଥି ଯେହେତୁ କନ୍ୟା ଘରର ଘନିଷ୍ଠ ସେଥିପାଇଁ ସେମାନେ ମୋହିତଙ୍କୁ ନ ଦେଖି ତାଙ୍କ ସହ ରୀତାଙ୍କ ବାହାଘର କରିବାକୁ ରାଜି ହୋଇଯାଇଥିବା ରୀତାଙ୍କ ଘର ଲୋକେ କହିଛନ୍ତି। କନ୍ୟା ବାହା ନ ହେବା ଲାଗି ଜିଦ୍‌ କରିବା ଯୋଗୁ ବରଯାତ୍ରୀ ଶେଷରେ ନିରାଶ ହୋଇ ଫେରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା ବତକ, ଆଉ ତା’ ଉପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ଉତ୍ତର ଖାତାରେ ନିଜ ସାଥିଙ୍କୁ ବୋନସ ନମ୍ବର ଦେବାକୁ ଗୁହାରି କଲେ ଛାତ୍ର

ଶୁଣିବାକୁ ମିଳେ ପରୀକ୍ଷାରେ ଅଧିକ ନମ୍ବର ଦେବା ପାଇଁ କେତେଜ ପିଲା ଉତ୍ତର ଖାତାରେ ଶିକ୍ଷକଙ୍କୁ ଅନୁରୋଧ କରିଥାଆନ୍ତି। ହେଲେ ଏବେ ଏମିତି ଏକ ଉତ୍ତର...

ଦୁଇ ବର୍ଷ ପରେ…

ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ ଆଉ ଭଗବାନ୍‌ ହେଲେ ଏକାଠି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିବା ଆଉ ରଥଦଉଡ଼ି ଟାଣିବାକୁ ନେଇ...

ରଥଯାତ୍ରାରେ ସାମିଲ ନ ହୋଇପାରିବାର ଦୁଃଖ, ଅବସୋସ

କିଏ କହେ ରଥରେ ଜଗନ୍ନାଥଙ୍କୁ ଦେଖିଲେ କୋଟିପୁଣ୍ୟର ଫଳ ମିଳେ ତ ପୁଣି ବିଶ୍ୱାସ ରହିଛି ରଥାରୂଢ଼ ଜଗନ୍ନାଥଙ୍କୁ ଦେଖିବା ପରେ ଆଉ ପୁନର୍ଜନ୍ମ ନ...

ମମତାମୟୀ ଏଲିଜାବେଥ

ଚେଷ୍ଟାକରି କେହି କାହାକୁ ସ୍ନେହ କିମ୍ବା ମମତା ଦେଇପାରେନା। ତାହା ସ୍ବତଃପ୍ରବୃତ୍ତ ଭାବରେ ହୃଦୟରୁ ହିଁ ଝରିଥାଏ। ସେମିତି ଜଣେ ମହିଳା ହେଉଛନ୍ତି ଏଲିଜାବେଥ ଲୟର୍ଡ଼।...

ପର୍ଯ୍ୟଟନସ୍ଥଳୀ: ବାଲାସିନୋରର ଡାଇନୋସର ପାର୍କ

ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ଏକ ସହର ହେଉଛି ବାଲାସିନୋର। ଉକ୍ତ ସହରରେ ରହିଛି ଏକ ଡାଇନୋସର ପାର୍କ ଓ ମ୍ୟୁଜିୟମ୍‌; ଯେଉଁଠାରେ ପର୍ଯ୍ୟଟକ ଡାଇନୋସରଙ୍କ...

ଘର ପାଇଁ ଅଶୁଭ

* ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ। ତେଣୁ...

ପ୍ରେମିକାଙ୍କ ବିବାହରେ ବଧୂ ବେଶ ସାଜି ପହଞ୍ଚିଲେ ପ୍ରେମିକ, ଧରା ପଡ଼ିବା ପରେ ଦେଖନ୍ତୁ କ’ଣ…

କୁହାଯାଏ ପ୍ରେମ ‘ଅନ୍ଧ’। କାରଣ ପ୍ରେମରେ ପଡ଼ିଥିବା ଲୋକ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। କେହି କେହି ତ ପ୍ରେମରେ ଏପରି ପଦକ୍ଷେପ ନିଅନ୍ତି,...

Advertisement
Archives

Model This Week