୨୦୨୧ ଦ୍ୱିତୀୟାର୍ଦ୍ଧରେ ଜିଓ ଆଣିପାରେ ୫ଜି ସେବା

ନୂଆଦିଲ୍ଲୀ: ୨୦୨୧ ଦ୍ୱିତୀୟାର୍ଦ୍ଧରେ ଦେଶରେ ୫ଜି ସେବା ଉପଲବ୍ଧ ହେବ। ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଙ୍ଗଳବାର ଆଭାସ ଦେଇଛନ୍ତି। ଅଲଟ୍ରା ହାଇସ୍ପିଡ୍‌ ୫ଜି ସେବାକୁ ସାରା ଦେଶରେ ଆରମ୍ଭ କରିବା ଲାଗି ନୀତିଗତ ଭାବେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହା ହେଲେ ସେବାକୁ ସୁଲଭ ଏବଂ ସବୁ ଆଡେ ଉପଲବ୍ଧ କରାଯାଇପାରିବ। ଏହି ସେବାକୁ ଉପଲବ୍ଧ କରାଇବା ପାଇଁ ବିଦେଶୀ କମ୍ପାନୀଗୁଡିକ ଉପରେ ନିର୍ଭର କରିହେବ ନାହିଁ ବୋଲି ସେ ମତ ରଖିଛନ୍ତି। ଏଥିଲାଗି ଦେଶରେ ହାର୍ଡଓ୍ବେର ମାନୁଫାକଚରିଂ କରିବା ଉପରେ ସେ ଜୋର ଦେଇଛନ୍ତି। ଭର୍ଚୁଆଲ ଭାବେ ସମସ୍ତଙ୍କୁ ସଂଯୋଗ କରିବାରେ ୫ଜି ସହାୟତା କରିବ। ଦେଶରେ ବର୍ତ୍ତମାନ ୩୦ କୋଟି ୨ଜି ଗ୍ରାହକ ରହିଛନ୍ତି। ଏହି ବର୍ଗରେ ଲୋକମାନେ ସୁଲଭ ସ୍ମାର୍ଟଫୋନ ଲାଭ କଲେ ୫ଜି ସେବା ପାଇପାରିବେ। ଏ ନେଇ ନୀତିଗତ ଭାବେ ପଦକ୍ଷେପ ଆସିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। କରୋନା ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଆଗାମୀ ଦିନରେ ଦ୍ରୁତ ହାରରେ ଅଭିବୃଦ୍ଧି ହାସଲ କରିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି। ଚଳିତ ବର୍ଷ ଅଧିକାଂଶ କାମ ଅନ୍‌ଲାଇନରେ ହୋଇଥିବାରୁ ଭାରତ ବର୍ତ୍ତମାନ ଅନ୍‌ଲାଇନ ଆଡକୁ ଦ୍ରୁତ ଭାବେ ଅଗ୍ରସର ହୋଇଛି ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri