Posted inଜାତୀୟ

ବଳ ଦେଖାଇଲେ ଗେହଲଟ

ଜୟପୁର,୨୫ା୭: ରାଜସ୍ଥାନରେ କ୍ଷମତା ଯୁଦ୍ଧକୁ ନେଇ ଦୁଇ ସପ୍ତାହ ଧରି ବଢ଼ିଚାଲିଥିବା ଉଷ୍ମତା ଜାତୀୟ ରାଜନୀତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଜୟପୁରସ୍ଥିତ ରାଜଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟର ରାଜନୈତିକ ସ୍ଥିତି ଓ ମହାମାରୀ କରୋନା ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଦାବିରେ ଅଟଳ ଗେହଲଟ ନିଜର ୧୦୦ ବିଧାୟକଙ୍କୁ ଧରି ରାଜଭବନ ଆଗରେ ଧାରଣା ଦେଇଛନ୍ତି।
ବିଧାନସଭା ଅଧିବେଶନ ସୋମବାରଠାରୁ ଆରମ୍ଭ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଦାବି କରିଛନ୍ତି। ଏହାସହ ରାତି ୯ଟା ୩୦ରେ ସେ ନିଜ ବାସଭବନରେ କ୍ୟାବିନେଟ ବୈଠକ କରିଛନ୍ତି। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ନିଜ ସରକାରଙ୍କ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଚାହୁଁଥିବା ଗେହଲଟ କହିଛନ୍ତି, ରାଜ୍ୟପାଳ କଲରାଜ ମିଶ୍ର ଉପର (କେନ୍ଦ୍ର ସରକାରଙ୍କ) ଚାପରେ ନ ଆସି ତୁରନ୍ତ ଅଧିବେଶନ ଡାକନ୍ତୁ। ନଚେତ୍‌ ରାଜସ୍ଥାନବାସୀ ରାଜଭବନ ଘେରାଓ କଲେ ରାଜ୍ୟପାଳ ଦାୟୀ ରହିବେ। ଗେହଲଟଙ୍କ ସହ ତାଙ୍କ ସମର୍ଥକ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ସୋମବାର ସୁଦ୍ଧା ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ରାଜ୍ୟପାଳ ସମ୍ବିଧାନର ନିୟମ ମାନିବେ ବୋଲି ଗେହଲଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ କଂଗ୍ରେସର ରାଜସ୍ଥାନ ପ୍ରଭାରୀ ରଣଦୀପ ସୁର୍ଜଓ୍ବୋଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୭୪ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସୁର୍ଜଓ୍ବୋଲା କହିଛନ୍ତି।
ଏହା ପୂର୍ବରୁ ଅପରାହ୍ନ ୨ଟା ୩୦ରେ ହୋଟେଲ ଫେୟାର ମାଉଣ୍ଟରୁ ଗେହଲଟଙ୍କ ଗୋଷ୍ଠୀର ବିଧାୟକମାନେ ୪ଟି ବସ୍‌ରେ ଯାଇ ରାଜଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ବିଧାନସଭା ଅଧିବେଶନ ନ ଡାକିଲେ ରାଜସ୍ଥାନର ଜନସାଧାରଣ ରାଜଭବନ ଘେରାଓ କରିବେ ବୋଲି ଗେହଲଟ ରାଜ୍ୟପାଳଙ୍କୁ ଚେତାବନୀ ଦେଇଥିଲେ। ଏହାର ଜବାବରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଏକ ପତ୍ର ଲେଖିଛନ୍ତି। ରାଜଭବନ ଘେରାଓ ଚେତାବନୀ ଏକ ଭୁଲ୍‌ ପରମ୍ପରାର ଆରମ୍ଭ ବୋଲି ରାଜ୍ୟପାଳ ଏଥିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri