ଧର୍ମଶାଳା, ୨୩ା୧୦ (ପି.ଟି.): ଭାରତୀୟ ଓପନର ଶୁବମନ ଗିଲ୍ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ଏଠାରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚ ବେଳେ ସେ ଏହି ସଫଳତା ହାସଲ କରିଛନ୍ତି। ଗିଲ୍ ୩୮ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚତ୍ଛନ୍ତି। ଏହାଦ୍ୱାରା ସେ ଦକ୍ଷିଣ ଆଫ୍ରିକାର ହାଶିମ ଅମ୍ଲାଙ୍କ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଅମ୍ଲା ଅନ୍ତର୍ଜାତୀୟ ଦିନିକିଆରେ ୨୦୦୦ ରନ ପୂରଣ କରିବା ଲାଗି ୪୦ଟି ଇନିଂସ ନେଇଥିଲେ। ୨୪ ବର୍ଷୀୟ ଭାରତୀୟ ବାଂଲାଦେଶ ବିପକ୍ଷରେ ତାଙ୍କ ପୂର୍ବ ମ୍ୟାଚରେ ୫୩ ରନ ସ୍କୋର କରିଥିଲେ। ଏହି ମାଇଲଖୁଣ୍ଟରେ ପହଞ୍ଚତ୍ବା ଲାଗି ସେତେବେଳ ତାଙ୍କର ୧୪ ରନ ଦରକାର ପଡୁଥିଲା। ରବିବାର ଭାରତୀୟ ରନ୍ ଚେଜ୍ ବେଳେ ୭ମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଏକ ଚୌକା ମାରି ଏହି ସଫଳତା ହାସଲ କରିଥିଲେ। ଗିଲ୍ ୧୪ତମ ଓଭରରେ ଲୋକି ଫର୍ଗୁସନଙ୍କ ବଲ୍ରେ ଆଉଟ ହେବା ପୂର୍ବରୁ ୩୧ ବଲ୍ରେ ୨୬ ରନ ସଂଗ୍ରହ କରିଥିଲେ। ଅମ୍ଲା ୨୦୧୧ ଜାନୁୟାରୀ ୨୧ରେ ପୋଟଁ ଏଲିଜାବେଥସ୍ଥି ସେଣ୍ଟ ଜର୍ଜ ପାର୍କଠାରେ ଦକ୍ଷିଣ ଆଫ୍ରିକାର ଭାରତ ବିପକ୍ଷ ମ୍ୟାଚ ବେଳେ ରେକର୍ଡ ପ୍ରତିଷ୍ଠା କରିଥିଲେ। ସୂଚନାଯୋଗ୍ୟ, ଗିଲ୍ ଡେଙ୍ଗୁରେ ପୀଡ଼ିତ ହେବାରୁ ସେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ଭାରତର ପ୍ରଥମ ଦୁଇ ବିଶ୍ୱକପ୍ ମ୍ୟାଚ ଖେଳି ନ ଥିଲେ। ପରେ ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ଦଳକୁ ଫେରିଥିଲେ। ଏହି ମ୍ୟାଚରେ ସେ ୧୬ ରନ କରିଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

