ଭାଜପାରେ ଯୋଗଦେଲେ କଂଗ୍ରେସ, ସିପିଆଇ ନେତା

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ଏବଂ ଭାଜପା ପ୍ରତି ଆସ୍ଥା ପ୍ରକଟ କରି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ବହୁ ପୁରୁଷ ଏବଂ ମହିଳା କର୍ମକର୍ତ୍ତା ସୋମବାର ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ତଥା ଏଆଇଟିୟୁସି ସାଧାରଣ ସମ୍ପାଦକ ଉପେନ୍ଦ୍ର ରାଉଳ, ଚାନ୍ଦବାଲି ନିର୍ବାଚନମଣ୍ଡଳୀର ପୂର୍ବତନ ଯୁବ କଂଗ୍ରେସ ସଭାପତି ମାନସ ବାରିକ, ଭାଟପଡା କଂଗ୍ରେସ ସଭାପତି ସୁକାନ୍ତ ପାଢ଼ୀ, ଅଖିଳ ଭାରତ ଯୁବ ସଂଘ ସମ୍ପାଦକ ଶିବାନୀ ରଞ୍ଜନ ଦାସଙ୍କ ସମେତ ମାନସ ବିଶ୍ୱାଳ ପ୍ରମୁଖ ସମର୍ଥକମାନଙ୍କ ଗହଣରେ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ମନମୋହନ ସାମଲ ନୂତନ ଭାବେ ସାମିଲ ସମସ୍ତ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ସମୀର ସ୍ବାଗତ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବା ସହ ଭବିଷ୍ୟତରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଦଳର ସଙ୍ଗଠନ ମଜଭୁତ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?