Posted inଫୁରସତ

ଭୂତ ବାହାଘର

ପ୍ରତି ଦେଶ, ଧର୍ମ, ସମୁଦାୟର ନିଜ ନିଜର ପ୍ରଥା, ପରମ୍ପରା ଓ ଲୋକ ମାନ୍ୟତା ଥାଏ। ଆଉ ତାକୁ ସମସ୍ତେ ବେଶ୍‌ ଆଗ୍ରହ ଓ ଉତ୍ସାହର ସହ ପାଳନ କରନ୍ତି। ତେବେ ଏଇ ପ୍ରଥା ପରମ୍ପରା ମଧ୍ୟରୁ କିଛିଟା ଥାଏ ବେଶ୍‌ ଆଶ୍ଚର୍ଯ୍ୟଜନକ; ଯାହାକୁ ଦେଖି ଅନ୍ୟମାନେ ବେଶ୍‌ ଚକିତ ହୁଅନ୍ତି। ସେମିତି ଏକ ପ୍ରଥା ଚାଇନାରେ ପ୍ରଚଳିତ ଅଛି, ଯାହାକୁ ଘୋଷ୍ଟ ଓ୍ବେଡିଂ ବୋଲି କୁହାଯାଏ। ଏହା ୩୦୦୦ ବର୍ଷ ପୁରୁଣା ପରମ୍ପରା। ଖାସ୍‌କରି ଶ୍ୟାଙ୍ଗଜି ପ୍ରାନ୍ତରେ ପାଳିତ ହେଉଥିବା ଏହି ପରମ୍ପରାରେ ଦୁଇଜଣଙ୍କର ବିବାହ କରାଯାଏ, ଯେଉଁମାନେ କି ବିବାହ କରିବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି। ଏଭଳି ବିବାହ କରାଇବା ପଛର କାରଣ ହେଉଛି ଯେଉଁ ବିବାହର ସୁଖ ସେମାନଙ୍କୁ ଜୀବିତ ଥିବା ସମୟରେ ମିଳି ନ ଥିଲା ତାହା ମରିବା ପରେ ମିଳୁ; ଯଦ୍ଦ୍ବାରା ମୃତ୍ୟୁପରେ ସେମାନଙ୍କ ଜୀବନ ସୁଖମୟ ହେଉ। ଏହି ବିବାହ ବେଳେ ପୁରୁଷର କବର ଭିତରେ ନାରୀର ଅସ୍ଥିକୁ ରଖି ଦିଆଯାଏ। ଯଦ୍ଦ୍ବରା କି ସେମାନେ ସାଙ୍ଗ ହୋଇ ରହିପାରିବେ। ଏଇ ବିବାହ ବେଶ୍‌ ଧୁମ୍‌ଧାମ୍‌ରେ କରାଯାଏ। କନିଆକୁ ଗହଣା ବି ଦିଆଯାଏ। ତେବେ ଏବେ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଏହି ପ୍ରଥା କଳୁଷିତ ହେବାକୁ ଲାଗିଲାଣି। ବିବାହ ପୂର୍ବରୁ ମୃତ୍ୟୁବରଣ କରିଥିବା ପୁରୁଷ ପାଇଁ କୌଣସି ନାରୀର ମୃତ ଶରୀର ନ ମିଳିଲେ ପୁରୁଣା କବର ଖୋଳି ଶବ ଚୋରି କରାଯାଉଛି। ଏମିତି କି ଯୁବତୀଙ୍କ ମୃତ ଶରୀର ଓ ହାଡ ବଜାରରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ପଦାତିକ ବାହିନୀର ଅତୁଳନୀୟ ବଳିଦାନ

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀର ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ ଜାତୀୟ...

କବିର ସିଂଙ୍କ ଗୀତ ଶୁଣି କାନ୍ଦିଲା କୁକୁର, ଭିଡିଓ ଭାଇରାଲ

ଦିନ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ଏହିସବୁ ଭିଡିଓ ପସନ୍ଦ ଆସିବା ସହ କିଛି ମଜାଦାର...

ଛୁଆଙ୍କୁ ସିଂହପଲଙ୍କ ମୁହଁରୁ ବଞ୍ଚାଇବା ପାଇଁ ହାତୀ କଲା ଏମିତି, ଭିଡିଓ ଦେଖିଲେ…

କେବଳ ଶକ୍ତିଶାଳୀ ପ୍ରାଣୀମାନଙ୍କର ଜଙ୍ଗଲରେ ରାଜ୍‌ ଚାଲିଥାଏ। ଯଦିଓ ସିଂହମାନେ ହାତୀକୁ ଦେଖି ଦୌଡ଼ି ପଳାନ୍ତି କାରଣ ହାତୀଠାରୁ ଆକ୍ରମଣ ହେବାର ଆଶଙ୍କା ଥାଏ। କିନ୍ତୁ...

ନିଜ ଟୁଥବ୍ରଶକୁ ଖାଇଦେଲେ ମହିଳା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ। କିନ୍ତୁ ତାକୁ ଯଦି ଜଣେ ଖାଦ୍ୟ ଭାବେ ଗିଳିଦିଏ? ନିକଟରେ ଏପରି କିଛି ଘଟଣା...

ସାଟେଲାଇଟର ସମାଧିସ୍ଥଳ: ଯେଉଁଠି ଇଣ୍ଟରନାଶନାଲ ସ୍ପେଶ ଷ୍ଟେଶନକୁ ଦିଆଯିବ ସମାଧି

ନୂଆଦିଲ୍ଲୀ,୬।୧୨: ଶ୍ମଶାନ। ଯେଉଁଠି ମୃତ ବ୍ୟକ୍ତିଙ୍କ ମର ଶରୀରକୁ ସମାଧି ଦିଆଯାଏ। କିନ୍ତୁ କେବେ ଶୁଣିଛନ୍ତି କି ସାଟେଲାଇଟଗୁଡକିର ମଧ୍ୟ ଶ୍ମଶାନ ଅଛି? ଦୁନିଆରେ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri