‘ଯବାନ’ର ରିଲିଜ ଡେଟରେ ହୋଇପାରେ ପରିବର୍ତ୍ତନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ଯବାନ’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ‘ପଠାନ’ର ସଫଳତା ପରେ ଏବେ ଦର୍ଶକେ ବଡ ଉତ୍ସୁକତାର ସହ ‘ଯବାନ’ର ରିଲିଜକୁ ଅପେକ୍ଷା ରଖିଛନ୍ତି । ସାଉଥ ସିନେମାର ନାମୀ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ମୁଭି ‘ଯବାନ’କୁ ନେଇ ଏବେ ବଡ ଅପଡେଟ୍ସ ସାମ୍ନାକୁ ଆସିଛି ।
‘ଯବାନ’ର ରିଲିଜ ଡେଟରେ ପରିବର୍ତ୍ତନ ହେବ ବୋଲି କୁହାଯାଉଛି । ଗତ ବର୍ଷ ଜୁନରେ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କ ଅପକମିଂ ମୁଭି ‘ଯବାନ’ର ଟିଜର ରିଲିଜ କରିଥିଲେ । ଆଉ ଏହାପରଠାରୁ ଦର୍ଶକେ ମୁଭିର ରିଲିଜକୁ ଅପେକ୍ଷା ରଖିଛନ୍ତି । ଏବେ ଖବର ଆସିଛି କି ‘ଯବାନ’ର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇପାରେ । ମୁଭି କ୍ରିଟିକ୍ସ ସୁମିତ କଡେଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଟେଷ୍ଟ ପୋଷ୍ଟ ଶେୟାର କରିଛନ୍ତି । ଏଥିରେ ସେ ଶାହାରୁଖ ଖାଁଙ୍କ ଅପକମିଂ ମୁଭି ‘ଯବାନ’କୁ ନେଇ କିଛି ସୂଚନା ଦେଇଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ସୁମିତ କଡେଲ ସୂଚନା ଦେଇଛନ୍ତି କି ଶାହାରୁଖ ଖାଁଙ୍କ ମୁଭି ‘ଯବାନ’ର ରିଲିଜ ଡେଟକୁ ଚେଞ୍ଜ କରାଯାଇପାରେ । ଏବେ ପର୍ଯ୍ୟନ୍ତ ସୂଚନା ରହିଛି କି ‘ଯବାନ’ ୨ ଜୁନ ୨୦୨୩ରେ ସିନେମା ହଲରେ ରିଲିଜ କରାଯିବ । ହେଲେ ରିଲିଜ୍ ଡେଟ ପରିବର୍ତ୍ତନକୁ ନେଇ ଏବେ ପର୍ଯ୍ୟନ୍ତ ମେକର୍ସଙ୍କ ପକ୍ଷରୁ ଅଫିସିଆଲି କୌଣସି ଅପଡେଟ ଆସିନାହିଁ । ନା ଫିଲ୍ମର ନୂଆ ରଲିଜ ଡେଟକୁ ନେଇ କୌଣସି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଦରେ ଆଘାତ, ହାତରେ ବାସି ରୁଟି; ଧର୍ମେନ୍ଦ୍ରଙ୍କ ଏଭଳି ଅବସ୍ଥା ଦେଖି ଚିନ୍ତାରେ ପ୍ରଶଂସକ

ବମ୍ବେ: ଗୋଡରେ ଲାଗିଛି ଆଘାତ, ହାତରେ ବାସି ରୁଟି। ଅଧାରାତିରେ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ କ’ଣ ହୋଇଛି,...

ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଝୁମାଇବେ ରିହାନା, ନେଇଛନ୍ତି ମୋଟା ଅଙ୍କର ପାଉଣା

ବମ୍ବେ: ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌...

ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…

ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ...

ଅନନ୍ତ-ରାଧିକାଙ୍କ ପ୍ରିଓ୍ବେଡିଂ ସେରିମନି ପାଇଁ ପହଞ୍ଚିଲେ ଇଭାଙ୍କା

ମୁମ୍ବାଇ,୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଶୁକ୍ରବାର (ମାର୍ଚ୍ଚ ୧)ରେ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି। ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ...

ନିଜ ପାଇଁ ବାଛିଥିବା ଫିଲ୍ମକୁ ନେଇ ପଶ୍ଚାତାପ କରୁଛନ୍ତି ଅନନ୍ୟା!

ମୁମ୍ବାଇ: ଅନନ୍ୟା ପାଣ୍ଡେ ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ସେହି ଦିନଠାରୁ ସେ ହିଟ...

ରାଜନୀତିକୁ ଆସିବେ ଅକ୍ଷୟ!

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ରାଜନୀତିରେ ଯୋଗ ଦେଇ ପାରନ୍ତି। ତେବେ ଅକ୍ଷୟ କୁମାର ଭାଜପା ଟିକେଟରେ ଆଗାମୀ ଲୋକ ସଭା ନିର୍ବାଚନରେ...

ଅମ୍ବାନୀ ପରିବାରର ବିବାହରେ ଗୀତ ଗାଇବାକୁ ଏତିକି ଟଙ୍କା ନେବେ ହଲିଉଡ୍‌ ଗାୟିକା ରିହାନା

ମୁମ୍ବାଇ,୩।୧: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଜୁଲାଇରେ ବୀରେନ୍‌ ମର୍ଚାଣ୍ଟ ଏବଂ ଶିଲା ମର୍ଚାଣ୍ଟର ଝିଅ ରାଧିକାଙ୍କୁ ବିବାହ କରିବାକୁ ଯାଉଛନ୍ତି।...

ବାହା ହେବେ ତାପସି!

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାକୁ ଆସିଥାଆନ୍ତି। ଅଭିନେତ୍ରୀ ଏବେ ତାଙ୍କ ବିବାହକୁ ନେଇ ହେଡଲାଇନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri