ପୃଥିବୀ ମୁହାଁ ବିଶାଳକାୟ ଗ୍ରହାଣୁପିଣ୍ଡ: ଆକାର ସାଙ୍ଘାଇ ଟାଓ୍ବାର ଭଳି…

ଓ୍ବାଶିଂଟନ,୨୬।୭ : ମହାକାଶ ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ । ବେଳେବେଳେ ଏକ ଗ୍ରହାଣୁ ପିଣ୍ଡ ଯୋଗୁ ବିପଦ ସୃଷ୍ଟି ହୋଇଥାଏ। ସମ୍ପ୍ରତି ଜ୍ୟୋତିର୍ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଏକ ବିଶାଳକାୟ ଗ୍ରହାଣୁପିଣ୍ଡ ପୃଥିବୀ ଆଡକୁ ତୀବ୍ର ବେଗlରେ ମାଡ଼ି ଆସୁଛି। ଯାହା ଆସନ୍ତା ସପ୍ତାହରେ ପୃଥିବୀର କକ୍ଷପଥରେ ପହଞ୍ଚିବାର ଅନୁମାନ କରାଯାଉଛି।

ନାସା ଅନୁଯାୟୀ, ଏହି ବିଶାଳ ଗ୍ରହାଣୁପିଣ୍ଡର ଆକାର ବିଶ୍ୱର ତୃତୀୟ ବୃହତ୍ତମ କୋଠା ଶାହାଙ୍ଗ ଟାୱାର ସହିତ ସମାନ। ପରବର୍ତ୍ତୀ ସପ୍ତାହରେ, ଏହା ପୃଥିବୀର କକ୍ଷପଥରେ ଆସି ପହଞ୍ଚିବ। ୨୦୧୫ ମସିହାରେ ନିର୍ମିତ ସାଂଘାଇ ଟାୱାରର ଉଚ୍ଚତା ୬୩୨ ମିଟର ଏବଂ ଏହି ଗ୍ରହଣୁପିଣ୍ଡର ଆକାର ମଧ୍ୟ ଏହା ସହିତ ସମାନ। ଅଗଷ୍ଟ ୪ରେ ଏହା ପୃଥିବୀର କକ୍ଷପଥକୁ ଆସିବ ବୋଲି ଆଶଙ୍କା କରାଯାଉଛି।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଏହି ଗ୍ରହାଣୁପିଣ୍ଡକୁ କ୍ୟୁଏଲ-୪୩୩ ନାମ ଦିଆଯାଇଛି ଏବଂ ଏହା ପୃଥିବୀ ଆଡକୁ ବହୁତ ଦ୍ରୁତ ଗତିରେ ମାଡ଼ି ଆସୁଛି। ଏହାର ଆକାର ବହୁତ ବଡ। ଏହା ଶୁକ୍ର ଗ୍ରହରୁ ପ୍ରତି ୬ ବର୍ଷରେ ବିସ୍ଫୋରଣ ହୁଏ ଏବଂ ପ୍ରତି ତିନି ବର୍ଷରେ ପୃଥିବୀ ନିକଟ ଦେଇ ଗତି କରେ। ଏହା ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ଏହା ପୃଥିବୀ ଦେଇ ଯାଇଥିଲା। ଘଣ୍ଟା ପ୍ରତି ପ୍ରାୟ ୪୭,୨୩୨ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଗତି କରୁଛି ।

ରେଡଶିଫ୍ଟର ଟ୍ରାକିଂ ରିପୋର୍ଟ ଅନୁଯାୟୀ, ଏହାକୁ ଏକ ସମ୍ଭାବ୍ୟ ବିପଜ୍ଜନକ ଆଷ୍ଟେରଏଡ ଶ୍ରେଣୀଭୁକ୍ତ କରାଯାଇଛି। ଯାହାର ଅର୍ଥ ହେଉଛି ଏହା ଏକ ବସ୍ତୁ ଯାହା ପୃଥିବୀର ଅତି ନିକଟବର୍ତ୍ତୀ ହୋଇପାରେ। ତେବେ ଏହାର ଅର୍ଥ ନୁହେଁ ଏହି ବିଶାଳ ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା ଦେବ ଏବଂ ଏହାକୁ ନଷ୍ଟ କରିଦେବ। କିନ୍ତୁ ନାସା ଏହା ଉପରେ ନଜର ରଖିଛି। ଏହା ପୃଥିବୀର ଅତି ନିକଟ ଦେଇ ଏପର୍ଯ୍ୟନ୍ତ ୨୩୩ ଥର ଅତିକ୍ରମ କରିଥିବାର ଦେଖାଯାଇଛି। ଏହା ୧୯୦୫ ରେ ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?