ପାଣି ପାଇଲେ ପିଢ଼ପୋଖରୀ ବନବାସୀ

କେନ୍ଦୁଝର, ୧୯ା୨(ସ୍ବ.ପ୍ର.)-ପାହାଡ ଜଙ୍ଗଲ ଘେରା କେନ୍ଦୁଝର ଜିଲାର ଅନେକ ଅଗମ୍ୟ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁବିଧା ନ ଥିଲେ ହେଁ ପ୍ରଶାସନର ଉଦ୍ୟମରେ କେତେକ ଅଞ୍ଚଳରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ମାଲାଙ୍ଗଟୋଲୀ ପାହାଡ ଉପରେ ଅବହେଳିତ ହୋଇ ରହିଥିବା ପିଢପୋଖରୀ ଗ୍ରାମର ବନବାସୀଙ୍କ ଘରେ ପିଇବା ପାଣି ପହଞ୍ଚିଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାଇପ ଜଳ ଯୋଗାଣ ପ୍ରକଳ୍ପରେ ପିଇବା ପାଣି ଯୋଗାଇଦେଇଛନ୍ତି। ବଣପାହାଡ ଅଞ୍ଚଳ ହୋଇଥିବାରୁ ଯଦିଓ ଏହା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଥିଲେ ହେଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କରି ପିଇବା ପାଣି ପହଞ୍ଚାଯାଇଛି।
ପ୍ରକାଶ ଯେ ଉକ୍ତ ଗ୍ରାମରେ ପାଖାପାଖି ୨୦୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ପାନୀୟ ଜଳ ଅଭାବରୁ ଆଗରୁ ଦୂରରୁ ଝରଣା ପାଣି ବ୍ୟବହାର କରୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଟ୍ୟାଙ୍କର ଜରିଆରେ ଜଳ ଯୋଗାଣ ହେଉଥିଲେ ହେଁ ତାହା ପର୍ଯ୍ୟାପ୍ତ ନ ଥିଲା ଏବଂ ସେମାନଙ୍କ ଆବଶ୍ୟକତା ପୂରଣ ହୋଇ ପାରୁନଥିଲା। ଏଣୁ ଜିଲାପାଳ ଆଶୀଷ କୁମାର ଠାକରେ ସେମାନଙ୍କୁ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନେଇଥିଲେ ା ୨୦୧୮ ମସିହାରେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ପ୍ରାୟ ୨.୬୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କାମ ହୋଇଥିଲା। ପାଖ ଝରଣା ଜଳକୁ ପ୍ରାୟ ୩୦୦ ଫୁଟ ଉପରକୁ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ପମ୍ପ ଦ୍ୱାରା ଓଭରହେଡ ଟାଙ୍କିକୁ ଉଠାଯାଉଛି। ସେଠାରୁ ପାଇପ ଦ୍ୱାରା ସମସ୍ତ ଘରକୁ ପିଇବା ପାଣି ଯୋଗାଇ ଦିଆଯାଉଛି। ଏହାର ତଦାରଖ ଖୋଦ ଜିଲାପାଳ କରିଛନ୍ତି। ଏହା ଦ୍ୱାରା ସେମାନଙ୍କ ଜଳ ସମସ୍ୟା ଦୂର ହେବା ସହ ସେମାନଙ୍କ ବିକାଶରେ ସହାୟକ ହୋଇଛି ବୋଲି ଜିଲାପାଳ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?