Posted inଖେଳ

କୋରିଆକୁ ୭-୨ରେ ହରାଇଲା ଜର୍ମାନୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ହକି ବିଶ୍ୱକପର ଶେଷ ଗ୍ରୁପ୍‌ ମ୍ୟାଚରେ ଶୁକ୍ରବାର ଦକ୍ଷିଣ କୋରିଆକୁ ୭-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ମାତ୍ର ଏହି ବଡ଼ ବିଜୟ ଜର୍ମାନୀକୁ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ଦେଇ ପାରିନାହିଁ। ପୁଲ୍‌ ‘ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ଜର୍ମାନୀ କ୍ରସ୍‌ ଓଭର ଖେଳିବ। ତୃତୀୟ ସ୍ଥାନ ହାସଲ କରିଥିବା କୋରିଆ ମଧ୍ୟ କ୍ରସ୍‌ ଓଭର ମ୍ୟାଚରେ ଅବତୀର୍ଣ୍ଣ ହେବ। ଜର୍ମାନୀ ସମକକ୍ଷ ୭ ପଏଣ୍ଟ ପାଇଥିଲେ ହେଁ ଏହି ଗ୍ରୁପ୍‌ରୁ ବେଲ୍‌ଜିୟମ ଗୋଲ ବ୍ୟବଧାନରେ ଆଗରେ ରହି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କୋରିଆ ବିପକ୍ଷ ମ୍ୟାଚରେ ଜର୍ମାନୀ ପକ୍ଷରୁ ନିକ୍ଲାସ ଓ୍ବେଲେନ ୧ମ, ୧୬ ଓ ୪୦ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋଞ୍ଜାଲୋ ପିଲାଟ ୪୨, ଜୁସଟୁସ ଓ୍ବେଗାଣ୍ଡ ୫୦, ମ୍ୟାଟ୍ସ ଗ୍ରାମବୁଶ୍ଚ ୫୨ ଓ ମୋରିଜ ଲୁଡଓ୍ବିଗ୍‌ ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଦକ୍ଷିଣ କୋରିଆ ପକ୍ଷରୁ ଜାଙ୍ଗ୍‌ ଜୋଙ୍ଗହ୍ୟୁନ ୧୪ ଓ ୫୯ତମ ମିନିଟରେ ୨ଟି ଗୋଲ ପରିଶୋଧ କରିଥିଲେ। ୨୩ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ କୋରିଆ ଏବଂ ଫ୍ରାନ୍ସ ବିପକ୍ଷରେ ଜର୍ମାନୀ କ୍ରସ୍‌ ଓଭର ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ପୂର୍ବରୁ ହେବ ଅଲଷ୍ଟାର ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ ପୂର୍ବରୁ ଏକ ଅଲଷ୍ଟାର ମ୍ୟାଚ୍‌ ଆୟୋଜନ କରିବ। ଏଥିରୁ ଆୟ ହୋଇଥିବା ଅର୍ଥ ଚ୍ୟାରିଟି...

ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ହରାଇଲା ଆୟର୍ଲାଣ୍ଡ

ବ୍ରେଡି (ଆୟର୍ଲାଣ୍ଡ), ୨।୭- ସୀମିତ ଓଭର ସିରିଜ ଖେଳିବା ଲାଗି ଆୟର୍ଲାଣ୍ଡ ଗସ୍ତରେ ଯାଇଥିବା ଜିମ୍ବାଓ୍ବେ କ୍ରିକେଟ୍‌ ଦଳ ପରାଜୟରୁ ଏହାର ଅଭିଯାନ ଆରମ୍ଭ କରିଛି।...

ଏହି ଭାରତୀୟ କ୍ରିକେଟଙ୍କ ସ୍ତ୍ରୀ କହିଲେ, ତୁମ ବିନା ମୁଁ ଅଧୁରା

ଭାରତୀୟ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି। ନିକଟରେ ହାର୍ଦ୍ଦିକଙ୍କ ପ୍ରେମିକା ନତାଶା...

୩୬୧ ମିନିଟ୍‌,୨୨୧ ବଲ୍‌…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍‌ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ କ୍ରେଗ...

ମହିଳା ଆଇପିଏଲ୍‌ ନେଇ ଗାଙ୍ଗୁଲିଙ୍କ ଘୋଷଣା

ନୂଆଦିଲ୍ଳୀ,୨।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମହିଳା ସଂସ୍କରଣ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି...

ବାଇକ୍‌ରୁ ପଡ଼ିଲେ କୁଶାଲ ମେଣ୍ଡିସ

କଲମ୍ବୋ,୨।୮- ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ ଆର. ପ୍ରେମଦାସ ଷ୍ଟାଡିୟମ୍‌ରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ୩ୟ ମ୍ୟାଚ୍‌ ଜିତିବା...

ଆଇପିଏଲ୍‌ରେ ସର୍ବାଧିକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ଆଇପିଏଲରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଯୁବକ ଏବଂ ଅଭିଜ୍ଞ ଖେଳାଳିମାନେ ବିଶ୍ୱ ସ୍ତରୀୟ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଆନ୍ତି। ଭବିଷ୍ୟତରେ ଏଠାରେ ଖେଳିବା ସେମାନଙ୍କ...

ସୁଇମିଂ ପୁଲ୍‌ରେ ଓଡ଼ିଶା ସୁଇମରଙ୍କ ଚମକ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଏସଏଫ୍‌ଆଇ (ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ) ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ରବିବାର ଶେଷ...

Advertisement
Archives

Model This Week