Posted inଫୁରସତ

ମା’ଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେଣୁ ତାଙ୍କ ପୁଅ ଏକ ଅଜବ ଉପାୟ ଆପଣାଇଥିଲେ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଏହି ଯୁବକଙ୍କ ନାମ ହେଇଟର୍‌। ସେ ବ୍ରାଜିଲ୍‌ର ପୋର୍ଟ ବେଲ୍‌ହୋରେ ରୁହନ୍ତି। ତାଙ୍କର ୬୦ ବର୍ଷୀୟା ମା ମେରିୟା ଶ୍ଚିୟାଭେ ତିନିଥର ଡ୍ରାଇଭିଂ ଟେଷ୍ଟ ଦେଇସାରିଥିଲେ। ମାତ୍ର କୌଣସି ସଫଳତା ପାଇ ପାରି ନ ଥିଲେ। ତାଙ୍କର ୩୫ବର୍ଷୀୟ ପୁଅ ହେଇଟର୍‌ ମାଆଙ୍କ ବେଶରେ ସଜେଇ ହୋଇ ଡ୍ରାଇଭିଂ ଟେଷ୍ଟ ଦେବା ପାଇଁ ନିଷ୍ପତ୍ତି ନେଇ ନିଜକୁ ପୂରା ବଦଳାଇ ଦେଲେ। ପରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପହଞ୍ଚିଗଲେ। ଚେହେରା ସିନା ମାଆଙ୍କ ପରି ଦେଖାଯାଉଥିଲା ମାତ୍ର ତାଙ୍କର ଚାଲିଚଳଣ, ହାବଭାବ ଏବଂ କଣ୍ଠସ୍ବର ସବୁ ଅଡୁଆ ଅଡୁଆ ଲାଗୁଥିଲା।
ଯୁବକଙ୍କଠାରେ ଏସବୁ ଲକ୍ଷଣ ଦେଖିବା ପରେ ରେଣ୍ଡୋନିୟା ଟେଷ୍ଟ ଟ୍ରାଫିକ୍‌ ଡିପାର୍ଟମେଣ୍ଟର ପରୀକ୍ଷକ ଏଲିନ୍‌ ମେଣ୍ଡୋନ୍‌କା ପୋଲିସକୁ ଖବର ଦେଇଥିଲେ। ଯେତେବେଳେ ପରୀକ୍ଷକ ଯୁବକଙ୍କ କାର୍‌ରେ ବସିଲେ ସେତେବେଳେ ସେ ନିଶ୍ଚିତ ହୋଇଗଲେ ଇଏ ମହିଳା ନୁହନ୍ତି। ତେଣୁ ଯୁବକଙ୍କୁ ଠକେଇ ଅଭିଯୋଗରେ ଶେଷରେ ପୋଲିସ ହାତରେ ଧରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?