ଭାଇରାଲ ହେଲା ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’

କ୍ୱିଭ୍‌, ୧୩ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୧୭ ଦିନ ପୂରିଥିବାବେଳେ ପ୍ରତିରୋଧ ପାଇଁ ଲଢ଼େଇ ଜାରି ରଖିଛନ୍ତି କ୍ୱିଭ୍‌ ସୈନ୍ୟ। ଏପରି ସମୟରେ ୟୁକ୍ରେନ୍‌ ଲଢ଼ୁଆଙ୍କ ସାହସ ବଢ଼ାଇଛନ୍ତି ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’। ୟୁକ୍ରେନ୍‌ ସେନାର ଭେରିଫାଏଡ୍‌ ଫେସ୍‌ବୁକ୍‌ ଆକାଉଣ୍ଟରୁ ଏହି ଭାଇରାଲ ଭୂତଙ୍କ ଏକ ଫଟୋ ଶେୟାର କରାଯାଇଛି, ଯାହାଙ୍କୁ ଏହି ପୂର୍ବ ୟୁରୋପୀୟ ଦେଶର ବାସିନ୍ଦା ‘ଏୟାର ଆଭେଞ୍ଜର’ ନାମ ମଧ୍ୟ ଦେଇଛନ୍ତି। ବାସ୍ତବରେ ଘୋଷ୍ଟ ଅଫ୍‌ କ୍ୱିଭ୍‌ ନାଁ ପାଇଥିବା ତଥାକଥିତ ‘ଭୂତ’ ଜଣକ ୟୁକ୍ରେନ୍‌ର ଜଣେ ଦକ୍ଷତାସମ୍ପନ୍ନ ପାଇଲଟ ବୋଲି କୁହାଯାଉଛି। ସେ ଏଯାବତ୍‌ ୧୦ରୁ ଊର୍ଦ୍ଧ୍ୱ ରୁଷୀୟ ବିମାନକୁ ନଷ୍ଟ କରିସାରିଥିବା ଜଣାପଡ଼ିଛି। ମିଗ୍‌-୨୯ ଫାଇଟର ଜେଟ୍‌ରେ ବ୍ଲାକ୍‌ ଭିଜର୍‌, ଅକ୍ସିଜେନ୍‌ ମାସ୍କ ପିନ୍ଧିଥିବା ଏହି ପାଇଲଟ ଏବେ ସମସ୍ତ ୟୁକ୍ରେନ୍‌ ସୈନ୍ୟଙ୍କ ସାହସ ପାଲଟିଛନ୍ତି।

ଷ୍ଟାଫ୍‌ ଅଫ୍‌ ୟୁକ୍ରେନ୍‌ ଆର୍ମର୍ଡ ଫୋର୍ସ ପକ୍ଷରୁ କରାଯାଇଥିବା ଉକ୍ତ ପୋଷ୍ଟରେ ସମ୍ପୃକ୍ତ ପାଇଲଟଙ୍କ ଫଟୋ ଅପ୍‌ଲୋଡ୍‌ କରାଯାଇଛି। ଏଥିରେ ସେ ଏକ ଅକ୍ସିଜେନ୍‌ ମାସ୍କ ସହ ମୁଖା ପିନ୍ଧିଛନ୍ତି। ‘ଘୋଷ୍ଟ୍‌ ଅଫ୍‌ କ୍ୱିଭ୍‌ ରୁଷୀୟ ଖଳନାୟକଙ୍କ ଆତ୍ମାକୁ ନେବାକୁ ଆସିଛି’ ବୋଲି ଉକ୍ତ ପୋଷ୍ଟରେ ଲେଖାଯାଇଛି। ତେବେ ସେହି ପାଇଲଟ୍‌ଙ୍କ ବାବଦରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ଗତ ଫେବୃୟାରୀ ୨୪ରେ ରୁଷିଆ ଆକ୍ରମଣ କରିବାର ୩୦ ଘଣ୍ଟା ମଧ୍ୟରେ ପାଇଲଟ ଜଣକ ୨ଟି ସୁଖୋଇ ଏସ୍‌ୟୁ-୩୫, ୨ଟି ଏସ୍‌ୟୁ-୨୫, ଗୋଟିଏ ଏସ୍‌ୟୁ-୨୭ ଏବଂ ଏକ ମିଗ୍‌-୨୯କୁ ଟାର୍ଗେଟ କରି ଖସାଇଦେଇଥିବା ୟୁକ୍ରେନ୍‌ ପକ୍ଷରୁ ଦାବି ହୋଇଥିଲା। ରୁଷିଆ ସହ ଲଢ଼ିବା ପାଇଁ ବହୁ ସଂଖ୍ୟାରେ ତାଲିମ୍‌ପ୍ରାପ୍ତ ପାଇଲଟ୍‌ ଯୁଦ୍ଧରେ ସାମିଲ ହୋଇଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ୟୁକ୍ରେନ୍‌ ସରକାରୀ ଭାବେ ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’ ବାବଦରେ ତଥ୍ୟ ପ୍ରଦାନ କରିନାହିଁ। ଆକ୍ରମଣର ପ୍ରଥମ ଦିନରୁ ଘୋଷ୍ଟ ଅଫ୍‌ କ୍ୱିଭ୍‌ ଚର୍ଚ୍ଚାକୁ ଆସିଥିଲେ ହେଁ ଏବେ ସେନାର ପୋଷ୍ଟ ଏହାକୁ ଅଧିକ ଭାଇରାଲ କରିଛି। ପୂର୍ବରୁ ଏହି ଏୟାର ଆଭେଞ୍ଜରଙ୍କ ଏକ ଭିଡିଓ ଟୁଇଟରରେ ଦେଖିବାକୁ ମିଳିଥିଲା। ଏଥିରେ ଏକ ଯୁଦ୍ଧବିମାନ ଅନ୍ୟ ଏକ ବିମାନ ସହ ଲଢ଼େଇ କରି ନଷ୍ଟ କରିଦେଉଥିବା ଦେଖାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ କୌଣସି ଜଣେ ପାଇଲଟ୍‌ଙ୍କୁ ଏପରି ଆଖ୍ୟା ଦିଆଯିବା ପ୍ରଥମ ବୋଲି କୁହାଯାଉଛି। ଫେବୃୟାରୀ ୨୬ରେ ଜଣେ ୟୁକ୍ରେନ୍‌ ସୈନ୍ୟ ସମାନ ଢଙ୍ଗରେ ୨୦ରୁ ଊର୍ଦ୍ଧ୍ୱ ରୁଷୀୟ ସୈନ୍ୟଙ୍କୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri