ତ୍ୱଚା ପାଇଁ ବରଦାନ କେଶର

ପୃଥିବୀର ସବୁଠୁ ଦାମୀ ମସଲା ଭାବେ ପରିଚିତ କେଶର କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଏହା ବରଦାନ ସଦୃଶ। ଜାଣି ରଖନ୍ତୁ ଏହାକୁ ବ୍ୟବହାର କରିବାର ଟିପ୍ସ …

ଯଦି ଆପଣଙ୍କ ତ୍ୱଚା ସନ୍‌ବର୍ନ କିମ୍ବା ଅନ୍ୟାନ୍ୟ କାରଣରୁ କଳା ପଡୁଛି ତେବେ ଚନ୍ଦନ ପାଉଡର, କ୍ଷୀର ଏବଂ କେଶର ପ୍ୟାକ୍‌ ଆପଣଙ୍କ ପାଇଁ ଉପକାରୀ। ପ୍ରଥମେ କ୍ଲିଞ୍ଜରରେ ମୁହଁ ଏବଂ ବେକ ସଫା କରିବା ପରେ ଏହି ପ୍ୟାକ୍‌ ଲଗାଇ ୧୫ ମିନିଟ୍‌ ରଖନ୍ତୁ। ଏହାପରେ ପାଣିରେ ଧୀରେ ଧୀରେ ଅଙ୍ଗୁଳି ଟିପ ସାହାଯ୍ୟରେ ଘଷି ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ସ୍କିନ୍‌ ଟୋନ୍‌ ଲାଇଟ୍‌ ହେବା ସହ ଗ୍ଲୋ ବଢିଥାଏ।
ଅଳ୍ପ ତୁଳସୀପତ୍ର ଏବଂ କେଶରକୁ ପାଣିରେ ଭିଜାଇ ବାଟି ଦିଅନ୍ତୁ। ଏଥିରେ ଅଳ୍ପ ହଳଦୀ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା କେଶରରେ ଥିବା ଆଣ୍ଟିଫଙ୍ଗାଲ୍‌, ତୁଳସୀର ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ହଳଦୀର ଆଣ୍ଟିସେପ୍ଟିକ୍‌ ଗୁଣ ବ୍ରଣ, ଦାଗ ଏବଂ ଅନ୍ୟ ତ୍ୱଚା ଜନିତ ସମସ୍ୟା ଦୂର କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।
ଗୋଲାପ ଜଳରେ କେଶରକୁ ମିଶାଇ ଟୋନର ଭାବେ ବ୍ୟବହାର କଲେ ମଧ୍ୟ ସ୍କିନ୍‌ ଟୋନ୍‌ ବଢିବା ସହ ଫ୍ରେଶ୍‌ ଲୁକ୍‌ ମିଳିଥାଏ।
ଶୀତଦିନେ କେଶର ଏବଂ ମହୁ ପ୍ୟାକ୍‌ ତ୍ୱଚାରେ ମସାଜ କଲେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ତ୍ୱଚାକୁ ଏହା ମଶ୍ଚରାଇଜ କରି ରଖିଥାଏ। ଏହାଦ୍ୱାରା ଗ୍ଲୋ ମଧ୍ୟ ବଢ଼ିଥାଏ।
ଏକ କପ୍‌ରେ ଦୁଇ ଚାମଚ କ୍ଷୀର ଏବଂ ଅଳ୍ପ କେଶର ମିଶାଇ ଏକ ଘଣ୍ଟା ରଖିଦିଅନ୍ତୁ। ସେଥିରେ ଅଳ୍ପ ଲେମ୍ପୁ ରସ ମିଶାଇ ମୁହଁରେ ଲଗାନ୍ତୁ। ସପ୍ତାହକୁ ଥରେ କିମ୍ବା ଦୁଇଥର ଏହାକୁ ଲଗାଇଲେ ଟ୍ୟାନିଂ ସମସ୍ୟା ଦୂର ହୋଇଯିବ।
୪-୫ଟି ଆଲମଣ୍ଡକୁ ଭିଜାଇ ସକାଳେ ବାଟି ଦିଅନ୍ତୁ ଏବଂ ସେଥିରେ ଅଳ୍ପ କେଶର, ଆବଶ୍ୟକ ପରିମାଣରେ କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇବା ଦ୍ୱାରା ସ୍କିନ୍‌ ଟୋନ୍‌ ସହ ଗ୍ଲୋ ମଧ୍ୟ ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri