ପିଢ଼ି ପରିବର୍ତ୍ତନକାରୀ

ଉଚ୍ଚାଭିଳାଷ ବ୍ୟକ୍ତିକୁ ବଡ଼ ହେବା ପାଇଁ ପ୍ରେରଣା ଦେଇଥାଏ। ଯୁବପିଢ଼ି ହିଁ ପରିବର୍ତ୍ତନର ରୂପକାର ପାଲଟିଥାଆନ୍ତି। ଏକବିଂଶ ଶତାବ୍ଦୀରେ ଅଭିଜ୍ଞ ତଥା ବରିଷ୍ଠ ବ୍ୟକ୍ତିମାନେ ଯେଉଁ କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ଦେଉଛନ୍ତି ସେମାନେ ଉତ୍କର୍ଷ ଲାଭ କରୁଥିବା ଦେଖିବାକୁ ମିଳୁଛି। ଏବେ ଭାରତୀୟ ବଂଶୋଦ୍ଭବ ଆରୋରା ଆକାଂକ୍ଷା ଜାତିସଂଘ ମହାସଚିବ ପଦ ଲାଗି ଆଗ୍ରହ ଦେଖାଇଛନ୍ତି। ବିଶ୍ୱର ଏହି ଶ୍ରେଷ୍ଠ କୂଟନୈତିକ ପଦବୀ ସକାଶେ ୩୪ ବର୍ଷୀୟା ମହିଳା ନିଜକୁ ଉପଯୁକ୍ତ ଭାବି ଅଢ଼େଇ ମିନିଟ୍‌ର ଏକ କ୍ୟାମ୍ପେନ୍‌ ଭିଡିଓ ଅନ୍‌ଲାଇନ୍‌ରେ ପୋଷ୍ଟ୍‌ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଆକାଂକ୍ଷା କାନାଡାର ଟରଣ୍ଟୋସ୍ଥିତ ୟର୍କ ୟୁନିଭର୍ସିଟିରୁ ଆଡ୍‌ମିନିଷ୍ଟ୍ରେଟିଭ୍‌ ଷ୍ଟଡିଜ୍‌ରେ ଡିଗ୍ରୀ ଅର୍ଜନ କରିବା ପରେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ସ୍ନାତକୋତ୍ତର କରିଛନ୍ତି। ପଢ଼ା ପରେ ସେ ଜାତିସଂଘରେ ନିଯୁକ୍ତି ପାଇ ବିତ୍ତୀୟ ସଂସ୍କାର ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ଅଡିଟ୍‌ କୋଅର୍ଡିନେଟର ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ବର୍ତ୍ତମାନର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ବିପକ୍ଷରେ ୨୦୨୨ରେ ଲଢ଼ିବେ ବୋଲି ସିଧାସଳଖ କହିବା ଆଲୋଚନାର ବିଷୟ ପାଲଟିବା ସ୍ବାଭାବିକ। ଅଦ୍ୟାବଧି କେହି ମହିଳା ଏହି ପଦବୀରେ ଆସୀନ ହୋଇ ନ ଥିବାରୁ ଆକାଂକ୍ଷାଙ୍କ ଉଚ୍ଚାକାଂକ୍ଷାକୁ ଅନେକେ ସମର୍ଥନ କରିଥିବା ସେ ପ୍ରକାଶ କରିଛନ୍ତି। ୭୫ ବର୍ଷର ଇତିହାସ ମଧ୍ୟରେ ଜାତିସଂଘ ଯେଭଳି ଭୂମିକା ନିର୍ବାହ କରିବା କଥା ତାହା କରିନାହିଁ ବୋଲି ସେ କ୍ଷୋଭ ବ୍ୟକ୍ତ କରିଛନ୍ତି। ଶରଣାର୍ଥୀଙ୍କୁ ସୁରକ୍ଷା ମିଳୁ ନାହିଁ ଓ ସେମାନଙ୍କୁ ଯେଉଁ ମାନବୀୟ ସହାୟତା ଦିଆଯାଉଥିଲା, ତାହା ହ୍ରାସ ପାଇଛି। ପ୍ରଯୁକ୍ତି ଓ ଅଭିନବତ୍ୱରେ ଶିଥିଳତା ଦେଖାଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଏକ ପରିବର୍ତ୍ତନ ଆଣିବା ଦିଗରେ ସେ ମହାସଚିବ ପଦ ଲାଗି ଇଚ୍ଛୁକ ବୋଲି କହିଛନ୍ତି। ଏହି ବିଶ୍ୱ ସଙ୍ଗଠନରେ ପୁନର୍ବାର ଆଣ୍ଟୋନିଓ ଅବସ୍ଥାପିତ ହେବାକୁ ଚେଷ୍ଟା କରୁଥିବା ଜଣାପଡ଼ିବା ପରେ ଆକାଂକ୍ଷା ତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବା ଲାଗି ସାଧାରଣରେ ପ୍ରକାଶ କରିବା ଦ୍ୱାରା ସେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧ ଜାନୁୟାରୀ ୨୦୧୭ରେ ଆଣ୍ଟୋନିଓ ଜାତିସଂଘ ମହାସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସାଧାରଣତଃ ଜାତିସଂଘର ନିରାପତ୍ତା ପରିଷଦର ସୁପାରିସ କ୍ରମେ ଜେନେରାଲ ଆସେମ୍ବ୍ଲି ମହାସଚିବଙ୍କୁ ନିଯୁକ୍ତ କରିଥାଏ। ଏଥିରେ ଜାତିସଂଘର ସ୍ଥାୟୀ ସଦସ୍ୟଙ୍କ ଭୂମିକା ଗୁରୁତ୍ୱ ବହନ କରେ। ଆକାଂକ୍ଷା ଉକ୍ତ ପଦବୀ ଲାଗି ଆଶାବ୍ୟକ୍ତ କରିଥିବାରୁ ସେ ସଂକ୍ରାନ୍ତରେ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ୍‌ କହିଛନ୍ତି ଯେ ଆଣ୍ଟୋନିଓ ଚୟନ ପ୍ରକ୍ରିୟାରେ ଜଣେ ପ୍ରାର୍ଥୀ ରହିଛନ୍ତି। ତେବେ ଅନ୍ୟ କିଏ ଏହି ପଦବୀ ଲାଗି ଇଚ୍ଛୁକ ଅଛନ୍ତି, ସେ ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ଦୁଜାରିକ୍‌ ଉଚିତ ମଣିନାହାନ୍ତି। ଜାତିସଂଘ ସାଧାରଣ ସଭାର ସଭାପତି ଭୋଲକାନ୍‌ ବୋଜିକିରଙ୍କ ମୁଖପାତ୍ର କହିଛନ୍ତି ଯେ, ଆକାଂକ୍ଷାଙ୍କଠାରୁ ସେଭଳି କିଛି ଔପଚାରିକତା ଆସିନାହିଁ।
ଆକାଂକ୍ଷାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର। ତଥାପି ଜଣେ ମହିଳା ଭାବେ ବର୍ତ୍ତମାନର ମହାସଚିବଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ କହିବା ତାଙ୍କ ସାହସକୁ ଦର୍ଶାଉଛି। ଜାତିସଂଘ ରାଜନୈତିକ ବ୍ୟକ୍ତିଙ୍କୁ ସେବା ଯୋଗାଇବା ବନ୍ଦ କରି ସାଧାରଣ ଲୋକଙ୍କ କଥା ବୁଝୁ ବୋଲି ଭିଡିଓ ମାଧ୍ୟମରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ଅନେକଙ୍କୁ ପ୍ରଭାବିତ କରିଛି। ଏକ ନୂତନ ଜାତିସଂଘ ଗଢ଼ିବାର ସମୟ ଆସିଛି ବୋଲି ସେ ଆହ୍ବାନ ଦେଇଛନ୍ତି। ଏହି ଚିନ୍ତାଧାରା ନିଶ୍ଚୟ ସମ୍ଭବ ହେବ। ଏଥିଲାଗି ଆହୁରି ୭୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆକାଂକ୍ଷା କହିବା ଦ୍ୱାରା ସେ ଜାତିସଂଘର କାର୍ଯ୍ୟଧାରାକୁ ଚ୍ୟାଲେଞ୍ଜ କରିଛନ୍ତି ବୋଲି କୁହାଗଲାଣି। ତଥାପି ପିଢ଼ି ପରିବର୍ତ୍ତନକାରୀ ଭାବେ ତାଙ୍କ ଆହ୍ବାନ ସମସ୍ତଙ୍କ ପାଇଁ ଚିନ୍ତା ଉଦ୍ରେକ କରିଛି। କେବଳ ପରିବର୍ତ୍ତନ କରିବା ବୋଲି ମୁହଁରେ କହିଲେ ହେବ ନାହିଁ, ଆମକୁ ତାହାର ମାଧ୍ୟମ ପାଲଟିବାକୁ ପଡ଼ିବ ବୋଲି ଆକାଂକ୍ଷା ଦେଇଥିବା ସ୍ଲୋଗାନ ତର୍ଜମାଯୋଗ୍ୟ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri