ଭାଇରାଲ ହେଲା ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’

କ୍ୱିଭ୍‌, ୧୩ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୧୭ ଦିନ ପୂରିଥିବାବେଳେ ପ୍ରତିରୋଧ ପାଇଁ ଲଢ଼େଇ ଜାରି ରଖିଛନ୍ତି କ୍ୱିଭ୍‌ ସୈନ୍ୟ। ଏପରି ସମୟରେ ୟୁକ୍ରେନ୍‌ ଲଢ଼ୁଆଙ୍କ ସାହସ ବଢ଼ାଇଛନ୍ତି ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’। ୟୁକ୍ରେନ୍‌ ସେନାର ଭେରିଫାଏଡ୍‌ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏହି ଭାଇରାଲ ଭୂତଙ୍କ ଏକ ଫଟୋ ଶେୟାର କରାଯାଇଛି, ଯାହାଙ୍କୁ ଏହି ପୂର୍ବ ୟୁରୋପୀୟ ଦେଶର ବାସିନ୍ଦା ‘ଏୟାର ଆଭେଞ୍ଜର’ ନାମ ମଧ୍ୟ ଦେଇଛନ୍ତି। ବାସ୍ତବରେ ଘୋଷ୍ଟ ଅଫ୍‌ କ୍ୱିଭ୍‌ ନାଁ ପାଇଥିବା ତଥାକଥିତ ‘ଭୂତ’ ଜଣକ ୟୁକ୍ରେନ୍‌ର ଜଣେ ଦକ୍ଷତାସମ୍ପନ୍ନ ପାଇଲଟ ବୋଲି କୁହାଯାଉଛି। ସେ ଏଯାବତ୍‌ ୧୦ରୁ ଊର୍ଦ୍ଧ୍ୱ ରୁଷୀୟ ବିମାନକୁ ନଷ୍ଟ କରିସାରିଥିବା ଜଣାପଡ଼ିଛି। ମିଗ୍‌-୨୯ ଫାଇଟର ଜେଟ୍‌ରେ ବ୍ଲାକ୍‌ ଭିଜର୍‌, ଅକ୍ସିଜେନ୍‌ ମାସ୍କ ପିନ୍ଧିଥିବା ଏହି ପାଇଲଟ ଏବେ ସମସ୍ତ ୟୁକ୍ରେନ୍‌ ସୈନ୍ୟଙ୍କ ସାହସ ପାଲଟିଛନ୍ତି।

ଷ୍ଟାଫ୍‌ ଅଫ୍‌ ୟୁକ୍ରେନ୍‌ ଆର୍ମର୍ଡ ଫୋର୍ସ ପକ୍ଷରୁ କରାଯାଇଥିବା ଉକ୍ତ ପୋଷ୍ଟରେ ସମ୍ପୃକ୍ତ ପାଇଲଟଙ୍କ ଫଟୋ ଅପ୍‌ଲୋଡ୍‌ କରାଯାଇଛି। ଏଥିରେ ସେ ଏକ ଅକ୍ସିଜେନ୍‌ ମାସ୍କ ସହ ମୁଖା ପିନ୍ଧିଛନ୍ତି। ‘ଘୋଷ୍ଟ୍‌ ଅଫ୍‌ କ୍ୱିଭ୍‌ ରୁଷୀୟ ଖଳନାୟକଙ୍କ ଆତ୍ମାକୁ ନେବାକୁ ଆସିଛି’ ବୋଲି ଉକ୍ତ ପୋଷ୍ଟରେ ଲେଖାଯାଇଛି। ତେବେ ସେହି ପାଇଲଟ୍‌ଙ୍କ ବାବଦରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ଗତ ଫେବୃୟାରୀ ୨୪ରେ ରୁଷିଆ ଆକ୍ରମଣ କରିବାର ୩୦ ଘଣ୍ଟା ମଧ୍ୟରେ ପାଇଲଟ ଜଣକ ୨ଟି ସୁଖୋଇ ଏସ୍‌ୟୁ-୩୫, ୨ଟି ଏସ୍‌ୟୁ-୨୫, ଗୋଟିଏ ଏସ୍‌ୟୁ-୨୭ ଏବଂ ଏକ ମିଗ୍‌-୨୯କୁ ଟାର୍ଗେଟ କରି ଖସାଇଦେଇଥିବା ୟୁକ୍ରେନ୍‌ ପକ୍ଷରୁ ଦାବି ହୋଇଥିଲା। ରୁଷିଆ ସହ ଲଢ଼ିବା ପାଇଁ ବହୁ ସଂଖ୍ୟାରେ ତାଲିମ୍‌ପ୍ରାପ୍ତ ପାଇଲଟ୍‌ ଯୁଦ୍ଧରେ ସାମିଲ ହୋଇଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ୟୁକ୍ରେନ୍‌ ସରକାରୀ ଭାବେ ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’ ବାବଦରେ ତଥ୍ୟ ପ୍ରଦାନ କରିନାହିଁ। ଆକ୍ରମଣର ପ୍ରଥମ ଦିନରୁ ଘୋଷ୍ଟ ଅଫ୍‌ କ୍ୱିଭ୍‌ ଚର୍ଚ୍ଚାକୁ ଆସିଥିଲେ ହେଁ ଏବେ ସେନାର ପୋଷ୍ଟ ଏହାକୁ ଅଧିକ ଭାଇରାଲ କରିଛି। ପୂର୍ବରୁ ଏହି ଏୟାର ଆଭେଞ୍ଜରଙ୍କ ଏକ ଭିଡିଓ ଟୁଇଟରରେ ଦେଖିବାକୁ ମିଳିଥିଲା। ଏଥିରେ ଏକ ଯୁଦ୍ଧବିମାନ ଅନ୍ୟ ଏକ ବିମାନ ସହ ଲଢ଼େଇ କରି ନଷ୍ଟ କରିଦେଉଥିବା ଦେଖାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ କୌଣସି ଜଣେ ପାଇଲଟ୍‌ଙ୍କୁ ଏପରି ଆଖ୍ୟା ଦିଆଯିବା ପ୍ରଥମ ବୋଲି କୁହାଯାଉଛି। ଫେବୃୟାରୀ ୨୬ରେ ଜଣେ ୟୁକ୍ରେନ୍‌ ସୈନ୍ୟ ସମାନ ଢଙ୍ଗରେ ୨୦ରୁ ଊର୍ଦ୍ଧ୍ୱ ରୁଷୀୟ ସୈନ୍ୟଙ୍କୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?