Posted inଜାତୀୟ

ଗୋଟିଏ ମଞ୍ଚରେ ଗେହଲଟ୍‌, ପାଇଲଟ

ନୂଆଦିଲ୍ଲୀ,୩୦।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଗଦ୍ଦାର କହିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ମଙ୍ଗଳବାର ଜୟପୁରରେ ଏକ ଖବରଦାତା ସମ୍ମିଳନୀରେ ଉଭୟ ନେତା ଗୋଟିଏ ମଞ୍ଚରେ ଉପସ୍ଥିତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଂଗ୍ରେସ ରାଜସ୍ଥାନ ଶାଖାରେ ସବୁ ଠିକ୍‌ ଚାଲିଛି, ଏହା ଜଣାଇବା ପାଇଁ ଏଭଳି ଏକ ମଞ୍ଚର ଆୟୋଜନ କରାଯାଇଥିବା କୁହାଯାଉଛି। ଆମେ ଏକାଠି ଅଛୁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଉଭୟ ଗେହଲଟ୍‌ ଓ ପାଇଲଟ୍‌ ଦଳର ସମ୍ପତ୍ତି ବୋଲି ସୋମବାର ରାହୁଲ ଗାନ୍ଧୀ କହିଥିଲେ। ଡିସେମ୍ବର ୪ରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ। ଏନେଇ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଓ ବରିଷ୍ଠ ନେତା ପାଇଲଟ୍‌ ସୂଚନା ଦେଇଛନ୍ତି। ରାଜ୍ୟରେ ରାହୁଲଙ୍କୁ ଉଚ୍ଛ୍ବସିିତ ସମ୍ବର୍ଦ୍ଧନା ଦିଆଯିବ। ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା ୧୨ ଦିନ ଚାଲିବ ଓ ଏଥିରେ ସବୁ ବର୍ଗର ଲୋକେ ସାମିଲ ହେବେ ବୋଲି ପାଇଲଟ୍‌ କହିଛନ୍ତି। ରାହୁଲ ଗାନ୍ଧୀ ଉଭୟଙ୍କୁ ଦଳର ଦମ୍ପତ୍ତି କହିବା ପରେ କ୍ଷମତା କନ୍ଦଳ ସମ୍ପର୍କରେ କିଛି କହିବାର ନାହିଁ ବୋଲି ଗେହଲଟ୍‌ କହିଥିଲେ।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଗେହଲଟ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପାଇଲଟ୍‌ଙ୍କୁ ଗଦ୍ଦାର କହିଥିଲେ। ୨ ବର୍ଷ ପୂର୍ବେ ନିଜ ଦଳର ସରକାର ଭାଙ୍ଗିବାକୁ ଉଦ୍ୟମ ଚଳାଇଥିବା ପାଇଲଟ୍‌ କିପରି ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେବା ପରେ ରାଜସ୍ଥାନରେ ସଂଗଠନକୁ ମଜଭୁତ କରିବା ପାଇଁ ଆବଶ୍ୟକ ପଡ଼ିଲେ କଂଗ୍ରେସ କଠୋର ନିଷ୍ପତ୍ତି ନେବ ବୋଲି ବରିଷ୍ଠ ନେତା ଜୟରାମ ରମେଶ ଦୁଇଦିନ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବାପି ମସଜିଦ୍‌ ମାମଲା, ବଦଳିବେନି କମିଶନର, ୧୭ ମେ’ ପୂର୍ବରୁ ପୁଣି ସର୍ଭେ…

ଆହ୍ଲାବାଦ୍‌, ୧୨।୫ : ତିନି ଦିନ ଧରି ସମସ୍ତ ଦଳର ବିତର୍କ ପରେ କାଶୀ ବିଶ୍ୱନାଥ ଧାମ-ଜ୍ଞାନବାପିରେ ଅବସ୍ଥିତ ମା ଶୃଙ୍ଗାର ଗୌରୀ ଏବଂ ଅନ୍ୟାନ୍ୟ...

ନୂଆବର୍ଷରେ କଶ୍ମୀରବାସୀଙ୍କୁ ସରକାରଙ୍କ ଉପହାର: ମଧ୍ୟରାତ୍ରୀରୁ ଆରମ୍ଭ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର,୩୧।୧୨: ନୂଆବର୍ଷରେ ସରକାର କଶ୍ମୀରବାସୀଙ୍କୁ ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାତ୍ରୀରୁ ଘାଟିରେ ପୁଣିଥରେ ଏସ୍‌ଏମ୍‌ଏସ୍‌ ସେବା ଆରମ୍ଭ କରାଯିବ। ଡିସେମ୍ବର...

ବଙ୍ଗୋପ ସାଗରରେ ଭୂକମ୍ପ…

ନୂଆଦିଲ୍ଲୀ,୫।୧୨ : ସୋମବାର ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଭୂକମ୍ପ ବିଷୟରେ ସୂଚନା ଦେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

ଏପ୍ରିଲ ୧ରୁ ଆରମ୍ଭ ହେବ କୁମ୍ଭମେଳା

ଡେରାଡୁନ,୧୮ ।୨: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ । ଏଥିପାଇଁ ସରକାରଙ୍କ ପକ୍ଷରୁ...

ଲାଇଫ ସପୋର୍ଟ ମେଡିସିନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ

ନୂଆଦିଲ୍ଲୀ,୬ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ୟାବସ୍ଥା ଏବେବି ଜଟିଳ ରହିଛି । ତାଙ୍କର ଚିକିତ୍ସା ହିରିୟାଣା ସ୍ଥିତ ଗୁରୁଗ୍ରାମର...

କରୋନାରେ ସୀତାରାମ ୟେଚୁରୀଙ୍କ ପୁଅ ଆଶିଷଙ୍କ ପରଲୋକ..

କୋଲକାତା,୨୨।୪: କରୋନାରେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା। ଗୁରୁଗ୍ରାମ୍‌ର ମେଦାନ୍ତ...

ମିଳିଲାନି ଆମ୍ବୁଲାନ୍ସ: ପ୍ରସୂତିଙ୍କୁ କାନ୍ଧରେ ବୋହି ହସ୍ପିଟାଲ ନେଲେ ପରିବାର ସଦସ୍ୟ

ଚେନ୍ନାଇ,୪।୧୨: ସରକାର ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ସେ ସବୁ ଯୋଜନା ବାଟବଣା ହେଉଛି। ଆଉ ଏହାର ଜ୍ୱଳନ୍ତ...

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ...

Advertisement
Archives

Model This Week