ଚାଇନାର ଦାଦାଗିରି

ବେଜିଂ,୧୭।୯:ବିଶ୍ୱ ବ୍ୟାଙ୍କର ଡୁଇଙ୍ଗ ବିଜନେସ ରିପୋର୍ଟର ବିଶ୍ୱସନୀୟତା ଉପରେ ବଡ଼ ପ୍ରଶ୍ନ ଉଠିଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଚାଇନାର ଚାପ ଯୋଗୁ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ୨୦୧୮ ରିପୋର୍ଟକୁ ହେରଫେର କରାଯାଇଛି। ବିଶ୍ୱ ବ୍ୟାଙ୍କର ବ୍ୟବସାୟ ରିପୋର୍ଟରେ ଅନିୟମିତତାକୁ ନେଇ ବିବାଦ ଗଭୀର ହେବାରେ ଲାଗିଛି। ଏଥିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭାଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଚାଇନା ଯେପରି ଅସନ୍ତୋଷ ନ ହୁଏ ସେଥିପାଇଁ ବିଶ୍ୱ ବ୍ୟାଙ୍କରେ ରହିବା ସମୟରେ ଏକ ରିପୋର୍ଟରେ ପରିବର୍ତ୍ତନ ଆଣିବାକୁ ଜର୍ଜିଭା କର୍ମଚାରୀଙ୍କୁ ଚାପ ପକାଇଥିଲେ। ତେବେ ଜର୍ଜିଭା ଏଥିରେ ଏକମତ ନୁହଁନ୍ତି। ବ୍ୟାଙ୍କର ନୈତିକ କମିଟିର ନିର୍ଦ୍ଦେଶରେ ଆଇନ ସଂସ୍ଥା ୱିଲ୍ମର୍‌ହେଲ୍‌ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ଚାଇନାର ବିଶ୍ୱ ବ୍ୟାଙ୍କ ଉପରେ ହେଉଥିବା ଚାପକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଚାଇନାର ମାନ୍ୟତାରେ ଉନ୍ନତି ଆଣିବା ପାଇଁ କ୍ରିଷ୍ଟାଲିନା କର୍ମଚାରୀଙ୍କ ଉପରେ ଚାପ ପକାଇଛନ୍ତି। ଏହା ସହିତ ତତ୍କାଳୀନ ଆଇଏମଏଫ ରାଷ୍ଟ୍ରପତି ଜିମ ୟୋଙ୍ଗ କିମଙ୍କ ଉପରେ ଚାଇନାର ଚାପ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏଥିସହିତ ଜର୍ଜିଭା ତଦନ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେ ଏଥିରେ ସହମତ ନୁହଁନ୍ତି ଏବଂ ଆଇଏମଏଫ କାର୍ଯ୍ୟନିର୍ବାହୀ ବୋର୍ଡ ସମ୍ମୁଖରେ ତାଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ,ବିଶ୍ୱ ବ୍ୟାଙ୍କ ପୁଞ୍ଜି ପାଇଁ ଚାଇନାଠାରୁ ସାହାଯ୍ୟ ଲୋଡିଥିଲା। ତେଣୁ ଏହା ବଦଳରେ ଚାଇନା ଏହି ରିପୋର୍ଟରେ ସୁଯୋଗ ଦେବା ପାଇଁ ଚେଷ୍ଟା କରାଯାଇଛି ବୋଲି ଅନୁମାନ କରାଯାଉଛି। ‘ଡୁଇଙ୍ଗ ବିଜିନେସ ୨୦୧୮’ ରିପୋର୍ଟରେ ସାତୋଟି ସ୍ଥାନ ବୃଦ୍ଧି କରି ଚାଇନା ୭୮ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri