ଲିଙ୍ଗଗତ ଅସମାନତା: ୧୨୯ତମ ସ୍ଥାନରେ ଭାରତ, ଶୀର୍ଷରେ ଆଇସ୍‌ଲ୍ୟାଣ୍ଡ

ଜେନେଭା, ୧୨।୬: ଓ୍ବାର୍ଲଡ୍‌ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି ୧୨୯ତମ ସ୍ଥାନରେ ପହଞ୍ଚିଛି। ତେବେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଆଇସ୍‌ଲ୍ୟାଣ୍ଡ ଏହି ସୂଚକାଙ୍କରେ ନିଜ ଶୀର୍ଷ ସ୍ଥାନ ବଜାୟ ରଖିଛି। ଦକ୍ଷିଣ ଏସିଆରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ଭୁଟାନ ପରେ ଭାରତ ଏହି ସୂଚକାଙ୍କରେ ପଞ୍ଚମ ସ୍ଥାନରେ ରହିଛି। ବିଶ୍ୱବ୍ୟାପୀ ୧୪୬ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚକାଙ୍କରେ ସୁଦାନ ସର୍ବନିମ୍ନ ସ୍ଥାନରେ ରହିଛି।

ସେହିପରି ପାକିସ୍ତାନ ୩ଟି ସ୍ଥାନ ତଳକୁ ଖସି ୧୪୫ତମ ସ୍ଥାନରେ ରହିଛି। ତେବେ ମାଧ୍ୟମିକ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ଭାରତର ଲିଙ୍ଗଗତ ସମାନତା ବିଶ୍ୱରେ ସର୍ବୋତ୍ତମ ଥିବା ବିଶ୍ୱ ଅର୍ଥନୈତିକ ମଞ୍ଚ ପକ୍ଷରୁ କୁହାଯାଇଛି। ସେହିପରି ମହିଳାମାନଙ୍କ ରାଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଭାରତ ବିଶ୍ୱବ୍ୟାପୀ ୬୫ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ, ଗତ ୪ ବର୍ଷ ଧରି ଭାରତରେ ଆର୍ଥିକ ସମାନତା ଉପରକୁ ବଢ଼ୁଥିବା ଡବ୍ଲ୍ୟୁଇଏଫ୍‌ କହିଛି।

ବର୍ତ୍ତମାନ ସ୍ଥିତିରେ ବିଶ୍ୱବ୍ୟାପୀ ଲିଙ୍ଗଗତ ସମାନତାକୁ ସମ୍ପୂର୍ଣ୍ଣ ଭାବେ ହାସଲ କରିବାକୁ ଆହୁରି ୧୩୪ ବର୍ଷ ସମୟ ଲାଗିବ। ତେଣୁ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଲିଙ୍ଗଗତ ସମାନତା ହାସଲ ପାଇଁ ବିଶ୍ୱସ୍ତରୀୟ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ଅର୍ଥନୈତିକ ମଞ୍ଚର ପରିଚାଳନା ନିର୍ଦ୍ଦେଶିକା ସାଦିଆ ଜାହିଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

ସ୍ୱାଧୀନତା ଦିବସରେ ୩୫୦ ଟଙ୍କା ତେଲ ଦର! ଦେଶରେ ପଡିଲା ଚହଳ…

ଇସଲାମାବାଦ୍‌,୧୪।୮: ପାକିସ୍ତାନରେ ଆଜି ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଖବର ଅନୁଯାୟୀ, ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ପେଟ୍ରୋଲ-ଡିଜେଲ ଦର…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri