ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ଯୁବକ, ମହିଳା ଏପରିକି ମଧ୍ୟବିତ୍ତ ଶ୍ରେଣୀକୁ ନିରାଶ କରିଛି। ବଜେଟରେ ଦେଶର ଅର୍ଥନୈତିକ ବିକାଶ କିମ୍ବା ରୋଜଗାର ସୃଷ୍ଟି ନେଇ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର କୌଣସି ଝଲକ ଦେଖିବାକୁ ମିଳିଲାନି। ଏଥିରେ କୃଷକମାନଙ୍କ ପାଇଁ ନା କିଛି ଘୋଷଣା ରହିଛି ନା ଯୁବତୀଯୁବକମାନଙ୍କ ପାଇଁ ରହିଛି କିଛି ଆଶା । ସରକାର ସାଧାରଣ ଜନତାଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବାବଦରେ ବ୍ୟୟବରାଦ ବୃଦ୍ଧି କରି ନଥିବା ବେଳେ କୃଷକ ଓ ଗରିବ ଲୋକଙ୍କ ପାଇଁ ଦିଆଯାଉଥିବା ସାର ଓ ଖାଦ୍ୟ ସବ୍‌ସିଡିକୁ ହ୍ରାସ କରିଛନ୍ତି। ପରିତାପର ବିଷୟ, ଦେଶର ରାଜକୋଷୀୟ ନିଅଣ୍ଟକୁ କମାଇବା ପାଇଁ ସରକାର ବଜେଟରେ ସୁପର ମୁନାଫା କମାଇଥିବା କର୍ପୋରେଟ୍‌ମାନଙ୍କ ଉପରେ କୌଣସି ଅତିରିକ୍ତ ଟିକସ ପକାଇ ନାହାନ୍ତି। ବରଂ ଓଲଟା ରୋଜଗାର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ନାଁରେ କର୍ପୋରେଟଙ୍କ ପାଇଁ ବିପୁଳ ପରିମାଣର ଆର୍ଥିକ ରିହାତି ଘୋଷଣା କରି ସେମାନଙ୍କ ମୁନାଫାକୁ ବଢ଼ାଇବାକୁ ଚେଷ୍ଟା କରିଛନ୍ତି।
କୃଷିରେ ବର୍ଦ୍ଧିତ ଉପତ୍ାଦନ ଖର୍ଚ୍ଚ, ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଏବଂ ସର୍ବୋପରି ବର୍ଦ୍ଧିତ ଋଣଭାର ଲାଗି କୃଷକମାନଙ୍କ ଆୟ କମିବାରେ ଲାଗିଛି। ସରକାର ପୂର୍ବରୁ କୃଷକଙ୍କ ଆୟକୁ ଦୁଇ ଗୁଣ କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଏଯାଏ ଦେଖିବାକୁ ମିଳିଲାନି। ଚଳିତ ବଜେଟରେ ସରକାର ଦେଶର କୃଷି ଓ କୃଷକଙ୍କ ସଙ୍କଟକୁ ଦୂର କରିବା ଦିଗରେ କୌଣସି ଆର୍ଥିକ ସହାୟତା ଘୋଷଣା କରିବା ଦେଖାଗଲାନି। ଏପରିକି କୃଷି ସହାୟତା ନାଁରେ ଛଅ ବର୍ଷ ତଳେ ଆରମ୍ଭ ହୋଇଥିବା ପିଏମ୍‌ କିଷାନ୍‌ ଯୋଜନାରେ ଦିଆଯାଉଥିବା ବାର୍ଷିକ ୬ ହଜାର ଟଙ୍କାକୁ ବୃଦ୍ଧି କରାଗଲାନି। କୃଷକମାନଙ୍କ ଦାବି ମୁତାବକ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦେବାକୁ ସରକାର ଚାହିଁନାହାନ୍ତି। ଉପତ୍ାଦନ ଖର୍ଚ୍ଚକୁ କମାଇବାକୁ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷରେ କୃଷକମାନେ ଦେଉଥିବା ଅତ୍ୟଧିକ ଜିଏସ୍‌ଟି (୧୮-୨୮%)କୁ ହ୍ରାସ କରିବାକୁ ତ ବଜେଟରେ ସରକାର ଘୋଷଣା କରିନାହାନ୍ତି, ଓଲଟା ସାର ଓ ଖାଦ୍ୟରେ ଦିଆଯାଉଥିବା ସବ୍‌ସିଡି କମାଇବା ଫଳରେ କୃଷିକାର୍ଯ୍ୟକୁ ଅଧିକ ଖର୍ଚ୍ଚବହୁଳ କରିଛନ୍ତି।
ଗତ ଦଶବର୍ଷ ମଧ୍ୟରେ ଋଣଭାର ସମେତ ବିଭିନ୍ନ କାରଣରୁ ଦୈନିକ ହାରାହାରି ୩୦ରୁ ଊର୍ଦ୍ଧ୍ୱ କୃଷକ ଆତ୍ମହତ୍ୟା କରୁଥିବା ବେଳେ ସରକାର ବଜେଟରେ ସେମାନଙ୍କ ଋଣଛାଡ଼ ନେଇ ନୀରବ ରହିଛନ୍ତି। ଅଥଚ ଗତ ଦଶବର୍ଷ ମଧ୍ୟରେ ଦେଶର ବଡ଼ କର୍ପୋରେଟ୍‌ମାନଙ୍କ ୧୬ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣକୁ ଛାଡ଼ କରି ଦିଆଯାଇଛି। କୃଷି ପାଇଁ ସରକାରଙ୍କ ବଡ଼ ବଡ଼ ପ୍ରତିଶ୍ରୁତି ସତ୍ତ୍ୱେ ଚଳିତ ବଜେଟରେ ସେ ବାବଦରେ ବ୍ୟୟବରାଦ ଦୁର୍ଭାଗ୍ୟଜନକ। ଦେଶର ଜନସଂଖ୍ୟାର ୪୫%ରୁ ଅଧିକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ସରକାର ବଜେଟର ମାତ୍ର ୩.୫% କୃଷି ବାବଦରେ ବରାଦ କରିଛନ୍ତି। ଏପରିକି ୨୦୧୯-୨୦ର ବଜେଟ ତୁଳନାରେ ଚଳିତ ବଜେଟରେ କୃଷିରେ ୫.୪୪% କମ୍‌ ବରାଦ ହୋଇଛି। ୨୦୨୩-୨୪ରେ ୧,୧୬,୭୮୮ କୋଟି ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟରେ ୧,୨୨,୫୨୮ କୋଟି ବରାଦ ହୋଇଛି। କେବଳ ସେତିକି ହିଁ ନୁହେଁ ବିଭିନ୍ନ କାରଣରୁ ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ କୃଷିରେ ବୃଦ୍ଧିର ହାର ୪.୭% ରୁ ୧.୪% କୁ କମିଥିବା ବେଳେ ବଜେଟରେ କିନ୍ତୁ ବ୍ୟୟବରାଦ ବଢ଼ିନି। ବଜେଟରେ କୃଷକମାନଙ୍କୁ ଦିଆଯାଉଥିବା ସାରରେ ସବ୍‌ସିଡିର ପରିମାଣକୁ ହ୍ରାସ କରାଯାଇଛି। ସାର ସବ୍‌ସିଡି ବାବଦରେ ବ୍ୟୟ ଗତବର୍ଷ ୧,୮୮,୯୪୯ କୋଟି ଥିବା ବେଳେ ଚଳିତ ବର୍ଷ ତାହା ୧,୬୪,୧୮୦ କୋଟିକୁ ହ୍ରାସ ପାଇଛି। ସାର ସବ୍‌ସିଡିରେ ଏହି ୨୪,୮୯୪ କୋଟି ଟଙ୍କା ହ୍ରାସର ପ୍ରଭାବ ସିଧାସଳଖ ଦେଶର କୃଷକମାନଙ୍କ ଉପରେ ପଡ଼ିବ। ସେମାନଙ୍କ ଫସଲର ଉପତ୍ାଦନ ଖର୍ଚ୍ଚକୁ ଅକାରଣରେ ବଢ଼ାଇବ।
ବଜେଟରେ ଖାଦ୍ୟ ବାବଦରେ ଦିଆଯାଉଥିବା ସବ୍‌ସିଡିରେ ୭୦୮୨ କୋଟି ହ୍ରାସ କରି ସରକାର ଦେଶର କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ସିଧାସଳଖ ପ୍ରହାର କରିଛନ୍ତି। ଗତ ବଜେଟରେ ତାହା ୨,୨୧,୯୨୪ କୋଟି ଥିବା ବେଳେ ଚଳିତ ବଜେଟରେ ତାକୁ ୨,୧୭,୦୧୯ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଖାଦ୍ୟ ସବ୍‌ସିଡିରେ ଏହି ହ୍ରାସର ପ୍ରଭାବ ଉଭୟ କୃଷି ଓ ଖାଦ୍ୟ ସୁରକ୍ଷା ଉପରେ ପଡ଼ିବାକୁ ଯାଉଛି। ଦେଶର ଅଧିକରୁ ଅଧିକ ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ଏବଂ ସରକାର କୃଷକମାନଙ୍କ ଉପତ୍ାଦିତ ଫସଲକୁ କମ୍‌ କିଣିବେ। ଦେଶରେ କ୍ଷୁଧାର ସ୍ଥିତି କେତେ ଉଦ୍‌ବେଗଜନକ ତାହା ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟରେ ବାରମ୍ବାର ପ୍ରତିଫଳିତ ହୋଇଛି। ଏହା ବ୍ୟତୀତ ଦେଶର ଅଶୀ କୋଟିରୁ ଅଧିକ ଲୋକ ମାସିକ ପାଞ୍ଚ କିଲୋ ମାଗଣା ଚାଉଳରେ ବଞ୍ଚି ରହିବା ଦେଶର ଖାଦ୍ୟ ସୁରକ୍ଷାର ସ୍ଥିତିକୁ ପ୍ରମାଣିତ କରୁଛି। ଏଭଳି ପରିସ୍ଥିତିରେ ସରକାର ଖାଦ୍ୟ ସୁରକ୍ଷା ବାବଦରେ ଅଧିକ ବ୍ୟୟବରାଦ କରିବା ପରିବର୍ତ୍ତେ ଖାଦ୍ୟ ସବ୍‌ସିଡିକୁ ହ୍ରାସ କରି ଦେଶର କୋଟି କୋଟି ଗରିବ ଲୋକଙ୍କୁ ଯେ କ୍ଷୁଧା ଭିତରକୁ ଠେଲି ଦେଉଛନ୍ତି, ଏହା ବଜେଟରୁ ସ୍ପଷ୍ଟ ହୋଇଯାଇଛି।
ବଜେଟରେ କୃଷି ଓ ଗ୍ରାମ୍ୟ ଉନ୍ନୟନ ବାବଦରେ ବ୍ୟୟବରାଦ ଜିଡିପିର ଶତାଂଶ ହିସାବରେ ସ୍ଥିର ରହିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଦେଉଥିବା ଏକମାତ୍ର ସରକାରୀ ଯୋଜନା ମନରେଗା ପୁଣିଥରେ ସରକାରୀ ଅବହେଳାର ଶିକାର ହୋଇଛି। ଗତବର୍ଷ ତୁଳନାରେ ମନରେଗା ବାବଦରେ ସରକାର କମ୍‌ ବ୍ୟୟବରାଦ କରିଛନ୍ତି।
୧୪୦ କୋଟି ଜନସଂଖ୍ୟାର ଦେଶରେ ସରକାର ବଜେଟରେ ସ୍ବାସ୍ଥ୍ୟସେବା ବାବଦରେ ମାତ୍ର ୮୯,୦୦୦ କୋଟି ବ୍ୟୟବରାଦ କରିଥିବା ବେଳେ ଶିକ୍ଷା ବାବଦରେ ମାତ୍ର ୧.୨୬ ଲକ୍ଷ କୋଟି ବ୍ୟୟବରାଦ କରିଛନ୍ତି। ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ସରକାର ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିବାରେ ବିଶ୍ୱର ସମସ୍ତ ବିକଶିତ ଦେଶଠାରୁ ଯେ ଅନେକ ପଛରେ ରହିଛନ୍ତି, ଚଳିତ ବଜେଟରୁ ଏହା ପ୍ରମାଣିତ ହୋଇଛି।
ଦେଶରେ ବେକାରି ହାର ଗତ ଚାରି ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ବାର୍ଷିକ ଦୁଇ କୋଟି ରୋଜଗାରର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ଗତ ଦଶବର୍ଷ ଶାସନକାଳରେ ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଚଳିତ ବଜେଟରେ ଦେଶରେ ରୋଜଗାର ସୃଷ୍ଟି ଦିଗରେ କୌଣସି ଠୋସ୍‌ ଘୋଷଣା ନକରି ସରକାର ଦେଶର ଯୁବତୀ ଯୁବକଙ୍କୁ ନିରାଶ କରିଛନ୍ତି। ଅର୍ଥନୀତିରେ ଚାହିଦା ତିଆରି କରିବାକୁ ପଦକ୍ଷେପ ନିଆଯିବା ବଦଳରେ କେବଳ ଯୋଗାଣ ବଢ଼େଇବାକୁ ପଦକ୍ଷେପ ନିଆଯାଇଛି। କାରଣ ଚାହିଦା ନ ବଢ଼ିଲେ ଉପତ୍ାଦନରେ ବୃଦ୍ଧି ଘଟିବନି ଏବଂ ଉପତ୍ାଦନରେ ବୃଦ୍ଧି ନ ଘଟିଲେ ନୂତନ ରୋଜଗାର ସୃଷ୍ଟି ହେବନି। ବରଂ ଏହାର ବିପରୀତ ସରକାର କମ୍ପାନୀମାନଙ୍କୁ ଇନ୍‌ସେଣ୍ଟିଭ୍‌ ନାଁରେ ଆର୍ଥିକ ସହାୟତା ଦେଇ ରୋଜଗାର ବଢ଼େଇବାକୁ ଲକ୍ଷ୍ୟ ରଖିଛନ୍ତି।
ସରକାର ନୂଆ ରୋଜଗାର ଦେବା କଥା ତ କହିନାହାନ୍ତି ବରଂ ଯୋଜନାରେ ସରକାର ନୂଆରେ ଚାକିରି ପାଉଥିବା ପ୍ରତ୍ୟେକ ବ୍ୟକ୍ତିର ଇପିଏଫ୍‌ ବାବଦରେ ତା’ର ନିଯୁକ୍ତିଦାତା କମ୍ପାନୀକୁ ମାସିକ ୩ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷରେ ୭୨ ହଜାର ଟଙ୍କା ପ୍ରଦାନ କରିବେ। ଏହାଦ୍ୱାରା କେତେ ନୂଆ ରୋଜଗାର ସୃଷ୍ଟି ହେବ ତାହା ଦୂରର କଥା କିନ୍ତୁ ରୋଜଗାର ସୃଷ୍ଟି ନାଁରେ ଏହାଦ୍ୱାରା ବଡ଼ କମ୍ପାନୀଙ୍କୁ ସବ୍‌ସିଡି ଦେଇ ସରକାର ସେମାନଙ୍କ ମୁନାଫାକୁ ଆହୁରି ବଢ଼ାଇବାକୁ ଚାହୁଁଛନ୍ତି, ଏଥିରେ ସନ୍ଦେହ ନାହିଁ।
ଦେଶର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମିଳୁଥିବା ମାସିକ ସାମାଜିକ ସୁରକ୍ଷା ପେନସନ୍‌ରେ ଏଥର କୌଣସି ବୃଦ୍ଧି ହୋଇନାହିଁ। ଦେଶରେ ସାଂସଦ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ଦରମାରେ ବହୁଗୁଣ ବୃଦ୍ଧି ହୋଇଥିବା ବେଳେ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍‌ ଅନେକ ଗୁଣ ବଢ଼ିଥିବା ସତ୍ତ୍ୱେ ସରକାର ଉପରୋକ୍ତ ପେନସନ୍‌ ରାଶିରେ ଟଙ୍କାଟିଏ ବୃଦ୍ଧି କରିନାହାନ୍ତି।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?