ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା

ଆନନ୍ଦପୁର,୨୮।୬(ସ୍ବ.ପ୍ର.): ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦୁଝର ଜିଲାର ଘସିପୁରା ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ। ଏହି ନିର୍ବାଚନମଣ୍ଡଳୀ ଏବେ ବିଜେଡି ଅକ୍ତିଆରରେ ରହିଛି। ୨୦୦୯ରୁ ଏପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ବଦ୍ରି ପାତ୍ର ଲଗାତର ଭାବେ ନିର୍ବାଚନ ଜିତିଆସୁଛନ୍ତି । ସେ ଏଠାରୁ ୪ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଶିକ୍ଷାବିତ୍‌ରୁ ରାଜନୀତିକୁ ଆସିଥିବା ବଦ୍ରି ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୦ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ସେ ୨୦୦୯ରୁ ଏହି ନିର୍ବାଚନମଣ୍ଡଳୀରୁ ଲଗାତର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି।
ବଦ୍ରିଙ୍କ ବିଜୟ ରଥର ମୁଖ୍ୟ ସାରଥି ସାଜିଛନ୍ତି ତାଙ୍କ ଦୁଇପୁଅ ଦେବାଶିଷ ଓ ଦେବପ୍ରିୟ। ଦେବାଶିଷ ଘସିପୁରା ନିର୍ବାଚନମଣ୍ଡଳୀରେ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ବେଳେ ଜଟିଳ ପରିସ୍ଥିତିରେ ଦେବପ୍ରିୟଙ୍କ ରଣନୀତି ଅନେକ ସମୟରେ ସମସ୍ତଙ୍କୁ ଚକିତ କରିଥାଏ। କେବଳ ସାଧାରଣ ନିର୍ବାଚନ ନୁହଁ, ପଞ୍ଚାୟତ ନିର୍ବାଚନରେ ମଧ୍ୟ ବଦ୍ରିଙ୍କ ପରିବାର ବିଜେଡିର ଦବ୍‌ଦବା ବଜାୟ ରଖିବାରେ ସଫଳ ହୋଇଛି। ବୟସ ବଢ଼ିବା ଏବଂ ଶରୀର ଅସୁସ୍ଥ ରହିବା କାରଣରୁ ବିଜେଡିର ଏହି ପୁରୁଖା ନେତା ଆଗାମୀ ଦିନରେ ଆଉ ନିର୍ବାଚନକୁ ଓହ୍ଲାଇ ନ ପାରନ୍ତି ନେଇ ଚର୍ଚ୍ଚା ହେଉଛି। ସେ ଏ ନେଇ କିଛିଦିନ ପୂର୍ବରୁ ଗଣମାଧ୍ୟମକୁ ପରୋକ୍ଷ ସୂଚନା ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୁବକମାନଙ୍କୁ ଆଗକୁ ଛାଡ଼ିବାକୁ ଚାହୁଁଥିବାରୁ ସେ ସେଥିରେ ସହମତ ବୋଲି କହିଛନ୍ତି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ବଦ୍ରି ଅବସର ଘୋଷଣା କରନ୍ତି ତେବେ ଘସିପୁରା ନିର୍ବାଚନମଣ୍ଡଳୀର ବିଜେଡି ନେତୃତ୍ୱ କାହା ହାତରେ ରହିବ ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ବଦ୍ରି ପାତ୍ରଙ୍କ ଦୁଇ ପୁଅ ତଥା ଯୁବନେତା ଦେବାଶିଷ ଓ ଦେବପ୍ରିୟଙ୍କ ମଧ୍ୟରୁ ବିଜେଡି ଜଣଙ୍କୁ ବଦ୍ରିଙ୍କ ଉତ୍ତରାଧିକାରୀ ଭାବେ ବାଛିବ ନା ଅନ୍ୟ କିଛି ବିକଳ୍ପ ଚିନ୍ତା କରିବ ସେନେଇ ଦଳୀୟ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ଘସିପୁରା ନିର୍ବାଚନମଣ୍ଡଳୀରେ ଅନ୍ୟ ବିକଳ୍ପ ଭାବେ ଯୁବନେତା ସୌମ୍ୟଶଙ୍କର ଚକ୍ର (ରାଜା)ଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସୁଛି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସେ ମଧ୍ୟ ନିଜ ସମର୍ଥନରେ କେତେଗୁଡିଏ ପଞ୍ଚାୟତରେ ପ୍ରାର୍ଥୀ ଦେଇ ପରୋକ୍ଷରେ ବିଜେଡିର ଅନ୍ୟ ଏକ ଦାବିଦାର ଭାବେ ନିଜକୁ ଉପସ୍ଥାପନ କରିବାକୁ ପ୍ରୟାସ କରିଥିଲେ। ଯଦିଓ ତାଙ୍କୁ ସେତେଟା ସଫଳତା ମିଳି ନ ଥିଲା ତଥାପି ବିଜେଡିର ରାଜ୍ୟସ୍ତରୀୟ ନେତାଙ୍କ ପରୋକ୍ଷ ସମର୍ଥନ ତାଙ୍କ ମନୋବଳକୁ ବୃଦ୍ଧି କରୁଥିବା କୁହାଯାଉଛି। ଏଥିପାଇଁ ବିଭିନ୍ନ ସମୟରେ ଦଳୀୟ ଗୋଷ୍ଠୀକନ୍ଦଳ ପରିସ୍ଥିତି ସୃଷ୍ଟି ହେଉଛି। ଗୋଳିଆ ପାଣିରୁ ମାଛ ଧରିବାକୁ ରାଜ୍ୟସ୍ତରୀୟ ନେତୃତ୍ୱ ପ୍ରୟାସ କରୁଥିବା ଆଲୋଚନା ହେଉଛି। ସେ ଯାହା ହେଉନା କାହିଁକି, ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ଘସିପୁରା ନିର୍ବାଚନମଣ୍ଡଳୀ ଚଳଚଞ୍ଚଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଦଳୀୟ ସଂଗଠନ ମୁଖ୍ୟ ପ୍ରସଙ୍ଗ ହୋଇ ନ ଥିବା ବେଳେ ବିଜେଡିର ଉତ୍ତରାଧିକାରୀ ଭାବେ ଯୁବପିଢିଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri